Advertisment

Anganwadi Reopens: ତୁଟିଲା ଜାତିପ୍ରଥା ବିବାଦ; ଅଙ୍ଗନବାଡ଼ି ଆସିଲେ ପିଲା, ପାଠ ପଢିଲେ

କେନ୍ଦ୍ରାପଡ଼ା ରାଜନଗର ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଯୋଗଦେଲେ ପିଲା। ଜାତିପ୍ରଥା ପରମ୍ପରା ଉପରେ ପଡିଲା ପୂର୍ଣ୍ଣଛେଦ। ଆଜି ପିଲା ପହଂଚିବା ପରେ ସ୍ୱାଭାବିକ ହେଲା ଅଙ୍ଗନବାଡି କେନ୍ଦ୍ର।

author-image
Chinmayee Sahoo
Anganwadi Reopens

Anganwadi Reopens Photograph: (OTV)

କେନ୍ଦ୍ରାପଡ଼ା ରାଜନଗର ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଯୋଗଦେଲେ ପିଲା। ଜାତିପ୍ରଥା ପରମ୍ପରା ଉପରେ ପଡିଲା ପୂର୍ଣ୍ଣଛେଦ। ଆଜି ପିଲା ପହଂଚିବା ପରେ ସ୍ୱାଭାବିକ ହେଲା ଅଙ୍ଗନବାଡି କେନ୍ଦ୍ର। ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ବିଧାୟକ ଉପସ୍ଥିତ ଥିଲେ।

Advertisment

ଜାତିପ୍ରଥାକୁ ନେଇ ଦୀର୍ଘ ତିନି ମାସ ଧରି ବନ୍ଦ ରହିଥିଲା ଅଙ୍ଗନବାଡି କେନ୍ଦ୍ର। ଗତ ୧୪ ତାରିଖ ଦିନ ଶିଶୁ ସୁରକ୍ଷା ଆୟୋଗଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଅଙ୍ଗନବାଡି କେନ୍ଦ୍ରରେ ପହଂଚି ଲୋକଙ୍କୁ ବୁଝେଇବାରେ ସଫଳ ହୋଇଥିଲେ। ଏହାପରେ ଲୋକେ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ପଠାଇବା ପାଇଁ ଶପଥ ନେଇଥିଲେ। 

ଆଜି ସିଡିପିଓ ଓ ରାଜନଗର ବିଧାୟକ ଘର ଘର ବୁଲି ଗ୍ରାମ ସଭା କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଣିଥିଲେ।

Advertisment

Kendrapada Anganwadi
Advertisment
Related Articles
Advertisment