/odishatv-khabar/media/media_files/2025/11/23/boomb-attack-2025-11-23-18-34-59.jpg)
BOMB-ATTACK Photograph: (OTV)
ଶ୍ବଶୁର ଘର ଉପରକୁ ଜ୍ୱାଇଁର ବୋମା ମାଡ଼। ଭୟଭୀତ ପୁରା ପରିବାର। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା କରଣପଲ୍ଲୀ ଅଞ୍ଚଳରେ। ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଆପଣ୍ଡା ଗ୍ରାମର ଶ୍ରୀଧର ନାୟକ କରଣପଲ୍ଲୀ ପଞ୍ଚାୟତ ବିଜୟ ପାଟଣା ଗ୍ରାମର ରାମ ଚନ୍ଦ୍ର ମହାଳିକଙ୍କ ଝିଅ ମାମୁନିଙ୍କୁ ପ୍ରେମ ବିବାହ କରିଥିଲେ।
ବିବାହର କିଛି ଦିନ ବେଶ ଭଲରେ କଟିବା ପରେ , ପରସ୍ପର ମଧ୍ୟରେ ବିଭିନ୍ନ କାରଣକୁ ନେଇ ମତାନ୍ତର ସହ ବଚସା ଲାଗି ରହୁଥିଲା। ତେଣୁ ମାମୁନି ନିଜ ବାପା ଘରକୁ ଚାଲି ଆସିଥିଲେ। ଏପରିକି ଗାଁର ଭଦ୍ର ଲୋକଙ୍କ ଉପସ୍ଥିତିରେ ବିଚାର କରାଯାଇ, ଦୁହେଁ ଅଲଗା ଅଲଗା ରହିବାକୁ ନିଷ୍ପତ୍ତି ହୋଇଛି। ତେବେ ଦୁହିଁଙ୍କ ଅଲଗା ହେବାର କାରଣ ମାମୁନିଙ୍କ ବାପ ଘର ଲୋକ ବୋଲି ଦାୟୀ କରି ପ୍ରତିଶୋଧ ପରାୟଣ ହୋଇ ଗତକାଲି ବିଳମ୍ବିତ ରାତିରେ ଶଶୁର ରାମଚନ୍ଦ୍ର ମହାଳିକଙ୍କ ଘର ଉପରକୁ ଶ୍ରୀଧରଙ୍କ ସହ ତାଙ୍କର ଦୁଇ ବନ୍ଧୁ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି ।
ଏହି ବୋମା ମାଡ଼ରେ ଶ୍ବଶୁର ରାମ ଚନ୍ଦ୍ରଙ୍କର ଆଜବେଷ୍ଟ ଘରର କିଛି ଅଂଶ ଭାଙ୍ଗି ଯାଇଛି | ଅନ୍ୟପଟେ ବୋମାମାଡ଼ ଶବ୍ଦରେ ଗ୍ରାମବାସୀ ଉଠି ପଡ଼ି ଖସି ପଳାଉଥିବା ୩ଜଣଙ୍କ ମଧ୍ୟରୁ ବାଇକ୍ ସହିତ ଦୁଇ ସାଙ୍ଗକୁ ମାଡ଼ି ବସିଥିଲେ । କିନ୍ତୁ ଶ୍ରୀଧର ଖସି ପଳାଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ବାଂଶଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧରଙ୍କ ୨ ସାଙ୍ଗକୁ ଥାନାରେ ଅଟକ ରଖିଛି। ଅନ୍ୟପଟେ ଥାନାରେ ଏତଲା ପରେ ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ଆଇଆଇସି ସୂଚନା ଦେଇଛନ୍ତି।...
ଶ୍ବଶୁର ଘର ଉପରକୁ ଜ୍ୱାଇଁର ବୋମା ମାଡ଼
ଭୟଭୀତ ଶ୍ବଶୁର ଘର ଲୋକ
ବାଂଶଡ଼ା ଥାନା କରଣପଲ୍ଲୀ ଅଞ୍ଚଳର ଘଟଣା
ରାତି ଅଧରେ ଦୁଇ ସାଙ୍ଗଙ୍କ ସହ ଜ୍ୱାଇଁର ବୋମା ମାଡ଼
ପ୍ରତିଶୋଧ ପରାୟଣ ହୋଇ ବୋମା ମାଡ଼ କରିଥିବା ଅଭିଯୋଗ
ବୋମା ମାଡ଼ରେ ଭାଙ୍ଗି ଯାଇଛି ଆଜବେଷ୍ଟ ଘରର କିଛି ଅଂଶ
ବୋମାମାଡ଼ ଶବ୍ଦ ଶୁଣି ଦୁଇ ଜଣଙ୍କୁ ମାଡି଼ ବସିଲେ ଗ୍ରାମବାସୀ
ଜ୍ୱାଇଁ ଶ୍ରୀଧର ଫେରାର, ପୋଲିସ ତଦନ୍ତ ଜାରି
Earthquake Alert on Phone: ମୋବାଇଲ୍ ଦେବ ଭୂମିକମ୍ପ ଆଲର୍ଟ, ବଞ୍ଚାଇଦେବ ଜୀବନ

Wing Commander Namansh Syal : ଲୁହ ଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଦେଲେ ପତ୍ନୀ ଅଫସନା , ୱିଙ୍ଗ କମାଣ୍ଡର ନମଂଶ ସୟାଲଙ୍କୁ ଅନ୍ତିମ ବିଦାୟ

Daughter Beaten: ମାଆ ନେଇଥିଲେ ଋଣ, ଝିଅକୁ ପଡ଼ିଲା ମହଙ୍ଗା...ଥାନାରେ ମାମଲା

Shame on the Education System: ଶିକ୍ଷା ବ୍ୟବସ୍ଥାରେ କଳଙ୍କ; ମିଛ ସାର୍ଟିଫିକେଟ୍ ଦେଇ ସତ ଚାକିରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)