/odishatv-khabar/media/media_files/2026/02/14/maha-shivratri-2026-02-14-14-40-31.jpg)
Maha Shivratri Photograph: (OTV)
ଆସନ୍ତାକାଲି ପବିତ୍ର ମହାଶିବରାତ୍ରି। ରାତ୍ରି ଉଜାଗର ରହି ଦୀପ ଜାଳି ବ୍ରତ ପାଳନ କରିବେ ଶ୍ରଦ୍ଧାଳୁ। ଲିଙ୍ଗରାଜରେ ହଜାର ହଜାର ସଂଖ୍ୟାରେ ଦୀପ ଜାଳିବେ ଭକ୍ତ। ପିଲାଠାରୁ ଆରମ୍ଭ କରି ମହିଳା, ପୁରୁଷ ଓ ବୃୟସ୍କ ବ୍ୟକ୍ତି ମଧ୍ୟ ଦୀପ ଜାଳିବେ। ତେବେ ଦୀପକୁ ନେଇ ସତର୍କ ରହିବା ଆବଶ୍ୟକ।
ଗତକାଲି ରାଜଧାନୀ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ମନ୍ଦିରରେ ଅଘଟଣ ଦେଖିବାକୁ ମିଳିଥିଲା। ଦୀପ ଜାଳିବା ବେଳେ ଅଘଟଣ ଘଟି ମହିଳା ପୋଡ଼ି ଯାଇଥିଲେ। ଦୀପ ନିଆଁରେ ମହିଳାଙ୍କ ଶରୀର ୫୦ ଭାଗ ପୋଡି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିସିଟିଭିରେ କଏଦ ହୋଇଥିଲା ଏ ଦୃଶ୍ୟ।
ତେଣୁ ପୂଜା କରିବା ସମୟରେ ସତର୍କ ରହିବା ଜରୁରୀ। ଦୀପ ଜାଳୁଥିବାବେଳେ ମହିଳାମାନେ ନିଜ ପୋଷାକ ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ। ଅନେକ ମହିଳା ଶାଢ଼ୀ ପିନ୍ଧି ମନ୍ଦିରକୁ ଯାଇଥାନ୍ତି। ଆଉ ଅସାବଧାନତାରୁ ଶାଢିରେ ନିଆଁ ଲାଗିଯାଇଥାଏ। ସେଥିଲାଗି ମନ୍ଦିରରେ ଦୀପ ଜାଳିବାବେଳେ ସତର୍କତାମୂଳକ ପଦକ୍ଷେପଗୁଡ଼ିକ ପାଳନ କରିବା ଉଚିତ।
ଜାଣନ୍ତୁ ମନ୍ଦିରରେ ଦୀପ ଜାଳିବା ବେଳେ କ'ଣ ସତର୍କତା ଅବଲମ୍ବନ କରିବା ଜରୁରୀ:-
• ମନ୍ଦିରରେ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀପ ଜାଳନ୍ତୁ
• ନିଆଁ ନ ଧରିବା ଭଳି ସ୍ଥାନରେ ଦୀପ ଜାଳନ୍ତୁ
• ଧାତୁ ପାତ୍ର କିମ୍ବା ପଥର ଉପରେ ଦୀପ ରଖନ୍ତୁ
• ଜଳୁଥିବା ଦୀପ ଠାରୁ ନିର୍ଦ୍ଦିଷ୍ଟ ଦୂରତା ରଖନ୍ତୁ
• ଦୀପକୁ କାଠ ସାମଗ୍ରୀ, କପଡ଼ା କିମ୍ବା ଜ୍ୱଳନଶୀଳ ପଦାର୍ଥଠାରୁ ଦୂରେଇ ରଖନ୍ତୁ
• ଦୀପ ଜଳୁଥିବା ସମୟରେ ଏହାକୁ ଅନ୍ୟ ସ୍ଥାନକୁ ନିଅନ୍ତୁ ନାହିଁ
• ଏଥିରୁ ନିଆଁ ଲାଗିବା ସମ୍ଭାବନା ରହିଛି
• ଦୀପଗୁଡିକୁ ପରସ୍ପର ପାଖାପାଖି କରି ରଖନ୍ତୁ ନାହିଁ
• ଏଥିରୁ ନିଆଁର ପ୍ରକୋପ ବୃଦ୍ଧି ପାଇବା ସମ୍ଭାବନା ରହିଛି
• ଦୀପ ଜଳୁଥିବା ସ୍ଥାନରେ ପାଣି କିମ୍ବା ବାଲି ରଖନ୍ତୁ
• ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରାଯାଇପାରିବ
• ଦୀପକୁ ଛୋଟ ପିଲାଙ୍କ ନିକଟରୁ ଦୂରେଇ ରଖନ୍ତୁ
• ମନ୍ଦିରରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିଥିଲେ ଭଲ
• ଅଘଟଣ ଘଟିଲେ ନିଆଁକୁ ଶୀଘ୍ର ଲିଭାଇହେବ
Bee Attack: ଗାଁରେ ମହୁମାଛି ଆତଙ୍କ; ବୃଦ୍ଧଙ୍କ ମୃତ୍ୟୁ, ୫ ଜଣ ଆହତ

Aadhaar-Related Grievance Hearing: ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ନେଇ ବଡ଼ ଖବର; ଜାଣନ୍ତୁ କ’ଣ

Youth Beaten to Death: ଚୋର ସନ୍ଦେହରେ ଯୁବକଙ୍କୁ ମାରିଦେଲେ, ସାର୍ଦ୍ଦୁଳ ଗାଁରେ ପୋଲିସ ଛାଉଣୀ

CCTV Captures Major Accident: ଅଟୋକୁ ପିଟିଲା ଟ୍ରାଭେଲର, ସିସିଟିଭିରେ କଏଦ ଭୟଙ୍କର ଦୃଶ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)