/odishatv-khabar/media/media_files/2026/01/20/bad-roads-2026-01-20-09-24-25.jpg)
Bad Roads Photograph: (OTV)
ପୁଣି ରାସ୍ତା ଅବ୍ୟବସ୍ଥା, ପୁଣି ଯମ ଯନ୍ତ୍ରଣା। ଦୋଳାରେ ବୁହା ହୋଇ ଡାକ୍ତରଖାନା ଗଲେ ଗୁରୁତର ଯୁବକ। ପ୍ରାୟ ପାଞ୍ଚ କିଲୋମିଟର ଜଙ୍ଗଲ ରାସ୍ତାରେ ଯୁବକଙ୍କୁ ବୋହିନେଲେ ସମ୍ପର୍କୀୟ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ବଡ଼ ଆଞ୍ଚୂପା ଗାଁରେ।
ଗାଁକୁ ପକ୍କା ରାସ୍ତା ନଥିବାରୁ ଗୁରୁତର ରୋଗାକ୍ରାନ୍ତ ଯୁବକ ଦେବରାଜ ରଇତଙ୍କୁ ଦୋଳାରେ ବୋହି ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଏକ ଅଟୋ ଭଡ଼ା କରି ତାଙ୍କୁ ପାତ୍ରପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା।
ଦେବରାଜ କିଛି ବର୍ଷ ଧରି ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ ମାସରେ ଗାଁକୁ ଫେରି ଆସିଥିଲେ। ବଡ଼ ଆଞ୍ଚୂପାକୁ ଆଜି ପର୍ଯ୍ୟନ୍ତ କୌଣସି ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଯାହାବି ରାସ୍ତା ଥିଲା ବର୍ଷାରେ ଖରାପ ହୋଇଥିବାରୁ ଯାତାୟତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।
ଗ୍ରାମବାସୀମାନେ ପଂଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ପ୍ରଥମେ ପାଞ୍ଚ କିଲୋମିଟର ପାଦରେ ଚାଲିବା ପରେ ମୁଖ୍ୟ ରାସ୍ତାରୁ ଅଟୋ ଯୋଗେ ଯିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିବେ ବି ପ୍ରଶାସନ କୌଣସି ପଦକ୍ଷେଉ ନେଉଥିବା ଅଭିଯୋଗ କରିଛନ୍ତି।
ପୁଣି ରାସ୍ତା ଅବ୍ୟବସ୍ଥାରୁ ଯମ ଯନ୍ତ୍ରଣା
ଦୋଳାରେ ବୁହା ହେଲେ ଗୁରୁତର ଯୁବକ
ପ୍ରାୟ ପାଞ୍ଚ କିମି ବୋହିନେଲେ ସମ୍ପର୍କୀୟ
ଦୋଳାରେ ବୋହି ଡାକ୍ତରଖାନା ନେଲେ
ପାତ୍ରପୁର ବ୍ଲକ ବଡ଼ ଆଞ୍ଚୂପା ଗାଁର ଘଟଣା
ଗାଁକୁ ଆଜିଯାଏଁ ହୋଇନି ପକ୍କା ରାସ୍ତା ନିର୍ମାଣ
ଦୟନୀୟ ସ୍ଥିତିରେ ଯାତାୟାତ କରୁଛନ୍ତି ଲୋକେ
ପାଞ୍ଚ କିମି ପାଦରେ ଚାଲି ମୁଖ୍ୟ ରାସ୍ତାକୁ ଯାଉଛନ୍ତି
Key Decision in Review Meeting: ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ, ସମ୍ପୂର୍ଣ୍ଣ ଅନଲାଇନରେ ହେବ

Youtuber booked for insulting Ambedkar: ଆମ୍ବେଦକରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ଅଡୁଆରେ ୟୁଟ୍ୟୁବର

Re-Employmment of Retired Police Officers: ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃନିଯୁକ୍ତି, ରାଜ୍ୟ ସରକାରଙ୍କ ଅନୁମୋଦନ

Fire breaks out in Unit-1 Market: ଜଳିଗଲା ୧ ନମ୍ବର ହାଟ, ୪୦ରୁ ଅଧିକ ଦୋକାନ ଜଳିପୋଡି ପାଉଁଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)