Advertisment

Heavy Rainfall Alert: ଆସୁଛି ବଡ଼ ବର୍ଷା, ପ୍ରବଳ ବର୍ଷିବ

୨୮ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୨୬ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

author-image
Chinmayee Sahoo
LOW_PRESSURE

ବର୍ଷା Photograph: (OTV)

ଲଘୁଚାପ ଆଣୁଛି ବଡ଼ ବର୍ଷା। ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଜି ପୁରା ରାଜ୍ୟରେ ହେବ ବର୍ଷା। ସାରା ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୩ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାକି ରାଜ୍ୟର ୨୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି। 
ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ରାଜ୍ୟରେ ଲଘୁଚାପ ଆଣୁଛି ବଡ଼ ବର୍ଷା। ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଏପରି ପାଗ ଲାଗି ରହିଛି। ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। 
ତେବେ ୨୫ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ। ଲଘୁଚାପ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ତେଣୁ ୨୬ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ବିଭିନ୍ନ ସ୍ଥାନରେ ମାଇକରେ ଘୋଷଣା କରାଯିବା ସହ ନିର୍ଦ୍ଦେଶ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି। 

Advertisment
Low Pressure Heavy Rain Alert Weather
Advertisment
Advertisment