Advertisment

Soil Used in Road Work: ପି.ସି ପ୍ରବଳ, କାମ ଦୁର୍ବଳ... ଧାରଣାରେ ବସିଲେ ପୂର୍ବତନ ସାଂସଦ

କଂକ୍ରୀଟ ରାସ୍ତା ନିର୍ମାଣରେ ସିମେଣ୍ଟ ବଦଳରେ ମାଟି ବ୍ୟବହାର। ପି.ସି ଖାଇ ଚୁପଚାପ ଅଧିକାରୀ। ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିଲେ ନାହିଁ। ରାସ୍ତାକୁ ଓହ୍ଲାଇଲେ ପୂର୍ବତନ ସାଂସଦ।

author-image
Chinmayee Sahoo
Bolangir-Poor-Quality-Road

Bolangir-Poor-Quality-Road Photograph: (OTV)

ହଠାତ ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଗଲେ ପୂର୍ବତନ ସାଂସଦ ଟାଣୁଆ ନେତା, ବାଳଗୋପାଳ ମିଶ୍ର। ତଳେ ବସିପଡିଲେ। ସାଂଗରେ ଥିବା କିଛି ଲୋକ ବି ଧାରଣାରେ ବସିଲେ। ବୁଝୁ ବୁଝୁ ଜଣାପଡିଲା ଯେ, ଏକ ରାସ୍ତା କାମରେ ହୋଇଥିବା ଦୁର୍ନିତୀର ପ୍ରତିବାଦରେ ପୂର୍ବତନ ସାଂସଦଙ୍କ ଏ ଧାରଣା। 

Advertisment

ବଲାଙ୍ଗିର ଜିଲ୍ଳା ଲୋଇସିଂହା ବ୍ଳକ ବଘାପାଲିରୁ ପିପିଲି ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ପ୍ରାୟ ୪ କିଲୋମିଟର ରାସ୍ତା ପାଇଁ ସାଢେ ତିନି କୋଟି ଟଙ୍କାର କାମ ହେଉଛି। କିନ୍ତୁ କଂକ୍ରୀଟ ରାସ୍ତା ନିର୍ମାଣ ବେଳେ ସିମେଣ୍ଟ ବଦଳରେ ମାଟି ବ୍ୟବହାର ହେଉଥିବା ଅଭିଯୋଗ କରୁଛନ୍ତି ଗାଁ ଲୋକେ। 

ଦାୟିତ୍ୱରେ ଥିବା ଯନ୍ତ୍ରୀ କାମର ତଦାରଖ କରୁ ନଥିବାରୁ ଠିକାଦାର ମନମାନି କାମ କରି ମାଲେମାଲ ହେଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣିଲେ ନାହିଁ। ଫଳରେ ପୂର୍ବତନ ସାଂସଦଙ୍କ ନେତୃତ୍ୱରେ ଧାରଣାରେ ବସିଲେ ଗାଁ ଲୋକେ। ସେପଟେ ପ୍ରତିକ୍ରୀୟା ଦେବାକୁ ଥଥ..ମମ... ଦାୟିତ୍ୱରେ ଥିବା ଯନ୍ତ୍ରୀ। 

Advertisment

ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ, ଧାରଣାସ୍ଥଳକୁ ଆସିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ। ରାସ୍ତା କାମ ଦାୟିତ୍ୱରେ ଥିବା ଏସ.ଡି.ଓ ଏବଂ ଯନ୍ତ୍ରୀଙ୍କୁ ମଧ୍ୟ ଡାକିଲେ ଅଧିକାରୀ। ଯନ୍ତ୍ରୀଙ୍କୁ କାଗଜପତ୍ର ଦେଖାଇବାକୁ କହି, ଧାରଣାସ୍ଥଳରେ ଟ୍ୟୁସନ କଲେ ପୂର୍ବତନ ସାଂସଦ। 

ବଘାପାଲିରୁ ପିପିଲି ୪ କିଲୋମିଟର ରାସ୍ତା ପାଇଁ ସାଡେ ତିନି କୋଟି ଟଙ୍କା ଆସିଥିବା ଜଣାପଡିଲା। ଶୀଘ୍ର କାମର ତଦାରଖ କରି, ଠିକଠାକ କାମ କରିବାକୁ କହିବା ସହିତ ରାସ୍ତା କାମରେ ଦୁର୍ନିତୀ ବନ୍ଦ ହେଲେ ଅହୋରାତ୍ର ଧାରଣା ଦିଆଯିବ ବୋଲି ଧମକ ଦେଇଛନ୍ତି ବାଲଗୋପାଳ। ସେପଟେ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏବଂ ରାସ୍ତା କାମ ଠିକଠାକ କରାଯିବ।

Bolangir
Advertisment
Related Articles
Advertisment