Advertisment

All-Party Meet Today: କାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ; ଆଜି ସର୍ବଦଳୀୟ ବୈଠକ

ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ ହେବ। ବଜେଟ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି।

author-image
Chinmayee Sahoo
All Party Meeting

All Party Meeting Photograph: (OTV)

ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ। ତେବେ ବଜେଟ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାପାଇଁ ବାଚସ୍ପତି ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିବେ। ଦିନ ୧୧ଟା ୩୦ରେ ବିଧାନସଭା ପରିସରରେ ହେବ ଏହି ବୈଠକ। 

Advertisment

ବିଧାନସଭାର କାର୍ଯ୍ୟସୂଚୀ ଉପରେ ବୈଠକରେ ଆଲୋଚନା କରାଯିବ। ଫେବୃୟାରୀ ୧୭ ରୁ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ। ବଜେଟ ଅଧିବେଶନରେ ମୋଟ ୨୮ ଟି କର୍ଯ୍ୟଦିବସ ରହିଛି। ରାଜ୍ୟପାଳଙ୍କ ଅଭିଭାଷଣ ରୁ ଗୃହକାର୍ଯ୍ୟ ଆରମ୍ଭ ହେବ। 

ଆସନ୍ତା ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟପଟେ ଆସନ୍ତାକାଲି ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସର ବସିବ ବିଧାୟକ ଦଳ ବୈଠକ। ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ ବିରୋଧୀ।

Advertisment

All-party Meeting
Advertisment
Related Articles
Advertisment