Advertisment

AI Impact Summit: ଆଜିଠୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬, ୧୩ଟି ଦେଶର ପାଭିଲିୟନ ରହିବ

ଆଜିଠାରୁ ନୂଆଦିଲ୍ଲୀରେ ଶୁଭାରମ୍ଭ ହେବ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬। ଭାରତ ମଣ୍ଡପମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Chinmayee Sahoo
AI Impact Summit

AI Impact Summit Photograph: (OTV)

ଆଜିଠାରୁ ନୂଆଦିଲ୍ଲୀରେ ଶୁଭାରମ୍ଭ ହେବ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬। ଭାରତ ମଣ୍ଡପମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଏକ୍ସପୋର ଆୟୋଜନ ଆସ୍ନ୍ତା ୨୦ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍ ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖରର ସମ୍ମିଳନୀ ସହିତ ଅନୁଷ୍ଠିତ ହେବ । 

Advertisment

ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା କମ୍ପାନୀ, ଷ୍ଟାର୍ଟ ଅପ୍ , ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ, କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଏକତ୍ର କରିବ ଏହି ସମ୍ମିଳନୀ। ୭୦ ହଜାର ବର୍ଗ ମିଟରରୁ ଅଧିକ କ୍ଷେତ୍ରକୁ ବିସ୍ତାରିତ ୧୦ଟି ଏରେନାରେ ଆୟୋଜିତ ଏହି ଏକ୍ସପୋ  । 

ଏହି ଏକ୍ସପୋରେ ୧୩ଟି ଦେଶର ପାଭିଲିୟନ ମଧ୍ୟ ରହିବ। ଏହି ଏକ୍ସପୋରେ ୩୦୦ରୁ ଅଧିକ ସଂଗୃହିତ ପ୍ରଦର୍ଶନୀ ମଣ୍ଡପ ଏବଂ ଲାଇଭ ପ୍ରଦର୍ଶନ ଆୟୋଜନ କରାଯିବ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ରେ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଅଢେଇ ଲକ୍ଷରୁ ଅଧିକ ପରିଦର୍ଶକଙ୍କ ଅଂଶଗ୍ରହଣ ଆଶା କରାଯାଉଛି ।

Advertisment

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଶ୍ୱସ୍ତରୀୟ ଏଆଇ ଇକୋସିଷ୍ଟମ ମଧ୍ୟରେ ନୂତନ ସହଭାଗୀତାକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବା ।

AI Impact Summit
Advertisment
Related Articles
Advertisment