Advertisment

Odisha Coast on High Alert: ବେଆଇନ ବାଂଲାଦେଶୀଙ୍କୁ ଆଉ ତ୍ରାହି ନାହିଁ , ତଟବର୍ତ୍ତୀ ଅଞ୍ଚଳରେ ମାରାଥନ୍ ସର୍ଚ୍ଚ ଅପରେସନ୍

ଏବେ ଫୋକସରେ ଜଳପଥ । ସମୁଦ୍ର ସହ ନଦୀ ମୁହାଣରେ ଘନ ଘନ ପାଟ୍ରୋଲିଂ ।  ଅନୁପ୍ରବେଶ ରୋକିବା ଲାଗି ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ସର୍ଚ୍ଚ ଅପରେସନ୍ ।  ବିଶେଷ କରି ଜଳପଥରେ ବାଂଲାଦେଶୀ ଅନୁପ୍ରବେଶ ବଢୁଥିବାରୁ ଏହା ଉପରେ ରହିଛି କଡ଼ା ନଜର ।

author-image
Manas Ranjan Mohanty
BANGLADESH

BANGLADESH Photograph: (OTV)

ଏବେ ଫୋକସରେ ଜଳପଥ । ସମୁଦ୍ର ସହ ନଦୀ ମୁହାଣରେ ଘନ ଘନ ପାଟ୍ରୋଲିଂ ।  ଅନୁପ୍ରବେଶ ରୋକିବା ଲାଗି ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ସର୍ଚ୍ଚ ଅପରେସନ୍ ।  ବିଶେଷ କରି ଜଳପଥରେ ବାଂଲାଦେଶୀ ଅନୁପ୍ରବେଶ ବଢୁଥିବାରୁ ଏହା ଉପରେ ରହିଛି କଡ଼ା ନଜର । ଓଡିଶାକୁ ଲାଗିଥିବା ସମୁଦ୍ର ସୀମାରେ କୋଷ୍ଟ ଗାର୍ଡ ପଇଁତରା ମାରୁଛି । ଏପଟେ ଓଡ଼ିଶାର ମେରାଇନ ପୋଲିସ ବି ପାଟ୍ରୋଲିଂକୁ ବଢାଇ ଦେଇଛି ।

Advertisment

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଜମ୍ବୁ-ମାର୍ଶାଘାଇ ରୋଡର କେନାଲ ବ୍ରିଜ୍। ମାର୍ଶାଘାଇ ଏବଂ ଜମ୍ମୁ ସାମୁଦ୍ରିକ ଥାନା ପକ୍ଷରୁ ଚାଲିଛି ଜୋରଦାର ପାଟ୍ରୋଲିଂ। ଉପକୂଳରୁ ୧୨ ନଟିକାଲ୍ ମାଇଲ୍ ଭିତରକୁ ଯାଇ ଡଙ୍ଗା ଗୁଡ଼ିକ ଯାଞ୍ଚ କରାଯାଉଛି। ମୂଳ କଥା ହେଉଛି ମାଛଧରା ଡଙ୍ଗା ସାହାଯ୍ୟରେ ଓଡ଼ିଶାକୁ ଅନୁପ୍ରବେଶ କରନ୍ତି ବେଆଇନ ବାଂଲାଦେଶୀ। ତେଣୁ ଚେକିଂ ବ୍ଲକିଂକୁ କଡ଼ାକଡ଼ି କରିବାକୁ ଲୋକେ ଦାବି କରିଛନ୍ତି। 

ସନ୍ଦିଗ୍ଧ ବାଂଲାଦେଶୀଙ୍କ ହଟସ୍ପଟ୍ ସାଜିଥିବା ଜଗତସିଂହପୁର ଜିଲ୍ଲାରେ ବି ଜୋରଦାର ହୋଇଛି ଯାଞ୍ଚ। ବେହରାମପୁର୍ ଭଳି  ପାରାଦୀପ ବୋଇତରାକୁଦ ଦୀପରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ଲୁଚିଥିବା ଖବର ପାଇ ରେଡ୍ କରିଥିଲା ମେରାଇନ୍ ପୋଲିସ। ୭ କିଲୋମିଟର ଦୂର ଏହି ଦୀପକୁ ପାଟ୍ରୋଲିଂରେ ଯାଇ ସେଠାରୁ ଖଣ୍ଡା, କାତି ସହ କଟୁରୀ ଜବତ କରିଥିବା ସୂଚନା ମିଳିଛି। ତାସହ ଗୋଟିଏ ଡଙ୍ଗା ଜବତ କରି ଖୋଳତାଡ଼ ଚଳାଇଛି।

ସେପଟେ ବାଲିକୁଦା ଥାନା ଅପଣ୍ଡରା ଏବଂ ଓଷକଣାରେ ବାଂଲାଦେଶୀ ରହୁଥିବା ସ୍ଥାନରେ ଛାପା ମାରି ସେମାନଙ୍କ ଆଧାରକାର୍ଡ ଚେକ୍ କରିଛି ପୋଲିସ। ସେହିପରି ଏରସମା, କୁଜଙ୍ଗ, ଜଗତସିଂହପୁର ସହରର ବିଭିନ୍ନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ। ସାତପୁରା ବସ୍ତିରୁ ବିରିଡ଼ି ବ୍ଲକ ବାଗଲପୁର ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ହୋଇଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଆଧାର କାର୍ଡ ସହ ଘର ବାଡ଼ି ପଟ୍ଟାକୁ ଯାଞ୍ଚ କରାଯାଉଛି। ତେବେ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଘରଭଡ଼ା ଦେଇ ଆଶ୍ରୟ ରଖୁଥିବା ଅଭିଯୁକ୍ତ ସିକନ୍ଦର ଆଲମ୍ ଓରଫ ସିକୋର ଏଯାଏଁ ପତ୍ତା ପାଇନି ପୋଲିସ। 

ଭଦ୍ରକ ଜିଲ୍ଲାର ୧୯ଟି ଥାନା ଓ ୭ଟି ଫାଣ୍ଡିକୁ ବି ସତର୍କ କରିଦିଆଯାଇଛି। ବିଶେଷ କରି ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଉପରେ ରହିଛି କଡ଼ା ନଜର। ଗତକାଲି କାର୍ଯ୍ୟକଳାପରେ ସନ୍ଦେହ ହେବାରୁ ଭଦ୍ରକ ପୋଲିସ ୧୭ ଜଣ ଫେରିବାଲାଙ୍କୁ ଧରି ପୋଲିସ ତନାଘନା ଜାରି ରଖିଛି। ସେହିପରି ଯାଜପୁର ପୋଲିସ ସହରରେ ମିଡନାଇଟ୍ ପାଟ୍ରୋଲିଂ କଡ଼ାକଡ଼ି କରିଛି। 

Advertisment

ତେବେ ରାଜ୍ୟରେ ପଶିଯାଇଥିବା ଅବୈଧ ବାଂଲାଦେଶୀଙ୍କୁ କେତେଶୀଘ୍ର ଚିହ୍ନଟ କରାଯାଇପାରିବ ଏବଂ କେବେ ସୁଦ୍ଧା ବାଂଲାଦେଶୀ ମୁକ୍ତ ହେବ ସାରା ଓଡ଼ିଶା, ତାକୁ ଅପେକ୍ଷା।... 

Advertisment
Related Articles
Advertisment