/odishatv-khabar/media/media_files/2025/12/31/manoj-ahuja-retirement-2025-12-31-10-41-17.jpg)
Manoj Ahuja Retirement Photograph: (OTV)
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ତାଙ୍କର ଦୀର୍ଘ ଦେଢ ବର୍ଷର ମୁଖ୍ୟ ଶାସନ ସଚିବ ସମୟର କାର୍ଯ୍ୟାବଳୀ, ପୂର୍ବରୁ ପ୍ରଶାସନିକ ସେବାରେ ଭାରତ ସରକାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସଦର ମହକୁମାରେ ତାଙ୍କର କାର୍ଯ୍ୟଶୈଳୀକୁ କୃତଜ୍ଞତା ଓ ସମ୍ମାନ ଜଣାଇ ଏକ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆହୁଜାଙ୍କ ସହିତ ତାଙ୍କ ପତ୍ନୀ ଅବସରପ୍ରାପ୍ର ପ୍ରଶାସନିକ ଅଧିକାରୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ସେମାନଙ୍କର ପ୍ରଶାସନିକ କ୍ୟାରିଅର ଭିତରେ ଓଡ଼ିଶାକୁ ଗଭୀର ଭାବେ ଭଲ ପାଇବା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ।
ସେ କହିଲେ ଯେ, ପ୍ରଶାସନିକ କ୍ଷେତ୍ରରେ ଓଡ଼ିଶାରେ ଏକ ଭଲ ଟିମ୍ ରହିଛନ୍ତି । ସମସ୍ତଙ୍କର ଜ୍ଞାନର ଗଭୀରତା, ଦକ୍ଷତା ଓ ଗୁଣାତ୍ମକତାକୁ ସେ ପ୍ରଶଂସା କରିଥିଲେ । ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସେ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ନୂଆ ମୁଖ୍ୟ ଶାସନ ସଚିବ ହେବାକୁ ଥିବା ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ଆଜି ଅବସର ନେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
କୃତଜ୍ଞତା ଓ ସମ୍ମାନ ଜଣାଇ ସମ୍ବର୍ଦ୍ଧନା ସଭା ଆୟୋଜନ
ବିଦାୟୀ ଭାଷଣରେ ପ୍ରଶାସନର ଦକ୍ଷତା ବଖାଣିଲେ ମନୋଜ ଆହୁଜା
`ପ୍ରଶାସନିକ ସେବା ଭିତରେ ଓଡ଼ିଶା ପ୍ରତି ରହିଛି ଗଭୀର ଭଲ ପାଇବା'
ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ
`ପ୍ରଶାସନିକ କ୍ଷେତ୍ରରେ ଓଡ଼ିଶାରେ ଏକ ଭଲ ଟିମ୍ ରହିଛନ୍ତି'
Puri sees surge in devotees: ଇଂରାଜୀ ନୂଆବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ, ଶ୍ରୀକ୍ଷେତ୍ରରେ ଜମିବ ଭିଡ଼

Tight Security: ସବୁଠି ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି; କଡ଼ା ସୁରକ୍ଷା ବଳୟରେ ରହିବ ଟ୍ବିନସିଟି

Armed conflict between India and Pakistan: ୨୦୨୬ରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ! ପରମାଣୁ ସାମର୍ଥ୍ୟ ଯୋଗୁଁ ଭୟାନକ ହେବ

Daily Horoscope 31st December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)