Advertisment

Balasore Love Twist: ବାଲେଶ୍ବର ବୟଫ୍ରେଣ୍ଡ ପାଇଁ ଛାଡିଲେ ଆମେରିକା, ଓଡିଶା ଫେରି କଲେ ମିଛ ନିର୍ଯାତନା କାହାଣୀର ଖୁଲାସା

ଆମେରିକାରେ ପାଳିତା ମାଆ ନିର୍ଯାତନା ଦେଉଥିବା କହି ସୋସିଆଲ୍ ମିଡିଆରେ ଭିଡିଓ କରିଥିବା ଝିଅ ପୂଜା ଓରଫ ସେଜଲ୍ ଆଜି ଓଡିଶା ଫେରିଛନ୍ତି। ହେଲେ ଓଡିଶା ଫେରୁ ଫେରୁ ଭୁବନେଶ୍ୱର ବିମାନବନ୍ଦରରେ ସେ ଯେଭଳି ୟୁଟର୍ଣ୍ଣ ମାରିଛନ୍ତି ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି।

author-image
Tapan Swain
SEJAL

SEJAL Photograph: (OTV)

ଆମେରିକାରେ ପାଳିତା ମାଆ ନିର୍ଯାତନା ଦେଉଥିବା କହି ସୋସିଆଲ୍ ମିଡିଆରେ ଭିଡିଓ କରିଥିବା ଝିଅ ପୂଜା ଓରଫ ସେଜଲ୍ ଆଜି ଓଡିଶା ଫେରିଛନ୍ତି। ହେଲେ ଓଡିଶା ଫେରୁ ଫେରୁ ଭୁବନେଶ୍ୱର ବିମାନବନ୍ଦରରେ ସେ ଯେଭଳି ୟୁଟର୍ଣ୍ଣ ମାରିଛନ୍ତି ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି। ପୂଜା ଆଜି କହିଛନ୍ତି ପୂର୍ବରୁ ଭିଡିଓରେ ସେ ଯାହା କହିଥିଲେ ସବୁ ମିଛ, ବାଲେଶ୍ୱରର ପୁଅ ଅମରକୁ ଭଲ ପାଉଥିବାରୁ ସେ ଓଡିଶା ଫେରି ଆସିବାକୁ ଏଭଳି ମିଛ ନାଟକ କରିଥିଲେ। ...

Advertisment

ଗତ କିଛିଦିନ ତଳେ ଏହି ଭିଡିଓ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପିଲାଟି ବେଳୁ ପୋଷ୍ୟ କନ୍ୟା ହୋଇ ଆମେରିକା ଚାଲି ଯାଇଥିବା ଏହି ଓଡ଼ିଆ ଝିଅ ପୂଜା ଓରଫ୍ ସେଜଲ ଜନକୁ ସେଠାରେ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଛି କହି ସେ ନିଜେ ଭିଡିଓ କରିଥିଲା। ଆଉ ଏହି ଖବର ଟିଭି, ପେପର, ସୋସିଆଲ୍ ମଡିଆ ସବୁଠି ଭାଇରାଲ୍ ହୋଇଥିଲା। ସରକାରଙ୍କ ପ୍ରଚେଷ୍ଟାରେ ସେଜଲ ଆଜି ଓଡିଶା ଫେରି ପାରିଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚୁ ପହଞ୍ଚୁ କାନ୍ଦି କାନ୍ଦି ଯାହା କହିଛି, ତାହା ପୁଣି ସମସ୍ତଙ୍କ ହୋସ୍ ଉଡାଇ ଦେଇଛି।

ୟୁଟର୍ଣ୍ଣ ମାରି ସଫା ସଫା କହିଲେ

ସେଜଲ ପୂରା ୟୁଟର୍ଣ୍ଣ ମାରି ସଫା ସଫା କହିଛନ୍ତି, ତାଙ୍କୁ ସେଠାରେ କେହି ମାନସିକ ନିର୍ଯାତନା ଦେଇ ନାହାନ୍ତି । ତାଙ୍କ ପାଳିତା ମାଆ ବେଶ୍ ଭଲ। ଆମେରିକାରେ ତାକୁ ପାଠ ପଢ଼ାଉଥିଲେ, ଭଲରେ ବି ରଖିଥିଲେ। କୌଣସିଥିରେ ତାର ଅଭାବ ଅସୁବିଧା ନ ଥିଲା। କିନ୍ତୁ ଓଡ଼ିଆ ପୁଅର ପ୍ରେମ ବାଇ କରିବାରୁ ସେଜଲ୍ ଆମେରିକା ଛାଡ଼ି ଓଡ଼ିଶା ଆସିବାକୁ ଚାହୁଁଥିଲେ ବୋଲି ଆଜି ମିଡିଆ ସାମ୍ନାରେ ରୋକଠୋକ୍ କହିଛି । ଏଥିରୁ ପ୍ରେମ ପାଇଁ ସେଜଲ ମିଛ ନାଟକ ରଚନା କରିଥିବା ସ୍ପଷ୍ଟ ହୋଇଯାଇଛି । 

Advertisment

ଆଜି ସେଜଲ ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି, ମୋତେ ଆମେରିକାର ଲାଇଫ୍ ଷ୍ଟାଇଲ୍ ଭଲ ଲାଗୁ ନ ଥିଲା। ମୁଁ ଓଡିଶା ଆସିବାକୁ ଚାହୁଁଥିଲି, ମୁଁ ଓଡ଼ିଶାରେ ପିଲାଦିନେ ପଢ଼ିବା ସମୟରେ ଅମର ଦାସ ବୋଲି ଏକ ପୁଅକୁ ଭଲ ପାଉଥିଲି। ମୁଁ ତାକୁ ବାହା ହୋଇ ଏଠି ଓଡିଶାରେ ରହିବାକୁ ଚାହୁଁଛି। ସେଇଥି ପାଇଁ ମୁଁ ମିଛ କହିଥିଲି। ହେଲେ ଏହି ମିଛ ପାଇଁ ସେଠାରେ ମୋ ମାଆଙ୍କୁ ଆଇନଗତ ସମସ୍ୟା ଭୋଗିବାକୁ ପଡ଼ୁଛି। ଦୟାକରି ସରକାର କିଛି ବ୍ୟବସ୍ଥା କରନ୍ତୁ। ସେଜଲଙ୍କର ଏଭଳି ୟୁଟର୍ଣ୍ଣ ଆଜି ପୂରା କାହାଣୀର ମୋଡ ବଦଳାଇ ଦେଇଛି।

ସେଜଲ କହିଛନ୍ତି, 2024 ମସିହାରେ ସାମାଜିକ ଗଣମାଧ୍ୟମ ଯୋଗେ ଅମର ସହ କଥାବାର୍ତା ଆରମ୍ଭ ହୋଇଥିଲା। ସେଜଲର ଆମେରିକୀୟ ମା ତାକୁ ଛାଡ଼ିବାକୁ ଚାହୁଁ ନ ଥିବାରୁ ଅମର୍ ସହ ମିଶି ଏଭଳି ପ୍ଲାନ୍ କରିଥିଲେ। ସେପଟେ ସେଜଲ ଓଡ଼ିଶା ଫେରିବା ପରେ ତାକୁ ବାଲେଶ୍ୱର ଜିଲ୍ଲା ସମାଜ ମଙ୍ଗଳ ହେପାଜତରେ ରଖାଯାଇଛି।
ସେଜଲ ମିଛ କାହାଣୀ ରଚନା କରି ପ୍ରଶାସନକୁ ଏକପ୍ରକାର ହଇରାଣ କରିଥିବା ବେଳେ ଏ ଦିଗରେ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ଅପେକ୍ଷା। 

False Case Love Love Story
Advertisment
Related Articles
Advertisment