/odishatv-khabar/media/media_files/2026/01/20/bjp-2026-01-20-09-55-24.jpg)
BJP Photograph: (OTV)
ବିଜେପିରେ ନୂଆ ଯୁଗର ଆରମ୍ଭ। ନିତିନ ନବୀନ ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନାଁ ଘୋଷଣା ସହିତ ଦାୟିତ୍ବ ଗ୍ରହଣ କରିବେ। ସକାଳ ୧୧ଟାରେ ବିଜେପି ମୁଖ୍ୟାଳୟରେ ୭୦୦ ପ୍ରତିନିଧି ଏକତ୍ରିତ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ।
ପିଏମଙ୍କ ଉପସ୍ଥିତିରେ ସନ୍ଧ୍ୟାରେ ନିତିନ ନବୀନଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରାଯିବ। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନିତିନଙ୍କ ନାମାଙ୍କନ ବେଳେ ସପକ୍ଷରେ ୩୭ ସେଟ୍ ସମର୍ଥନର ପତ୍ର ଦାଖଲ ହୋଇଥିଲା। ଖୋଦ୍ ପିଏମ ମୋଦି ରହିଥିଲେ ତାଙ୍କ ପ୍ରସ୍ତାବକ।
ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟର ନେତାଙ୍କ ସମର୍ଥନ ପତ୍ର ନିତିନଙ୍କ ସପକ୍ଷରେ ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଗତବର୍ଷ ଡିସେମ୍ବର ୧୪ ତାରିଖରେ ନିତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା।
ବିଜେପିରେ `ନବୀନ' ଅଧ୍ୟାୟ
ନିତିନ ନବୀନ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ
ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଆଜି ନାଁ ଘୋଷଣା
ଦାୟିତ୍ବ ଗ୍ରହଣ କରିବେ ଭାରତୀୟ ଜନତା ପାର୍ଟିର ନୂଆ ଅଧ୍ୟକ୍ଷ
ବିଜେପି ମୁଖ୍ୟାଳୟରେ ସେଲିବ୍ରେସନ୍ ପାଇଁ ବଡ଼ ଆୟୋଜନ
Rs 5-Crore bank heist in Odisha: ବଡ଼ଧରଣର ବ୍ୟାଙ୍କ୍ ଲୁଟ୍; ବନ୍ଧୁକ ମୁନରେ ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା

No Compensation: ୧ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ, ଦୋଷ ଲଦିଲେ ମେୟର

Youth Carried on Stretcher: ରାସ୍ତା ଅବ୍ୟବସ୍ଥାରୁ ଯମ ଯନ୍ତ୍ରଣା, ଦୋଳାରେ ବୁହା ହେଲେ ଗୁରୁତର ଯୁବକ

Key Decision in Review Meeting: ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ, ସମ୍ପୂର୍ଣ୍ଣ ଅନଲାଇନରେ ହେବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)