/odishatv-khabar/media/media_files/2025/11/23/only-count-ratna-2025-11-23-21-19-10.jpg)
ONLY-COUNT-RATNA Photograph: (OTV)
ରତ୍ନଭଣ୍ଡାରରେ ଅଛି କେତେ ଦୁର୍ଲଭ ଅଳଙ୍କାର ? ମହାପ୍ରଭୁଙ୍କ ମହଣ ମହଣ ଗହଣା ଗାଣ୍ଠିର ଏବେକା ବଜାର ମୂଲ୍ୟ କେତେ ? ସୂଚନା ଅନୁସାରେ ଶ୍ରୀମନ୍ଦିର ଭଣ୍ଡାର ଘରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କର ନାନାଦି ଅଳଙ୍କାର ସବୁର ତ୍ରୁଟିଶୂନ୍ୟ ଗଣତି ମଣତି ସିନା ହେବ, କିନ୍ତୁ ମୂଲ୍ୟାଙ୍କନ ହେବନି
ଠିକ୍ ନୂଆବର୍ଷ ପରେ ଅଳଙ୍କାର ଗଣତି କାମ ଆରମ୍ଭ ହେବ ଓ ପର୍ଯ୍ୟାୟକ୍ରମେ ପ୍ରାୟ ଅଢ଼େଇରୁ ତିନି ମାସ ମଧ୍ୟରେ ଏହା ଶେଷ କରାଯିବ। ଅକ୍ଷୟ ତୃତୀୟା ଅର୍ଥାତ୍ ରଥ ନିର୍ମାଣ ଆରମ୍ଭ ପୂର୍ବରୁ ଏ କାର୍ଯ୍ୟ ସଂପନ୍ନ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ମାର୍ଗଦର୍ଶିକା ଅନୁସାରେ ଅଳଙ୍କାର ଗଣତି କରାଯିବ ଓ ଯାହାର ସମ୍ପୂର୍ଣ୍ଣ ଡିଜିଟାଇଜେସନ ହେବ। ଗଣତି ମଣତିର ଫଟୋଗ୍ରାଫି ସହ ଭିଡ଼ିଓଗ୍ରାଫି ମଧ୍ୟ କରାଯିବ। ଯଦିଓ ଏ ସମୟରେ ବାହାର ରାଜ୍ୟର ଅଭିଜ୍ଞ ଜହୁରୀ ବା ବଣିଆଙ୍କୁ ଡକାଯିବା ନେଇ କୌଣସି ସ୍ପଷ୍ଟତା ଆସିନାହିଁ କିନ୍ତୁ ସେତେବେଳେ ରିଜର୍ଭ ବ୍ୟାଙ୍କର ଦୁଇଜଣ ବରିଷ୍ଠ ଅଧିକାରୀ ନିଶ୍ଚିତ ଉପସ୍ଥିତ ରହିବେ। ଠାକୁରଙ୍କର କେଉଁ ଅଳଙ୍କାରର କି ନାଁ ? ତାର ଓଜନ କେତେ ? ସେ ଅଳଙ୍କାର ଭିତର ନା ବାହାର ଭଣ୍ଡାରର ? ଏସବୁ ଟିକନିଖ ତଥ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ଯେହେତୁ ଆଗକୁ ମହାପ୍ରଭୁଙ୍କ ପହିଲି ଭୋଗ ସହ ଇଂରାଜୀ ନୂଆ ବର୍ଷ ଆସୁଛି। ତେଣୁ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି ସାଙ୍ଗକୁ ଭକ୍ତଙ୍କ ପ୍ରବଳ ଭିଡ଼ ପାଇଁ ଜାନୁଆରୀରୁ ଗଣତି ମଣତି ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି।...
ଶେଷ ଥର ପାଇଁ ୧୯୭୮ ମସିହାରେ ହୋଇଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି। ମେ ୧୩ରୁ ଜୁଲାଇ ୨୩ ମଧ୍ୟରେ ପ୍ରାୟ ୭୦ ଦିନ ଧରି ଚାଲିଥିଲା ଅଳଙ୍କାର ଗଣତି। ତଥ୍ୟ ଅନୁସାରେ ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର ୪୫୪ ପ୍ରକାର କେବଳ ସୁବର୍ଣ୍ଣ ଅଳଙ୍କାର ରହିଛି- ଯାହାର ଓଜନ ୧୨ ହଜାର ୮୩୮ ଭରି ବା ୧୨୮ରୁ ୧୪୨ କେଜି ମଧ୍ୟରେ ହେବ। ସେହିପରି ୨୯୩ ପ୍ରକାର ରୌପ୍ୟ ଅଳଙ୍କାରର ଓଜନ ୨୨ ହଜାର ୨୪୨ ଭରି ବା ପ୍ରାୟ ୨୨୪ କିଲୋ ବୋଲି ଉଲ୍ଲେଖ ରହିଛି। ତେବେ କେବଳ ଭିତର ଭଣ୍ଡାରରେ ୩୬୭ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ରହିଛି ଯେଉଁଥିରେ-ବହୁ ମୂଲ୍ୟ ହାର ମାଳ ସହ ମୁକୁଟ ମଧ୍ୟ ଅନ୍ତର୍ଭୁକ୍ତ। ସେମିତି ୨୩୧ ପ୍ରକାର ରୂପା ଅଳଙ୍କାର ବି ଭିତର ଭଣ୍ଡାରରେ ରହିଛି। ଦୈନ୍ୟଦିନ ନୀତିକାନ୍ତି ଓ ଯାନିଯାତ୍ରା ପାଇଁ ବାହାର ଭଣ୍ଡାରରେ ୮୭ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଓ ୬୨ ପ୍ରକାର ରୌପ୍ୟ ଅଳଙ୍କାର ରହିଛି, ଯାହାକି ଠାକୁରମାନଙ୍କୁ ଲାଗି ହେଉଛି। ସେପଟେ ଠାକୁରଙ୍କ ଅଳଙ୍କାର ଗଣତିମଣତି ନିଷ୍ପତ୍ତିକୁ ପରିଚାଳନା କମିଟି ସଦସ୍ୟ ସ୍ବାଗତ କରିଥିବାବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ନୂଆ ଅଳଙ୍କାର ସେଟ କରାଯିବା ପାଇଁ ଗୁରୁତ୍ବ ଦିଆଯାଇଥିବା ସୂଚନା ଦେଇଛନ୍ତି।...
ତେବେ କାହିଁକି ହେବନି ମହାପ୍ରଭୁଙ୍କ ମହଣ ମହଣ ଅଳଙ୍କାର ସବୁର ମୂଲ୍ୟାୟନ ? ଏଭଳି ପ୍ରଶ୍ନ ଭକ୍ତ ମହଲରେ ଉଙ୍କି ମାରିଥିବା ବେଳେ ଧାର୍ମିକ ବିଶ୍ବାସ ଓ ଆଧ୍ୟାତ୍ମିକ ଗୁରୁତ୍ବ ରହିଥିବାରୁ ଏସବୁ ଦୁର୍ମୁଲ୍ୟ ଅଳଙ୍କାରର ଏବେକା ସମୟରେ ଆକଳନ କରିହେବ ନାହିଁ ବୋଲି କୁହାଯାଉଛି।
Managerial Negligence: ପେନକିଲର ଖାଇ କରୁଥିଲେ ପ୍ରୋଗ୍ରାମ୍ ? ହ୍ୟୁମାନଙ୍କ ଅସୁସ୍ଥତା ପରିବାରକୁ ଜଣାଇନଥିଲେ ମ୍ୟାନେଜର !

Heavy Weather Ahead: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା , ୨୫ରୁ ବଢିବ ପବନର ବେଗ ...ଓଡ଼ିଶାକୁ ହିଟ୍ କରିବ କି ?

Corruption Shock: ୬୮ ଲକ୍ଷ ସରକାରୀ ଟଙ୍କା ଖାଇ ଫେରାର ମାରିଥିଲେ ବାବୁ, ଧରାପଡ଼ିବା ପରେ କହିଲେ ଡିପ୍ରେସନରେ...

After Marital Dispute: ଶ୍ବଶୁର ଘର ଉପରକୁ ଜ୍ୱାଇଁର ବୋମା ମାଡ଼, ମାଡି଼ ବସିଲେ ଗ୍ରାମବାସୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)