/odishatv-khabar/media/media_files/2025/11/27/jaleswar-2025-11-27-09-40-13.jpg)
Jaleswar Photograph: (OTV)
ଜଳେଶ୍ବରରେ ବାଲି ମାଫିଆଙ୍କ ଉପରେ ବଡ଼ ଆକ୍ସନ । ବାଲି ଖାଦାନ ଉପରେ ଚଢ଼ାଉ କରି ପୋଲିସ ୩୨ ଗାଡି ଜବତ କରିଛି । ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲାପାଳଙ୍କ ନେତୃତ୍ବରେ ହୋଇଥିଲା ବଡ଼ ଧରଣର ରେଡ୍ ।
ଜଳେଶ୍ବରର ବିଭିନ୍ନ ବାଲି ଖାଦାନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲେ ଜିଲ୍ଲାପାଳ । ଏହି ଚଢ଼ାଉରେ ଉପ ଜିଲ୍ଲାପାଳ, ଏସପି, ସ୍ଥାନୀୟ ଥାନା ଆଇଆଇସି ପ୍ରମୁଖ ସାମିଲ ହୋଇଥିଲେ । ଦିନରେ ବାଲି ଉତ୍ତୋଳନ କରି ଏହି ବାଲିକୁ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖାଯାଉଥିଲା ।
ଏହାପରେ ରାତି ହେଲେ ବଡ଼ ବଡ଼ ଡମ୍ପର ଯୋଗେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିଲା । ଏନେଇ ଅଭିଯୋଗ ମିଳିବା ପରେ ବଡ଼ ଧରଣର ଚଢ଼ାଉ ହୋଇଥିଲା । ପ୍ରଶାସନ ଏହି ରେଡ୍ ବେଳେ ୩୨ଟି ବାଲି ବୋଝେଇ ଗାଡି ଜବତ କରିଛି ।
• ଜଳେଶ୍ବରରେ ବଡ଼ ବାଲି ରେଡ୍
• ଜଳେଶ୍ବରରେ ବାଲି ମାଫିଆଙ୍କ ଉପରେ ବଡ଼ ଆକ୍ସନ
• ବାଲି ଖାଦାନ ଉପରେ ଚଢ଼ାଉ, ୩୨ ଗାଡି ଜବତ, ୮ ଅଟକ
• ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲାପାଳଙ୍କ ନେତୃତ୍ବରେ ରେଡ୍
• ଜଳେଶ୍ବରର ବିଭିନ୍ନ ବାଲି ଖାଦାନ ଉପରେ ଚଢ଼ାଉ
• ବାଲି ଜଳେଶ୍ୱରରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିଲା
Attack Near White House: ହ୍ବାଇଟ ହାଉସ୍ ନିକଟରେ ଗୁଳିକାଣ୍ଡ, ଆତଙ୍କୀ ହମଲା କହିଲେ ଟ୍ରମ୍ପ

Hong Kong fire : ହୁତୁ ହୁତୁ ଜଳିଗଲା ସୁଉଚ୍ଚ ଆପାର୍ଟମେଣ୍ଟ, ଜୀବନ୍ତ ଜଳିଗଲେ ୪୪ ଜଣ

Daily Horoscope 27th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

President to visit Odisha today : ଆଜି ଆସୁଛନ୍ତି ରାଷ୍ଟ୍ରପତି, ବିଧାନସଭା ଶୀତ ଅଧିବେଶନକୁ କରିବେ ସମ୍ବୋଧିତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)