Advertisment

Unique Women’s Day Run: ମହିଳା ଦିବସରେ ଗଣଦୌଡ, ଦୌଡିଲେ ବାଚସ୍ପତି ଓ ମେୟର୍

ଓଡ଼ିଶାର ହସ୍ତଶିଳ୍ପ ଐତିହ୍ୟକୁ ପ୍ରୋତ୍ସାହନ ଦେବା ସହ ମହିଳା ସଶକ୍ତିକରଣ ଏହି ଗଣଦୌଡର ଥିଲା ଉଦ୍ଦେଶ୍ୟ । ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଗଣଦୌଡ଼ର ଉଦଘାଟନ କରିଥିଲେ।

author-image
Madhupriya Mistry
womans Day

womans Day Photograph: (OTV)

ହସ୍ତତନ୍ତ ଶାଢୀ ପିନ୍ଧି ଗଣଦୌଡ଼ରେ ସାମିଲ ହେଲେ ବାଚସ୍ପତି ସୁରମା ପାଢ଼ୀ ଓ ମେୟର ସୁଲୋଚନା ଦାସ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଗଣଦୌଡ଼ ମାଷ୍ଟରକ୍ୟାଣ୍ଟିନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହିଳାମାନେ ପାରମ୍ପରିକ ହସ୍ତତନ୍ତ ଶାଢୀ ପିନ୍ଧି ଅଂଶଗ୍ରହଣ କରିଥିଲେ।

Advertisment

ଓଡ଼ିଶାର ହସ୍ତଶିଳ୍ପ ଐତିହ୍ୟକୁ ପ୍ରୋତ୍ସାହନ ଦେବା ସହ ମହିଳା ସଶକ୍ତିକରଣ ଏହି ଗଣଦୌଡର ଥିଲା ଉଦ୍ଦେଶ୍ୟ । ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଗଣଦୌଡ଼ର ଉଦଘାଟନ କରିଥିଲେ। ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ଅନେକ କର୍ପୋରେଟର ମହିଳା ଏବଂ ବିଭିନ୍ନ ବର୍ଗର ମହିଳାମାନେ ଏଥିରେ ସାମିଲ ହୋଇଥିଲେ।

ଗଣଦୌଡ଼ ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ଆରମ୍ଭ ହୋଇ ବିଏମସି କାର୍ଯ୍ୟାଳୟରେ ଶେଷ ହୋଇଥିଲା। ମହିଳାମାନେ ସମସ୍ତ କ୍ଷେତ୍ରରେ କାମ କରି ବହୁ ସଫଳତା ଓ ପ୍ରଶଂସା ଲାଭ କରୁଛନ୍ତି। ବିଏମସିରେ ଅଧିକ ସଂଖ୍ୟକ ମହିଳା କର୍ପୋରେଟର ଥିବା ଏକ ଉଜ୍ଜ୍ୱଳ ଉଦାହରଣ ବୋଲି କହିଥିଲେ ବାଚସ୍ପତି।

Advertisment

ଏହି କାର୍ଯ୍ୟକ୍ରମ ହସ୍ତତନ୍ତ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା, ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଏବଂ ମହିଳାଙ୍କ ସଶକ୍ତିକରଣ ସହ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

Marathon Bhubaneswar International Womens Day
Advertisment
Related Articles
Advertisment