Advertisment

Bee Attack: ଗାଁରେ ମହୁମାଛି ଆତଙ୍କ; ବୃଦ୍ଧଙ୍କ ମୃତ୍ୟୁ, ୫ ଜଣ ଆହତ

ରାଜକନିକା ଥାନା ଜାଗୁଳାଇପଡ଼ା ଗାଁରେ ମହୁମାଛି ଆତଙ୍କ। ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ୫ ଜଣ ଆହତ। ଆହତଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।

author-image
Chinmayee Sahoo
Bee Attack

Bee Attack Photograph: (OTV)

ମହୁମାଛି ଆକ୍ରମଣରେ ଗଲା ବୃଦ୍ଧଙ୍କ ଜୀବନ । ୫ ଜଣ ଆହତ ହୋଇଛନ୍ତି । କେନ୍ଦ୍ରାପଡା ରାଜକନିକା ଥାନା ଜାଗୁଳାଇପଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ଜାଗୁଳାଇପଡା ଗାଁର ୭୬ ବର୍ଷୀୟ ବୃଦ୍ଧ ବୈଲୋଚନ ବିଶ୍ୱାଳ। ଗତକାଲି ଅପରାହ୍ନରେ ଗାଁ ମୁଣ୍ଡ ସ୍କୁଲ ନିକଟରେ ଥିବା ଏକ ବଉଳ ଗଛରୁ ହଠାତ ମହୁମାଛି ବାହାରି ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ଆକ୍ରମଣ କରିଥିଲେ। 

Advertisment

ଫଳରେ ୬ ଜଣ ଆହତ ହୋଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ବୈଲୋଚନଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Kendrapada Honeybee Attack Bee Attack
Advertisment
Related Articles
Advertisment