/odishatv-khabar/media/media_files/2025/11/19/pm-kisan-yojana-transfer-2025-11-19-17-06-34.jpg)
PM-KISAN-YOJANA-TRANSFER Photograph: (OTV)
ଆଜି ପିଏମ୍ କିଷାନ ଯୋଜନାରେ ମିଳିଛି ୨୧ତମ କିସ୍ତି । ତାମିଲନାଡୁରୁ ଡିବିଟି ମାଧ୍ୟମରେ ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପକୃତ ହେଲେ ଦେଶର ୯ କୋଟିରୁ ଅଧିକ କୃଷକ । ପ୍ରତି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଲା ୨୦୦୦ ଲେଖାଏଁ ଟଙ୍କା । ୧୮ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିଛନ୍ତି ପ୍ରଧାନମନ୍ତ୍ରୀ । ଯଦି ଆପଣ ବି ପିଏମ୍ କିଷାନ ଯୋଜନାରେ ଯୋଗ୍ୟ ହିତାଧିକାରୀ, ତାହେଲେ ଏବେ ହିଁ ଚେକ୍ କରନ୍ତୁ ନିଜ ଆକାଉଣ୍ଟ ।
ପିଏମ କିଷାନ ଟଙ୍କା ଆସିବା ମାତ୍ରେ ମୋବାଇଲକୁ ମେସେଜ୍ ଯାଏ । ଯଦି ଆପଣଙ୍କ ମୋବାଇଲକୁ ମେସେଜ୍ ନ ଆସୁଛି, ତାହେଲେ ଏବେ ହିଁ ପିଏମ୍ କିଷାନ ପୋର୍ଟାଲରେ ନିଜ ରେଜିଷ୍ଟର୍ଡ ନମ୍ବର ଅପଡେଟ୍ କରାନ୍ତୁ ।
କୃଷି ଓ କୃଷକର କଲ୍ୟାଣ ପାଇଁ ୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା । ପିଏମ୍-କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ପ୍ରତି ୪ ମାସରେ ତିନୋଟି କିସ୍ତିରେ ମିଳୁଛି ଏହି ଟଙ୍କା । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୩ ଲକ୍ଷ ୭୦ ହଜାର କୋଟି ଟଙ୍କା ଦିଆଯାଇସାରିଲାଣି ।
ପିଏମ କିଷାନର ୨୧ ତମ କିସ୍ତି ସହ କୋଏମ୍ବାଟୁରରେ 'ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ'କୁ ଉଦ୍ଘା ଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ୩ ଦିନିଆ ସମ୍ମିଳନୀରେ ପ୍ରାକୃତିକ କୃଷି ପ୍ରତି ଅଧିକରୁ ଅଧିକ ଆଗ୍ରହ ବଢାଇବା ନେଇ ଆଲୋଚନା ହେବ ।
Massive fire engulfs: ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୫୦ରୁ ଊର୍ଦ୍ଧ୍ୱ ଆବାସିକ ବିଲଡିଂ

Nitish Kumar to be CM again: କାଲି ବିହାରରେ ନୂଆ ସରକାର: ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

Bhubaneswar Air Pollution: ନିମ୍ନ ସ୍ତରରେ ଭୁବନେଶ୍ବର ବାୟୁର ମାନ: ପ୍ରଦୂଷଣ ସ୍ଥିତି ଚିନ୍ତାଜନକ

Amur Falcons' Epic 5,400km Dash: 'ଏମୁର ଫାଲକନ୍'ର ଦୁଃସାହସିକ ଯାତ୍ରା... ଉଡ଼ିଲା ୫ହଜାର ୪ଶହ କିମି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)