/odishatv-khabar/media/media_files/2026/03/08/cm-mohan-majhi-2026-03-08-13-18-03.jpg)
CM Mohan Majhi Photograph: (OTV)
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସିଲିଗୁଡ଼ି ଗସ୍ତ ବେଳେ ଘଟିଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣା ସମଗ୍ର ଓଡ଼ିଶାବାସୀ ଓ ଦେଶର ଆଦିବାସୀ ସମାଜକୁ ମର୍ମାହତ କରିଛି ବୋଲି ସୋସିଆଲ୍ ମିଡିଆ ଏକ୍ସରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।
ସେ ଲେଖିଛନ୍ତି, ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ପାଇଁ ଅନୁମତି ନଦେବା ଓ ଶେଷ ମୁହୂର୍ତ୍ତରେ ସ୍ଥାନ ପରିବର୍ତ୍ତନ କରିବାକୁ କେବଳ ଲଜିଷ୍ଟିକାଲ୍ ଇସ୍ୟୁ କହି ଏଡ଼ାଇ ଦିଆଯାଇପାରିବ ନାହିଁ। ଏହି ବିଷୟ ରାଜନୈତିକ ବିଚାରଠାରୁ ବହୁ ଉର୍ଦ୍ଧ୍ବରେ। ସାନ୍ତାଳ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟ ପାଳନ ଅବସରରେ ଏଭଳି ବାଧା ସୃଷ୍ଟି କରିବା ଆଦିବାସୀ ଭାଇଭଉଣୀଙ୍କ ପ୍ରତି ସମ୍ବେଦନହୀନତାକୁ ଦର୍ଶାଉଛି।
ସେହିପରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଇରଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ କୋଟି କୋଟି ଜନତାଙ୍କ ଆକାଂକ୍ଷା ଓ ଗର୍ବକୁ ପ୍ରତିନିଧିତ୍ବ କରୁଛନ୍ତି। ତାଙ୍କ ପ୍ରତି ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ଆଚରଣ ସାନ୍ତାଳ ସମ୍ପ୍ରଦାୟର ଜଣେ ସଦସ୍ୟ ଭାବରେ ମୋତେ ଓ ପ୍ରତ୍ୟେକ ଓଡ଼ିଆଙ୍କୁ ବହୁ କଷ୍ଟ ଦେଇଛି। ରାଷ୍ଟ୍ରପତି ପଦ ହେଉଛି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ।
ଏହା ରାଜନୈତିକ ଭେଦଭାବରୁ ଊର୍ଦ୍ଧ୍ୱରେ ଓ ସମ୍ବିଧାନର ଗାରିମାକୁ ପ୍ରତିନିଧିତ୍ବ କରିଥାଏ। ସେହି ପଦର ପବିତ୍ରତାକୁ କ୍ଷୁର୍ଣ୍ଣ କରୁଥିବା ଯେକୌଣସି କାର୍ଯ୍ୟ ଆମ ସାମ୍ବିଧାନିକ ଢାଞ୍ଚା ପ୍ରତି ଥିବା ସମ୍ମାନକୁ ହ୍ରାସ କରେ। ଆମ ସୁସ୍ଥ ଗଣତନ୍ତ୍ରରେ ସଂକୀର୍ଣ୍ଣ ରାଜନୈତିକ ଚିନ୍ତାଧାରାର କୌଣସି ସ୍ଥାନ ନାହିଁ। ସାମ୍ବିଧାନିକ ପ୍ରତିଷ୍ଠାନ, ଆଦିବାସୀ ସମ୍ପ୍ରଦାୟକ ଐତିହ୍ୟକୁ ପାଳନ କରୁଥିବା କାର୍ଯ୍ୟକ୍ରମକୁ ବାଧାପ୍ରାପ୍ତ ନୁହେଁ। ବରଂ ଉତ୍ସାହିତ କରାଯିବା ଉଚିତ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Protocol Controversy in West Bengal: ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ, ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ତଲବ

Two Missing Minor Girls Rescued: ମିଳିଲେ ୨ ନିଖୋଜ ନାବାଳିକା, କୁଆଡେ ଗଲେ ଆଉ ଜଣେ ନାବାଳକ?

Subhadra Yojana: ଖାତାକୁ ଗଲା ୫ ହଜାର, ଆକାଉଣ୍ଟ ଚେକ୍ କରନ୍ତୁ...

Unique Women’s Day Run: ମହିଳା ଦିବସରେ ଗଣଦୌଡ, ଦୌଡିଲେ ବାଚସ୍ପତି ଓ ମେୟର୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)