Advertisment

Stabbed to Death: ଝିଅ ଆଖି ସାମ୍ନାରେ ମାଆକୁ ୧୧ ଥର ଛୁରୀ ଭୁସି ହତ୍ୟା

ରକ୍ତ ଜୁଡୁବୁଡ ହୋଇ ଛଟପଟ ହେଉଥାଏ ସ୍ତ୍ରୀ । କିନ୍ତୁ ଜୀବନ ନ ଛାଡିବା ଯାଏଁ ପଛକୁ ପଛ ଛୁରୀ ଭୁଷି ଚାଲିଥାଏ ଜହ୍ଲାଦ ସ୍ୱାମୀ । ଜୀବନ ବିକଳରେ ଚିତ୍କାର କରୁଥାଏ ସ୍ତ୍ରୀ।

author-image
Chinmayee Sahoo
Bengaluru-murder

ମର୍ଡର Photograph: (OTV)

ଲିଭ୍‌-ଇନ୍‌ରେ ରହିଲା । ହାତ ଧରି ବାହା ବି ହେଲା । ହେଲେ ବାହାଘରର ମାସେ କେଇଟା ନ ପୁରୁଣୁ ରକ୍ତପିପାସୁ ପାଲଟିଗଲା ସ୍ୱାମୀ । ଯେଉଁ ହାତରେ ସିନ୍ଦୂର ଦେଇଥିଲା, ସେଇ ହାତରେ ସ୍ତ୍ରୀର ଶରୀରକୁ କରିଦେଲା ଖିନଭିନ୍ । ୧୧ ଥର ଛୁରୀ ଭୁସିଲା ସ୍ତ୍ରୀ ପେଟରେ । 
ଭଲ ପାଇ ବାହା ହୋଇଥିବା ସାଥିଟିଏ କ'ଣ ଏମିତି ସୈତାନ ସାଜିପାରେ ! 
ରକ୍ତ ଜୁଡୁବୁଡ ହୋଇ ଛଟପଟ ହେଉଥାଏ ସ୍ତ୍ରୀ । କିନ୍ତୁ ଜୀବନ ନ ଛାଡିବା ଯାଏଁ ପଛକୁ ପଛ ଛୁରୀ ଭୁଷି ଚାଲିଥାଏ ଜହ୍ଲାଦ ସ୍ୱାମୀ । ଏଭଳି ନୃଶଂସ, ଲୋମଟାଙ୍କୁରା ହତ୍ୟାକାଣ୍ଡ ଥରାଇ ଦେଇଛି ବେଙ୍ଗାଲୁରୁକୁ ।  
ଜଣେ ୩୨ ବର୍ଷୀୟ ମହିଳାଙ୍କୁ ବସଷ୍ଟାଣ୍ଡରେ ହତ୍ୟା କରିଛି ତାଙ୍କର ସ୍ୱାମୀ । ମୃତ ମହିଳାଙ୍କ ନାଁ ରେଖା । ପ୍ରଥମ ସ୍ୱାମୀଙ୍କଠାରୁ ଡିଭୋର୍ସ ପରେ ଲୋହିତାଶ୍ୱ ନାମକ ବ୍ୟକ୍ତିଙ୍କୁ ଭଲ ପାଉଥିଲେ ରେଖା । ଦୁହେଁ କିଛି ଦିନ ଲିଭ୍-ଇନ୍‌ରେ ରହିବା ପରେ ୩ ମାସ ତଳେ ବାହା ହୋଇଥିଲେ । ରେଖା ଦୁଇଟି ପିଲାର ମାଆ ଥିଲେ । ଲୋହିତାଶ୍ୱର ବି ପୂର୍ବରୁ ଡିଭୋର୍ସ ହୋଇଥିଲା । 
ରେଖା ଏକ କଲ୍ ସେଣ୍ଟରରେ କାମ କରୁଥିଲେ । ନିଜ କମ୍ପାନିରେ ସ୍ୱାମୀକୁ ଡ୍ରାଇଭର ଚାକିରି ଦେଇଥିଲେ । କିନ୍ତୁ ରେଖାଙ୍କ ଚରିତ୍ରକୁ ସନ୍ଦେହ କରୁଥିଲା ଲୋହିତାଶ୍ୱ । ଏନେଇ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହେଉଥିଲା । 
ସୋମବାର ସକାଳେ ରେଖା ନିଜ ୧୩ ବର୍ଷୀୟା ଝିଅ ସହ ବେଙ୍ଗାଲୁରୁ କାମାକ୍ଷୀପାଲ୍ୟା ବସଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ । ସେଠି ପହଞ୍ଚି ରେଖାଙ୍କ ପେଟ ଓ ଛାତିରେ ୧୧ ଥର ଛୁରୀ ଭୁସି ହତ୍ୟା କରିଥିଲା ସୈତାନ ସ୍ୱାମୀ । ଏହାପରେ ସେଠୁ ଫେରାର୍ ହୋଇଯାଇଥିଲା । ବର୍ତ୍ତମାନ ଅଭିଯୁକ୍ତ ସ୍ୱାମୀକୁ ଧରିବାକୁ ଖୋଜାଖୋଜି କରୁଛି ପୋଲିସ୍ ।

Advertisment
Murder Crime Stabbed
Advertisment
Related Articles
Advertisment