/odishatv-khabar/media/media_files/2026/01/20/unit-1-market-2026-01-20-10-02-15.jpg)
Unit 1 Market Photograph: (OTV)
ଆଖି ଆଗରେ ଜଳି ପୋଡ଼ି ପାଉଁଶ ହେଇଗଲା ହୁତୁ ହୁତୁ ହେଇ ଜଳିଗଲା ୪୦ରୁ ଅଧିକ ଦୋକାନ...ହାର୍ଟ ଅଫ୍ ସିଟି ଭୁବନେଶ୍ବରର ୟୁନିଟ୍ ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ। ମଧ୍ୟରାତିରେ ହଠାତ୍ ଜଳି ଯାଇଥିଲା ଏକ ନମ୍ବର ହାଟର ସାମ୍ନାରେ ଥିବା ଦୋକାନ ଗୁଡ଼ିକ।
ମିଳିଥିବା ସୂଚନା ମୁତାବକ, ପ୍ରଥମେ କ୍ୟାପିଟାଲ୍ ଥାନା ପାଖ ଏକ ମୂର୍ତ୍ତି ଦୋକାନରେ ନିଆଁ ଲାଗି ଥିବା କୁହାଯାଉଛି। ଏହାପରେ ନିକଟରେ ଥିବା ଏକ ସ୍କୁଟରରେ ନିଆଁ ଲାଗି ଯାଇଥିଲା। ପରେ ପରେ ପାଖରେ ଥିବା ଦୋକାନକୁ ବ୍ୟାପିଥିଲା ଏଇ ନିଆଁ।
ଦୋକାନରେ ଗ୍ୟାସ ଟାଙ୍କି ଥିବାରୁ ନିଆଁରେ ଗ୍ୟାସ୍ ଟାଙ୍କି ମଧ୍ୟ ଫାଟି ଯାଇଥିଲା। ତାସହିତ ପାଖରେ ପ୍ଲାଷ୍ଟିକ ଦୋକାନ ଥିବାରୁ ନିଆଁ ଲିଭିବାକୁ ସମୟ ଲାଗିଥିଲା। ନିଆଁକୁ ଆୟତ୍ତ କରିବାକୁ ୧୩ଟି ଦମକଳ, ରବୋଟିକ ମନିଟର, ଷ୍ଟ୍ରାଇକିଂ ଫାୟାର ଫୋର୍ସ ବ୍ୟବହାର ହୋଇଥିଲା।
ତାସହିତ ୭୦ଜଣ ଅଗ୍ନିଶମ କର୍ମଚାରୀ, ୧୦ଜଣ ଅଗ୍ନିଶମ ଅଧିକାରୀ ନିୟୋଜିତ ହୋଇଥିଲେ। ଦୀର୍ଘ 3 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ନିଆଁ ଲାଗିଥିବା ଦୋକାନ ପଛ ପଟେ ପାର୍କିଂ ଥିବାରୁ ନିଆଁ ଅଧିକ ବ୍ୟାପି ନଥିଲା। ତେବେ ନିଆଁ ପ୍ରକୃତରେ କେମିତି ଲାଗିଲା ତାର ତନାଘନା ଆରମ୍ଭ ହୋଇଛି।
ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ
ଆଖି ଆଗରେ ଜଳି ପୋଡ଼ି ପାଉଁଶ ହେଇଗଲା
୪୦ରୁ ଅଧିକ ଦୋକାନ ଘର ଧ୍ବଂସ
କୋଟି କୋଟି ଟଙ୍କାର କ୍ଷତି
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି
ଜଳିଲା ଏକ ନମ୍ବର ହାଟ
ଛାରଖାର ଦୋକାନ
Nitin Nabin Takes Charge: ବିଜେପିରେ `ନବୀନ' ଅଧ୍ୟାୟ, ବିଜେପି ମୁଖ୍ୟାଳୟରେ ବଡ଼ ଆୟୋଜନ

Rs 5-Crore bank heist in Odisha: ବଡ଼ଧରଣର ବ୍ୟାଙ୍କ୍ ଲୁଟ୍; ବନ୍ଧୁକ ମୁନରେ ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା

No Compensation: ୧ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ, ଦୋଷ ଲଦିଲେ ମେୟର

Youth Carried on Stretcher: ରାସ୍ତା ଅବ୍ୟବସ୍ଥାରୁ ଯମ ଯନ୍ତ୍ରଣା, ଦୋଳାରେ ବୁହା ହେଲେ ଗୁରୁତର ଯୁବକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)