Advertisment

Upcoming Barabati T20 cricket match: ଦିନକ ପରେ ବାରବାଟୀ T20, ହୋଟେଲ୍ ମେ ଫେୟାରରେ ରହିବେ ଖେଳାଳି

ଦିନକ ପରେ ବାରବାଟୀ T20। ଆଜି ଭୁବନେଶ୍ବରରେ ପହଞ୍ଚିବେ ଖେଳାଳି। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ପହଞ୍ଚିବ। ହୋଟେଲ୍ ମେ ଫେୟାରରେ ରହିବେ ଖେଳାଳି। ଗତକାଲି ଆସିଲେ ପାଣ୍ଡ୍ୟା।

author-image
Chinmayee Sahoo
Barabati T20 cricket match

Barabati T20 cricket match Photograph: (OTV)

ଦିନେ ପରେ ବାରବାଟୀ ଟି-ଟ୍ବେଣ୍ଟି ଫାଇଟ୍। ଏଥିପାଇଁ ଆସିଲେଣି ଖେଳାଳି। ଆଜି ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ପହଞ୍ଚିବାକୁ ଥିବା ବେଳେ ତାପୂର୍ବରୁ ପହଞ୍ଚିଛନ୍ତି ୟୁଥ୍ ଫେଭରେଟ୍ ହାର୍ଦ୍ଦିକ ପାଣ୍ଡ୍ୟା। ଶୁକ୍ରବାର ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଆସିଥିବା ବେଳେ ଆଜି ଭୁବନେଶ୍ବରରେ ପହଞ୍ଚିବ ଭାରତୀୟ ଟିମ୍। 

Advertisment

ହୋଟେଲ୍ ମେ ଫେୟାରରେ ରହିବେ ଦୁଇ ଦେଶର ଖେଳାଳି। ନିଆରା ଢଙ୍ଗରେ ସେମାନଙ୍କୁ ୱେଲକମ୍ କରିବାକୁ ବ୍ୟାପକ ଆୟୋଜନ ହୋଇଛି। ଆଦିବାସୀ ନୃତ୍ୟ ମାଧ୍ୟମରେ ଖେଳାଳିଙ୍କୁ ସ୍ବାଗତ କରାଯିବ। ମେନ୍ୟୁରେ ସ୍ଥାନ ପାଇବ ବିଭିନ୍ନ ଓଡ଼ିଆ ଘରର ଖାଇବା। ଏହାସହିତ ମିଲେଟ୍ ବି ସ୍ଥାନ ପାଇବ ଖେଳାଳିଙ୍କ ମେନ୍ୟୁରେ। ଆସନ୍ତା ୯ ତାରିଖରେ ବାରବାଟୀରେ ଦକ୍ଷିଣ ଆଫ୍ରିକା ଓ ଭାରତ ପ୍ରଥମ ଟି-ଟ୍ବେଣ୍ଟି ଲଢ଼େଇ ରହିଛି।

•    ଦିନକ ପରେ ବାରବାଟୀ T20 
•    ଆଜି ଭୁବନେଶ୍ବରରେ ପହଞ୍ଚିବେ ଖେଳାଳି 
•    ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ପହଞ୍ଚିବ
•    ହୋଟେଲ୍ ମେ ଫେୟାରରେ ରହିବେ ଖେଳାଳି
•    ଗତକାଲି ଆସିଲେ ୟୁଥ୍ ଫେଭରେଟ୍ ପାଣ୍ଡ୍ୟା

Advertisment
Barabati T20
Advertisment
Related Articles
Advertisment