/odishatv-khabar/media/media_files/2025/11/19/most-wanted-2025-11-19-17-24-18.jpg)
most wanted Photograph: (OTV)
ଭାରତ ଆସିଲା ମୋଷ୍ଟ ୱ୍ବାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ । ଆମେରିକାରେ ଲୁଚିଥିଲା , ଭାରତରେ ଚଲାଉଥିଲା ଅପରାଧର ସାମ୍ରାଜ୍ୟ । ବାବା ସିଦ୍ଧିକୀ, ସଲମାନଙ୍କ ମାମଲାରେ ଖୋଜୁଥିଲା ପୋଲିସ । ତା ନାଁରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା, ବାବା ସିଦ୍ଧିକୀ, ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ଉପରେ ଗୁଳିକାଣ୍ଡ ସହିତ ଦେଶର ଅନେକ ରାଜ୍ୟରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ରଖିବା ଏବଂ ସଂଗଠିତ ଅପରାଧରେ ସମ୍ପୃକ୍ତି ଭଳି ଅନେକ କେସ୍। ସେ ହେଲା ଲରେନ୍ସ ବିଷ୍ନୋଇ ଭାଇ ଅନ୍ମୋଲ୍ ବିଷ୍ନୋଇ।
ଏସବୁକୁ ନେଇ ଯେତେବେଳେ ଏଜେନ୍ସିଗୁଡ଼ିକ ତା’ ଉପରେ କଠୋର ହେବା ଆରମ୍ଭ କଲେ, ସେ ଫେରାର୍ ହେଲା, ନେପାଳ ଦେଇ ଆମେରିକା ଛୁ ମାରିଲା। ଏହା ପରେ ସେ ଆମେରିକାରେ ବସି ଭାରତରେ ଚଲାଇଛି ତା’ର ଅପରାଧର ସାମ୍ରାଜ୍ୟ।
ଏବେ କିନ୍ତୁ ତାକୁ ଭାରତ ଅଣାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠେ ଅନମୋଲ ବିଷ୍ନୋଇ କିପରି ଭାରତରୁ ଆମେରିକା ଗଲା? ଅନମୋଲକୁ ଗତ ବର୍ଷ କାଲିଫର୍ନିଆରେ ଅଟକ ରଖାଯାଇଥିଲା ଏବଂ ସେବେଠାରୁ ସେ କାଲିଫର୍ନିଆ ପୋଲିସ ହେପାଜତରେ ଥିଲା। ତା ଉପରେ ଥିଲା ଆମେରିକା ପୋଲିସର କଡା ନଜର।
୨୦୨୪ ମସିହାରେ, ଅନମୋଲ ସାମ୍ନାକୁ ଆସିଥିଲା। ସେ ଅପରାଧ କରିବା ପରେ ସୋସିଆଲ ମିଡିଆରେ ଏ ବିଷୟରେ ଜଣାଇଲା। ଏହା ପରେ ସେ ଏଜେନ୍ସିଗୁଡ଼ିକର ନଜରକୁ ଆସିଲା। ୧୧ ଅକ୍ଟୋବର, ୨୦୨୪ରେ, NCP ନେତା ବାବା ସିଦ୍ଦିକୀଙ୍କୁ ମୁମ୍ବାଇରେ ହତ୍ୟା କରାଯାଇଥିଲା।
ଏହି ହତ୍ୟାକାଣ୍ଡର ତଦନ୍ତ ବେଳେ, ମୁମ୍ବାଇ ପୋଲିସ ଦୁଇ ଜଣ ଶୁଟରଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ ଜଣାପଡିଥିଲା ଯେ ଉଭୟ ଶୁଟର ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ମାଧ୍ୟମରେ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇଙ୍କ ସହ ଅହରହ ଯୋଗାଯୋଗରେ ଥିଲେ।
ବାବା ସିଦ୍ଦିକି ହତ୍ୟା ମାମଲା ଏବଂ ସଲମାନ ଖାନଙ୍କ ଘରେ ଗୁଳିକାଣ୍ଡ ଘଟଣାରେ ଭାରତୀୟ ଏଜେନ୍ସିଗୁଡ଼ିକ ତାଙ୍କୁ ଖୋଜୁଥିଲେ। ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରଠାରୁ ସେ ଫେରାର ଥିଲା। ଭାରତରୁ ଛୁ ମାରିବା ପାଇଁ ସେ ୨୦୨୨ରେ ମିଛ ଡକ୍ୟୁମେଣ୍ଟ୍ ଦେଇ ଏକ ନକଲି ପାସପୋର୍ଟ ହାସଲ କରିଥିଲା।
ଯେତେବେଳେ ଅନମୋଲ ଚାରିପାଖେ ବିପଦ ଘୁରି ବୁଲିଲା ଲରେନ୍ସ ବିଷ୍ନୋଇ ବୁଝିଗଲା ଯେ ତାଙ୍କୁ ବଞ୍ଚାଇବା କଷ୍ଟକର। ତେଣୁ, ସେ ତାଙ୍କ ଭାଇ ଅନମୋଲକୁ ନକଲି ପାସପୋର୍ଟ ବ୍ୟବହାର କରି ନେପାଳ ଦେଇ ଆମେରିକା ପଠାଇଦେଲେ।
Nitish Kumar to be CM again: କାଲି ବିହାରରେ ନୂଆ ସରକାର: ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

Bhubaneswar Air Pollution: ନିମ୍ନ ସ୍ତରରେ ଭୁବନେଶ୍ବର ବାୟୁର ମାନ: ପ୍ରଦୂଷଣ ସ୍ଥିତି ଚିନ୍ତାଜନକ

Amur Falcons' Epic 5,400km Dash: 'ଏମୁର ଫାଲକନ୍'ର ଦୁଃସାହସିକ ଯାତ୍ରା... ଉଡ଼ିଲା ୫ହଜାର ୪ଶହ କିମି

Battlefield to Boardroom: 'ବ୍ୟାଟେଲଫିଲ୍ଡ ଟୁ ବୋର୍ଡରୁମ'ରେ ନେତୃତ୍ବ ଚ୍ୟାଲେଞ୍ଜ ପାଇଁ ପ୍ରାଚୀନ ଜ୍ଞାନର ବ୍ୟବହାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)