/odishatv-khabar/media/media_files/2026/02/16/sundarpada-blast-case-2026-02-16-12-41-43.jpg)
Sundarpada Blast Case Photograph: (OTV)
ଭୁବନେଶ୍ବର ସୁନ୍ଦରପଦାରେ ଘଟିଥିବା ଛାତିଥରା ବିସ୍ଫୋରଣ CCTV ଫୁଟେଜ୍ କୁ ଧରି ଘାଣ୍ଟୁଛି ଏନଆଇଏ। ଆଜାଦନଗରରେ ବଡ଼ ବିସ୍ଫୋରଣ ପୂର୍ବରୁ କେମିତି ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ମୃତାହତଙ୍କ ପାଖକୁ ଆସିଲା ତାର କ୍ଲୁ ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା।
ଜାନୁଆରୀ ୨୮ ତାରିଖର ସେ ଛାତିଥରା CCTV ଫୁଟେଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେବ୍ଲାଷ୍ଟର ଭୟାବହତା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଘଟଣାକୁ ବି ଗମ୍ଭୀରତାର ସହ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ତଦନ୍ତକୁ ଆହୁରି ଜୋରଦାର କରିଛି।
CCTV ଫୁଟେଜରେ ଆଜାଦ ନଗର ସ୍ଥିତ ଏକ କୋଠା ଉପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ସହ ନିଆଁର ବଡ଼ ଝଲକ ଦେଖାଯାଉଛି। କଳା ଧୂଆଁରେ ସମ୍ପୂର୍ଣ୍ଣ ଅଞ୍ଚଳ ଆଚ୍ଛାଦିତ ହୋଇ ଯାଇଛି। ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ।
ବିସ୍ଫୋରଣସ୍ଥଳରୁ ଆରଡିଏକ୍ସ ନମୁନା ମିଳିବା ପରେ ବି ତାକୁ ଗୁରୁତ୍ବର ସହ ନେଇଥିଲା ଏନଆଇଏ। ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁରୁଣା ଅପରାଧୀ ସେହନବାଜ ମଲ୍ଲିକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟି ସାରିଛି। ଅନ୍ୟ ଦୁଇ ଜଣ ଗୁରୁତରଙ୍କର ଏବେ ବି ଚିକିତ୍ସା ଚାଲିଛି।
Bomb Threat: ବିଭିନ୍ନ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ, ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଉଲ୍ଲେଖ

AI Impact Summit: ଆଜିଠୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬, ୧୩ଟି ଦେଶର ପାଭିଲିୟନ ରହିବ

Anganwadi Reopens: ତୁଟିଲା ଜାତିପ୍ରଥା ବିବାଦ; ଅଙ୍ଗନବାଡ଼ି ଆସିଲେ ପିଲା, ପାଠ ପଢିଲେ

All-Party Meet Today: କାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ; ଆଜି ସର୍ବଦଳୀୟ ବୈଠକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)