Advertisment

National-Level Bhajan Ceremony On Mahashivratri: ମହାଶିବରାତ୍ରୀ ପାଇଁ ଜୋରଦାର ପ୍ରସ୍ତୁତି; ଆକର୍ଷଣ ସାଜିବେ ଅମିତାଭ ବଚ୍ଚନ!

ମହାଶିବରାତିରେ ଜାତୀୟସ୍ତର ଭଜନ ସମାରୋହ। ଭକ୍ତି ରସରେ ବାନ୍ଧିବେ ପ୍ରସିଦ୍ଧ କଣ୍ଠଶିଳ୍ପୀ ନୀତିନ ମୁକେଶ। ଓଡିଶାରୁ ୩୦ରୁ ଅଧିକ କଣ୍ଠଶିଳ୍ପୀଙ୍କ ଭଜନରେ ମଜିବେ ଭକ୍ତ।

author-image
Chinmayee Sahoo
Amitabh Bachhan

Amitabh Bachhan Photograph: (OTV)

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ। ମହାଶିବରାତିରେ ଅନୁଷ୍ଠିତ ହେବ ଜାତୀୟସ୍ତର ଭଜନ ସମାରୋହ। ଭଜନ ସଂଧ୍ୟାରେ ଭକ୍ତିଭରିବେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ନୀତିନ ମୁକେଶ। ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। 

Advertisment

ଏଥିସହ ଦେଶର ଅନ୍ୟ ପ୍ରାନ୍ତରୁ ମଧ୍ୟ କଣ୍ଠଶିଳ୍ପୀ ଯୋଗ ଦେବେ। ଓଡିଶାରୁ ୩୦ରୁ ଅଧିକ କଣ୍ଠଶିଳ୍ପୀଙ୍କ ଭଜନରେ ମଜିବେ ଭକ୍ତ। ଭଜନ ସମାରୋହ ସକାଳୁ ଆରମ୍ଭ ହୋଇ ମହାଦୀପ ଉଠିବା ପରେ ମଧ୍ୟ ଜାରି ରହିବ। ଭଜନ ସଂନ୍ଧ୍ୟାରେ ଆକର୍ଷଣ ସାଜିବେ ଅମିତାଭ ବଚ୍ଚନଙ୍କ ଡ୍ୟୁପ୍ଲିକେଟ୍ ଶଶିକାନ୍ତ ପେଡୱାଲ୍। 

ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୧୦ଟାରେ ମହାଦୀପ ଉଠିବାକୁ ସମୟ ନିର୍ଘଣ୍ଟ ହୋଇଛି। ଏହି ସମୟ ଭିତରେ ମହାଦୀପ ଉଠିବାକୁ ନେଇ ସମସ୍ତ ନିଯୋଗ ପ୍ରତିଶ୍ରୁତି ଦେଇଥିବା ବ୍ରାହ୍ମଣ ନିଯୋଗ ସଭାପତି କହିଛନ୍ତି।

Advertisment

Lingaraj Temple Mahashivratri
Advertisment
Related Articles
Advertisment