Advertisment

Before Delhi Blast: ସାମ୍ନାକୁ ଆସିଲା ଆତଙ୍କୀ ଉମର ନବୀର ପାଗଳାମୀର ଭିଡିଓ

ନଭେମ୍ବର ୧୦ରେ ଦିଲ୍ଲୀକୁ ଦୋହଲାଇବା ପୂର୍ବରୁ ଏହି ଭିଡିଓ ରେକର୍ଡ କରିଥିଲା ଉମର । ଯେଉଁଥିରେ ୧୫ ଜଣଙ୍କ ଜୀବନ ଯାଇଛି । ନିଜ ମୁହଁରେ ଆତ୍ମଘାତୀ ବିସ୍ଫୋରଣକୁ ଠିକ୍ ବୋଲି ସ୍ୱୀକାର କରିଛି ସେ । ଭିଡିଓରେ  ପ୍ରାଞ୍ଜଳ ଭାବରେ ଇଂରାଜୀରେ କହୁଛି ଉମର ।

author-image
Manas Ranjan Mohanty
TERRORIST-UMAR-NABI-VIDEO

TERRORIST-UMAR-NABI-VIDEO Photograph: (OTV)

'ମୃତ୍ୟୁକୁ ଡରନି'... 'ଆତ୍ମଘାତୀ ବିସ୍ଫୋରଣ ସହିଦ୍ ହେବାର ଏକ ଅଭିଯାନ' ।  ସାମ୍ନାକୁ ଆସିଲା ଆତଙ୍କୀ ଉମର ନବୀର ପାଗଳାମୀର ଭିଡିଓ । ଆତ୍ମଘାତୀ ବିସ୍ଫୋରଣକୁ ସଠିକ୍ ବୋଲି ଦର୍ଶାଇଲା । ଅନ୍ୟକୁ ଏହି ଆତ୍ମଘାତୀ ହମ୍‌ଲା ପାଇଁ ଆଗେଇ ଆସିବାକୁ ବି ଉସକାଇଲା ।  ଭିଡିଓ ଦିଲ୍ଲୀ ବିସ୍ଫୋରଣ ପୂର୍ବର । 

Advertisment

ନଭେମ୍ବର ୧୦ରେ ଦିଲ୍ଲୀକୁ ଦୋହଲାଇବା ପୂର୍ବରୁ ଏହି ଭିଡିଓ ରେକର୍ଡ କରିଥିଲା ଉମର । ଯେଉଁଥିରେ ୧୫ ଜଣଙ୍କ ଜୀବନ ଯାଇଛି । ନିଜ ମୁହଁରେ ଆତ୍ମଘାତୀ ବିସ୍ଫୋରଣକୁ ଠିକ୍ ବୋଲି ସ୍ୱୀକାର କରିଛି ସେ । ଭିଡିଓରେ  ପ୍ରାଞ୍ଜଳ ଭାବରେ ଇଂରାଜୀରେ କହୁଛି ଉମର । ଆତ୍ମଘାତୀ ବିସ୍ଫୋରଣ କନସେପ୍ଟକୁ 'ଭୁଲ୍  ବୁଝାଯାଉଛି' । ଯାହାକୁ ଆତ୍ମଘାତୀ ବିସ୍ଫୋରଣ କୁହାଯାଉଛି ତାହା ପ୍ରକୃତରେ ସହିଦ ଅଭିଯାନ ।

ଆହୁରି ବି କହୁଛି ଯେ, ସହିଦ୍ ଅଭିଯାନ ହେଲା ଯେତେବେଳେ ଜଣେ ଜାଣିଥାଏ ଯେ, ସେ ଏକ ଖାସ୍ ଜାଗାରେ ଖାସ୍ ସମୟରେ ମରିବାକୁ ଯାଉଛି, ସେତେବେଳେ ତାର ଚିନ୍ତାଧାରା ଭିନ୍ନ ହୋଇଥାଏ । ଆତଙ୍କୀ ଉମରର ଏହି କଥା ସ୍ପଷ୍ଟ ଭାବରେ ଦିଲ୍ଲୀ ବିସ୍ଫୋରଣ ଘଟଣା ଆଡକୁ ଇସାରା କରୁଛି । ତେବେ ଉମରର ଏହି ଭିଡିଓ କେଉଁଠୁ ଆସିଲା, କିଏ ଜାରି କଲା ସେନେଇ କିଛି ଜଣାପଡିନି ।

Advertisment

ସେପଟେ ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣରେ ବଢୁଛି ଗିରଫଦାରୀ । ଶ୍ରୀନଗରରୁ ଗିରଫ ହୋଇଛି ଆତ୍ମଘାତୀ ବିସ୍ଫୋରଣକାରୀ ଉମର ନବୀର ଆଉ ଜଣେ ସହଯୋଗୀ ଡାନିସ୍ । ଦିଲ୍ଲୀ ସମେତ ବିଭିନ୍ନ ସହରରେ ହମାସ୍ ଆତଙ୍କୀଙ୍କ ଭଳି ଡ୍ରୋନ୍ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲା ଡାନିସ୍ । ଉମରକୁ ବୈଷୟିକ ସାହାଯ୍ୟ ଯୋଗାଇ ଦେଇଥିଲା ବୋଲି ଯାଞ୍ଚ ବେଳେ ଜାଣିବାକୁ ପାଇଛି ଏନଆଇଏ । ଲାଲକିଲ୍ଲା ଆକ୍ରମଣ ପୂର୍ବରୁ ଡ୍ରୋନକୁ ମୋଡିଫାଇଡ୍ କରି ଓ ରକେଟ ନିର୍ମାଣ ଲାଗି ଉଦ୍ୟମ କରିଥିଲା ଡାନିସ୍ । ଏହି ଆକ୍ରମଣର ସେ ଅନ୍ୟତମ ପ୍ରମୁଖ ସହଯୋଗୀ ବୋଲି ଏନଆଇଏ ସୂତ୍ରରୁ ଜଣାପଡ଼ିଛି ।  

Advertisment
Related Articles
Advertisment