/odishatv-khabar/media/media_files/2026/01/20/bmc-mayor-sulochana-das-2026-01-20-09-31-07.jpg)
BMC Mayor Sulochana Das Photograph: (OTV)
ଦୋଷ ଲଦିଲେ ଭୁବନେଶ୍ବର ମେୟର। ବାରମ୍ବାର ମନା କରାଯାଇଥିଲା ତଥାପି ନିୟମ ଖିଲାପ କରିଥିଲେ ୟୁନିଟ୍ ଏକ ନମ୍ବର ହାଟର ଦୋକାନୀ। ଏକ ନମ୍ବର ହାଟ ଜଳିବା ପରେ ବିଏମସି କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଦୋକାନୀ କାନ୍ଦି କାନ୍ଦି ନିବେଦନ କରିଛନ୍ତି।
ହେଲେ ଏନେଇ ମେୟର ସୁଲୋଚନା ଦାସ ପାଲଟା ଦୋକାନୀଙ୍କ ଉପରେ ଦୋଷ ଲଦିଛନ୍ତି। ଅନେକ ସମୟରେ ସେମାନଙ୍କୁ ସ୍ଥାନାନ୍ତର ହେବାକୁ କୁହାଯାଇଛି, ପ୍ଲାଷ୍ଟିକ୍ ବିକ୍ରି କରିବାକୁ ବି ମନା କରାଯାଇଥିଲା ତଥାପି ଶୁଣିନଥିଲେ ବୋଲି ମେୟର କହିଛନ୍ତି। ଏପରିକି ବୀମା ବି ଦୋକାନୀଙ୍କ ହେଇନଥିବା ମେୟର କହିଛନ୍ତି।
ଭୁବନେଶ୍ୱର ୧ ନମ୍ବର ହାଟ ଅନୁଧ୍ୟାନ କରି ବିଏମସି କମିଶନର ଚଞ୍ଚଳ ରଣା କହିଛନ୍ତି, ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ୱୀକୃତି ମିଳିଛି। ଏନେଇ DPR ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା। ପ୍ରାୟ ୨୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି ଏସଆରସି।
ଦୋଷ ଲଦିଲେ ଭୁବନେଶ୍ବର ମେୟର
ୟୁନିଟ୍ ୧ ହାଟରେ ଅଗ୍ନିକାଣ୍ଡକୁ ନେଇ ପାଲଟା ଦୋଷ
ଦୋକାନୀଙ୍କୁ ଦାୟୀ କଲେ ଭୁବନେଶ୍ବର ମେୟର୍
‘ବାରମ୍ବାର ମନା କରାଯାଇଥିଲା ତଥାପି ନିୟମ ଖିଲାପ କରିଥିଲେ’
‘ସ୍ଥାନାନ୍ତର ହେବାକୁ କୁହାଯାଇଛି’
‘ପ୍ଲାଷ୍ଟିକ୍ ବିକ୍ରି କରିବାକୁ ବି ମନା କରାଯାଇଥିଲା’
‘ସବୁ ସତ୍ତ୍ବେ ଶୁଣିନଥିଲେ ଦୋକାନୀ’
ଭୁବନେଶ୍ୱର ୧ ନମ୍ବର ହାଟ ଅନୁଧ୍ୟାନ କଲେ ବିଏମସି କମିଶନର
ବିଏମସି କମିଶନର ଚଞ୍ଚଳ ରଣାଙ୍କ ପ୍ରତିକ୍ରିୟା
ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ୱୀକୃତି ମିଳିଛି
ଏନେଇ DPR ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା
ପ୍ରାୟ ୨୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି ଏସଆରସି
Youth Carried on Stretcher: ରାସ୍ତା ଅବ୍ୟବସ୍ଥାରୁ ଯମ ଯନ୍ତ୍ରଣା, ଦୋଳାରେ ବୁହା ହେଲେ ଗୁରୁତର ଯୁବକ

Key Decision in Review Meeting: ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ, ସମ୍ପୂର୍ଣ୍ଣ ଅନଲାଇନରେ ହେବ

Youtuber booked for insulting Ambedkar: ଆମ୍ବେଦକରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ଅଡୁଆରେ ୟୁଟ୍ୟୁବର

Re-Employmment of Retired Police Officers: ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃନିଯୁକ୍ତି, ରାଜ୍ୟ ସରକାରଙ୍କ ଅନୁମୋଦନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)