/odishatv-khabar/media/media_files/2026/02/14/murder-2026-02-14-15-02-41.jpg)
Murder Photograph: (OTV)
ପ୍ରେମ ସପ୍ତାହରେ ବିଶ୍ବାସରେ ବିଷ। ପ୍ରେମିକ ସାଜିଲା ଜହ୍ଲାଦ। ଅଶ୍ଳୀଳ ଫଟୋ ଭାଇରାଲ କଲା, ପ୍ରେମିକାକୁ ତଣ୍ଟି ଚିପି ମାରିଲା। ୩ ଦିନ ପରେ ଘରୁ ବାହାରିଲା ପଚାସଢ଼ା ଶବ। ଏପରି ଏକ ସାଂଘାତିକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି। ଜଣେ ୨୪ ବର୍ଷୀୟା ଏମବିଏ ଛାତ୍ରୀଙ୍କ ନିର୍ମମ ହତ୍ୟାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।
ଛାତ୍ରୀ ଜଣକ ମଙ୍ଗଳବାର ସନ୍ଧ୍ୟାରେ ସହପାଠୀ ପୀୟୁଷଙ୍କ ସହ ଏକ ପାର୍ଟିକୁ ଯାଇ ରାତିରେ ଫେରିବେ ବୋଲି କହିଥିଲେ। ହେଲେ ସେ ଆଉ ଫେରି ନଥିଲେ। ଉକ୍ତ ରାତିରେ କଲେଜର ହ୍ୱାଟସଆପ୍ ଗ୍ରୁପରେ ଛାତ୍ରୀଙ୍କ ଏକ ଅଶ୍ଳୀଳ ଭିଡିଓ ପୋଷ୍ଟ କରାଯାଇଥିଲା। ଭିଡିଓରେ ଛାତ୍ରୀଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉଥିଲା, ହେଲେ ଅନ୍ୟ ଜଣଙ୍କ ମୁହଁ ଇମୋଜି ଦ୍ୱାରା ଲୁଚାଇ ଦିଆଯାଇଥିଲା। କଲେଜ କତ୍ତୃପକ୍ଷ ତୁରନ୍ତ ଉକ୍ତ ଭିଡିଓକୁ ଡିଲିଟ କରିଦେଇଥିଲେ।
ପରିବାର ଲୋକେ ଝିଅକୁ ଖୋଜିଖୋଜି ନ ପାଇ ବୁଧବାର ବିଳମ୍ବିତ ରାତିରେ ପନ୍ଧରୀନାଥ ଥାନାରେ ଏକ ନିଖୋଜ ମାମଲା କରିଥିଲେ। ମାତ୍ର ପୋଲିସ୍ ଏହି ମାମଲାକୁ ବେଶି ଗୁରୁତର ସହ ନେଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜଣେ ପୋଲିସ ଅଧିକାରୀ ଯୁବତୀଙ୍କ ପୁରୁଷ ବନ୍ଧୁ ପୀୟୁଷ ଧନୋଟିଆଙ୍କ ଘରକୁ ଯାଇଥିଲେ, କିନ୍ତୁ ଘରଟି ବାହାରୁ ତାଲା ପଡ଼ିଥିବା ଦେଖି ଫେରି ଆସିଥିଲେ । ହେଲେ ଗତ ଶୁକ୍ରବାର ପରଦିନ ଉକ୍ତ ଘରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ପଡ଼ୋଶୀ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଜବତ କରିଥିଲା।
ମୃତଦେହଟି ଉଲଗ୍ନ ଅବସ୍ଥାରେ ଥିବା ବେଳେ ପଚିଶଢ଼ି ଯାଇଥିଲା। ଖବର ପାଇ ଯୁବତୀଙ୍କ ପରିବାର ଲୋକେ ପହଞ୍ଚିଥିବା ବେଳେ ମୁହଁରୁ ଝିଅକୁ ଚିହ୍ନିବା ସମ୍ଭବ ନ ଥିଲା। ମାତ୍ର ସେ ପିନ୍ଧିଥିବା ମୋଜାରୁ ପରିବାର ଲୋକେ ଚିହ୍ନିଥିଲେ। ଯୁବତୀଙ୍କ ବେକରେ ରଶି ଚିହ୍ନ ଥିବାରୁ ଗଳା ଚିପି ପ୍ରାୟ ୩ ଦିନ ପୂର୍ବରୁ ହତ୍ୟା କରାଯାଇଥିବା ପୋଲିସ୍ ଅନୁମାନ କରିଛି। ଯୁବତ ଜଣକ ମଙ୍ଗଳବାରଠୁ ନିଖୋଜ ଥିବା ବେଳେ ଉକ୍ତ ଦିନ ହିଁ ତାଙ୍କ ହତ୍ୟା କରାଯାଇଥିବା ପୋଲିସ୍ ଅନୁମାନ କରୁଛି।
ଯୁବତୀଙ୍କ ପୁରୁଷବନ୍ଧୁ ପୀୟୁଷ ଧନୋଟିଆ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ୍ ସନ୍ଦେହ କରୁଥିବା ବେଳେ ଘଟଣା ପରଠୁ ସେ ଫେରାର ହୋଇଯାଇଛନ୍ତି। ପୀୟୁଷ ଇନ୍ଦୋରକୁ ଆସି ଏମବିଏ କରୁଥିବା ବେଳେ ସେ ତାଙ୍କ ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି।
Mahashivratri: ମହାଶିବରାତ୍ରିରେ ଦୀପ ଜାଳିବା ବେଳେ ସାବଧାନ! ସତର୍କତା ଟିପ୍ସ ଜାଣନ୍ତୁ

Bee Attack: ଗାଁରେ ମହୁମାଛି ଆତଙ୍କ; ବୃଦ୍ଧଙ୍କ ମୃତ୍ୟୁ, ୫ ଜଣ ଆହତ

Aadhaar-Related Grievance Hearing: ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ନେଇ ବଡ଼ ଖବର; ଜାଣନ୍ତୁ କ’ଣ

Youth Beaten to Death: ଚୋର ସନ୍ଦେହରେ ଯୁବକଙ୍କୁ ମାରିଦେଲେ, ସାର୍ଦ୍ଦୁଳ ଗାଁରେ ପୋଲିସ ଛାଉଣୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)