/odishatv-khabar/media/media_files/2025/11/22/balangir-titilagarh-humane-controversy-2025-11-22-19-33-40.jpg)
Balangir-Titilagarh-Humane-Controversy Photograph: (OTV)
ପେନକିଲର ନେଇଛି କି ହ୍ୟୁମାନଙ୍କ ଜୀବନ ? ଯନ୍ତ୍ରଣାରୁ ଉପଶମ ପାଇଁ ଦିଆଯାଉଥିଲା କି ଇଞ୍ଜେକ୍ସନ ? ହ୍ୟୁମାନଙ୍କ ଅସୁସ୍ଥତା ପରିବାରକୁ ଜଣାଇନଥିଲେ ମ୍ୟାନେଜର ? ହ୍ୟୁମାନଙ୍କ ମୃତ୍ୟୁକୁ ୬ ଦିନ ବିତିଲାଣି, ତଥାପି ବିବାଦ ଥମିବାର ନାଁ ଧରୁନି । ହ୍ୟୁମାନଙ୍କ ଟିମକୁ ନେଇ ଏବେ ପୂରା ଖପ୍ପା ଓଡ଼ିଶା । ବାରବାର ଅସୁସ୍ଥତା ସତ୍ତ୍ବେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇ, ପ୍ରୋଗ୍ରାମ କରାଉଥିଲେ ମ୍ୟାନେଜର ପପୁ ।
ଠିକସେ ଚାଲିପାରୁନଥିଲେ, ତଥାପି ଚାପରେ ପଡ଼ି ହ୍ୟୁମାନ ପ୍ରୋଗ୍ରାମ କରିବାକୁ ଯାଉଥିଲେ । ଖାଲି ସେତିକି ନୁହେଁ, ପ୍ରୋଗ୍ରାମ କରାଇବାକୁ ହ୍ୟୁମାନଙ୍କୁ ପ୍ରାଥମିକ ଚିକିତ୍ସା ବା ଯନ୍ତ୍ରଣା ଉପଶମ ଇଂଜେକସନ ଦିଆଯାଉଥିଲା ବୋଲି କୁହାଯାଇଛି । ଯଦିଓ ଗଣମାଧ୍ୟମ ଆଗରେ ହ୍ୟୁମାନଙ୍କ ମ୍ୟାନେଜର କହିସାରିଛନ୍ତି, ଆମେ ତାଙ୍କର ଚିକିତ୍ସା କରାଇଥିଲୁ । କିନ୍ତୁ କାହିଁକି ଓ କ’ଣ ପାଇଁ ହ୍ୟୁମାନଙ୍କ ପରିବାର ଲୋକଙ୍କୁ ରୋଗ ସଂର୍ପକରେ ଜଣାଇଲେ ନାହିଁ ତା’ ଏବେ ବଡ଼ ପ୍ରଶ୍ନ ଛିଡ଼ା କରିଛି
ହ୍ୟୁମାନ ମା’ଙ୍କ ଏ କଥା ସ୍ପଷ୍ଟ କରୁଛି, ପରିବାରକୁ ହ୍ୟୁମାନଙ୍କ ଦେହ ଖରାପ ଥିବା ଜଣାଯାଉନଥିଲା । ମ୍ୟାନେଜର କିମ୍ବା ତାଙ୍କ ଟିମର ସଦସ୍ୟ କେହି କହିନଥିଲେ । ତେଣୁ ହ୍ୟୁମାନଙ୍କ ମୃତ୍ୟୁର ରହସ୍ୟ ପଦାକୁ ଆଣିବାକୁ ଏବେ ବିଭିନ୍ନ ସଂଗଠନ ଦାବି କଲେଣି । ବଲାଙ୍ଗିର ଟାଉନ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । କିନ୍ତୁ ତଦନ୍ତ ସଂପର୍କରେ ବଲାଙ୍ଗିର ପୋଲିସ ପ୍ରତିକ୍ରିୟା ରଖିନାହିଁ । କିନ୍ତୁ ସୂଚନା ମିଳିଛି, ମାମଲା ରୁଜୁ ହୋଇସାରିଛି । ବି.ଏନ.ଏସ ୧୯୩ର ୯ ଧାରା ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି । ସେପଟେ ହ୍ୟୁମାନଙ୍କ ନିଜ ଗାଁ ସଇଁନ୍ତଲା ଥାନାରେ ବି ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ । ଘଟଣା ସମ୍ବେଦଳଶୀଳ ହୋଇଥିବାରୁ, ଉଚ୍ଚସ୍ତରୀୟ ତଦନ୍ତ ପଇଁ ଦାବି କରିଛନ୍ତି ସଂଗଠନର କର୍ମକର୍ତ୍ତାମାନେ ।
Four of a Family Die: ରାତି ପାହିଲେ ହୋଇଥାଆନ୍ତା ଏନଗେଜମେଣ୍ଟ , ସକାଳୁ ସକାଳୁ ଘଟିଗଲା ବଡ଼ ଅଘଟଣ

Chatpata Chili Chana: ରବିବାର ସଂଧ୍ୟାକୁ କରନ୍ତୁ ମଜାଦାର, ଘରେ ବନାନ୍ତୁ ଚଟ୍ପଟା ଚିଲି ଚଣା

Naveen’s Review Under Spotlight: ନଜର ନବୀନଙ୍କ ସମୀକ୍ଷା ବୈଠକ ଉପରେ, ହେବ ନିଚ୍ଛକ ନା ଗତାନୁଗତିକ ?

Low Pressure: ସୃଷ୍ଟି ହେଲା ଲଘୁଚାପ , ୨୪ରେ ଅବପାତ ସମ୍ଭାବନା...ଚାଷୀଙ୍କ ମନରେ ଛନକା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)