/odishatv-khabar/media/media_files/2025/11/23/cyclone-2025-11-23-18-13-56.jpg)
cyclone Photograph: (OTV)
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା। ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ। ଆସନ୍ତାକାଲି ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି।
ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ବାତ୍ୟାରେ ପରିଣତ ହେବା ପରେ କୁଆଡେ ମୁହାଁଇବ, କଣ ରହିବ ଦିଗ ସେନେଇ ଚିତ୍ର ସ୍ପଷ୍ଟ ହୋଇନି।
ତେବେ ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ୨୫ ତାରିଖରୁ ବଢିବ ପବନର ବେଗ। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ବେଗ ବଢି ଚାଲିବ । ୨୫ ସନ୍ଧ୍ୟାରୁ ପବନର ଘଣ୍ଟା ପ୍ରତି ବେଗ ୫୦-୬୦ କି.ମି ରହିବ । ୨୬ ସକାଳୁ ୬୦ରୁ ୭୦ କିମିରେ ରହି ସର୍ବାଧିକ ୮୦ କିମି ହେବ। ୨୭ ସକାଳୁ ସର୍ବାଧିକ ୧୦୦ କିମି ରହିପାରେ ପବନର ବେଗ । ଏନେଇ IMD ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।
ସେପଟେ ପରିସ୍ଥିତକୁ ସାମ୍ନା କରିବାକୁ ସମ୍ପୂର୍ଣ୍ଣ ଭାବେ ସତର୍କ ଅଛୁ ଓ ପୂରା ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଜ ପୁଜାରୀ।
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା
ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ
ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ
ଆସନ୍ତାକାଲି ବେଳକୁ ଅବପାତର ରୂପ ନେବା ସମ୍ଭାବନା
ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟା ସମ୍ଭାବନା
ବାତ୍ୟାରେ ପରିଣତ ହେଲେ କଣ ରହିବ ଦିଗ, ସ୍ପଷ୍ଟ ହୋଇନି ଚିତ୍ର
Complaint Filed Against Liza: ନିଜ ବୟାନ ପାଇଁ କ୍ଷମା ମାଗିଲେ ଆଙ୍କର ଲିଜା , ଥାନାରେ ଅଭିଯୋଗ

Human Skeleton Recovered: କଙ୍କାଳ କହିବ ସତ କାହାଣୀ !

Earthquake Alert on Phone: ମୋବାଇଲ୍ ଦେବ ଭୂମିକମ୍ପ ଆଲର୍ଟ, ବଞ୍ଚାଇଦେବ ଜୀବନ

Wing Commander Namansh Syal : ଲୁହ ଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଦେଲେ ପତ୍ନୀ ଅଫସନା , ୱିଙ୍ଗ କମାଣ୍ଡର ନମଂଶ ସୟାଲଙ୍କୁ ଅନ୍ତିମ ବିଦାୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)