/odishatv-khabar/media/media_files/2025/11/19/human-sagar-milan-studio-2025-11-19-17-00-46.jpg)
Human-Sagar-Milan-Studio Photograph: (OTV)
ନିର୍ଜୀବ ବସ୍ତୁଟା, ଯାହାର ମୃତ୍ୟୁ ନାହିଁ । ଭଗବାନ କିନ୍ତୁ ଏହା ଉପରେ ଭଲପାଇବାର ଆଶୀର୍ବାଦ ଗୁଡାକୁ ଓଜାଡ଼ି ଦେଇଛନ୍ତି । ତେଣୁ ତାକୁ ଆଜି ମିଳୁଛି ଏତେ ଭଲ ପାଇବା । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ପରେ ସେ ବି ଗୁମୁରି ଗୁମୁରି କାନ୍ଦୁଛି । ଏ ନିର୍ଜୀବ ବସ୍ତୁଟାକୁ ଯେମିତି ସ୍ବାନ୍ତନା ଦେବାକୁ ସମସ୍ତେ ଭିଡ଼ ଜମାଇଛନ୍ତି । ତା’ ପାଖରେ ନିଜେ ଅଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଆଉ ଷ୍ଟୁଡିଓର ପୂରା ପରିବାର ତାକୁ ସମ୍ମାନ ଜଣାଉଛି ।
କଥା ଥିଲା ଭଲ ପାଇବାର… କଥା ଥିଲା ସମ୍ମାନର, ଆଉ ସମର୍ପଣର । ଯେଉଁ ମାଇକ୍ରୋଫୋନରେ ଓଡ଼ିଶାର ସଂଗୀତ ବାଦଶାହା, ହ୍ୟୁମାନ ସାଗର ଗୀତ ଗାଉଥିଲେ ତାକୁ ସବୁ ଦିନ ପାଇଁ ସାଇତି ରଖି ଦିଆଯାଇଛି । ହ୍ୟୁମାନଙ୍କ ଉଦ୍ଦେଶ୍ୟରେ ତାକୁ ସମପର୍ଣ କରିଛି କଟକର ଏକ ଷ୍ଟିଡିଓ । ଆଉ କୌଣସି କଂଣ୍ଠଶିଳ୍ପୀ ଏହି ମାଇକ୍ରୋଫୋନରେ ଗୀତ ଗାଇବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା କେବଳ ହ୍ୟୁମାନଙ୍କ ସ୍ମୃତି ଭାବେ ଷ୍ଟୁଡିଓରେ ରହିବ, ଆଉ ପରର୍ବତ୍ତୀ ପିଢ଼ିର ଗାୟକ ମାନେ ଏହାକୁ ଦେଖିବେ ବୋଲି କହିଛନ୍ତି ଷ୍ଟୁଡିଓ ମାଲିକ ।
୨୦୧୨ରେ ହ୍ୟୁମାନ ନିଜର ପ୍ରଥମ ସିନେମାର ସଂଗୀତ ରେକର୍ଡିଂ ଏଇଠି କରିଥିଲେ । ପରେ ପରେ ଏହାଥିଲା ତାଙ୍କର ପ୍ରିୟ ଷ୍ଟୁଡିଓ । ଆଉ ଏଥି ପାଇଁ ଷ୍ଟୁଡିଓରେ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ସମେତ ବହୁ କଳାକାର ନୀରବ ପ୍ରାର୍ଥନା କରିବା ସହ ତାଙ୍କ ପାଇଁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
Anti-Maoist Operations: ପୁଣି ବଡ଼ ଧରଣର ଏନକାଉଣ୍ଟର; ୭ ମାଓବାଦୀ ନିହତ

Massive fire engulfs: ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୫୦ରୁ ଊର୍ଦ୍ଧ୍ୱ ଆବାସିକ ବିଲଡିଂ

Nitish Kumar to be CM again: କାଲି ବିହାରରେ ନୂଆ ସରକାର: ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

Bhubaneswar Air Pollution: ନିମ୍ନ ସ୍ତରରେ ଭୁବନେଶ୍ବର ବାୟୁର ମାନ: ପ୍ରଦୂଷଣ ସ୍ଥିତି ଚିନ୍ତାଜନକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)