/odishatv-khabar/media/media_files/2026/02/14/chirasrota-khandadhara-2026-02-14-16-53-48.jpg)
Chirasrota Khandadhara Photograph: (OTV)
ନାଁ ତା’ର ଚିରସ୍ରୋତା… ହେଲେ ସେ ସ୍ରୋତ ଆଉ ଚିର ହୋଇନାହିଁ । ଖଣି ପାଣି ଶୋଷିନେଲା ପରେ ଏବେ ଶୁଖିଲା ଚିରସ୍ରୋତା ଖଣ୍ଡାଧାର । ଯିଏ ଦିନେ ପ୍ରକୃତର ସେ ସୌନ୍ଦର୍ଯ୍ୟ ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ।
ତା’ ଠାରୁ ଏବେ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ । କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ହେଉଛି ଖଣ୍ଡାଧାର ଜଳପ୍ରପାତ । ବର୍ଷତମାମ ଖଣ୍ଡାଧାର ପାହାଡ଼ ଶିଖରରୁ ଖସି ଆସୁଥିବା ଝରଣାର ଜଳରାଶି ଶୁଖିଯିବାରୁ ଏଭଳି ଅସ୍ବାଭାବିକ ଘଟଣା ସମସ୍ତଙ୍କୁ ଚକିତ କରିଛି । ସେପଟେ ଏହାକୁ ପରିବେଶବିତ୍ ଓ ପର୍ଯ୍ୟଟକମାନେ ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି କହିବା ସହ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ।
ଅନିୟନ୍ତ୍ରିତ ଖଣି ଖନନ ଯୋଗୁଁ ଖଣ୍ଡାଧାରର ଏ ଅବସ୍ଥା ବୋଲି କୁହାଯାଉଛି । ଝରଣାଠାରୁ ଦେଢ଼କିଲୋମିଟର ଦୂରରେ ସିରିକାକୁଟ ଲୁହାପଥର ଖଣି ଥିବାରୁ ପାଣି ଶୁଖିଯାଉଛି । ଖଣ୍ଡାଧାର ପାହାଡ଼ର ୩୫୦ ଫୁଟ ଉଚ୍ଚରୁ ଜଳ ଖସୁଥିବାରୁ ଏହାର ନାଁ ହୋଇଥିଲା ଖଣ୍ଡାଧାର ।
ବର୍ଷତମାମ ଅନବରତ ଏଠି ପାଣି ରୁହେ । ତେଣୁ ଚିରସ୍ରୋତା ବୋଲି କୁହାଯାଏ । ହେଲେ ଏବେ ଖରାଦିନ ଆରମ୍ଭ ନ ହେଉଣୁ ଜଳପ୍ରପାତ ଏକପ୍ରକାର ଶୁଖିଲା ପଡ଼ିଲାଣି । ତେଣୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବ୍ୟବସାୟୀ ମାନେ ପ୍ରଭାବିତ ହୋଇଛନ୍ତି ।
ସେପଟେ ଏନେଇ ଆମେ କେନ୍ଦୁଝର ଡିଏଫଓଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି କଥାରେ ପ୍ରାସଙ୍ଗିକତା ଅଛି ବୋଲି କହିବା ସହ କିନ୍ତୁ ଋତୁ ଅନୁସାରେ ଯେତିକି ପାଣି ରହିବା କଥା ସେତିକି ଅଛି ବୋଲି କହିଛନ୍ତି ।
ଚିରସ୍ରୋତା ଖଣ୍ଡାଧାରକୁ ନେଇ ଏବେ ସ୍ଥାନୀୟ ଲୋକେ ଓ ପରିବେଶବିତ୍ ଚିନ୍ତାରେ । ତେଣୁ ଖଣ୍ଡାଧାରର ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେବାରେ ଆବଶ୍ୟକତା ହୋଇପଡ଼ିଛି ।
Fugitive Prisoner from Choudwar Captured; ଚୌଦ୍ବାରରୁ ଚମ୍ପଟ୍ କଏଦୀ ଗିରଫ, ଉତ୍ତର ପ୍ରଦେଶରୁ ଜଣକୁ ଗିରଫ କଲା ଓଡ଼ିଶା ପୋଲିସ

Enduring Love: ଦୁଃଖ ଅସରନ୍ତି, ମଉଳିନି ପ୍ରେମ... ହୃଦୟକୁ ଛୁଇଁଯିବ ଏ ବୃଦ୍ଧା ଦଂପତିଙ୍କ ପ୍ରେମ କାହାଣୀ

National-Level Bhajan Ceremony On Mahashivratri: ମହାଶିବରାତ୍ରୀ ପାଇଁ ଜୋରଦାର ପ୍ରସ୍ତୁତି; ଆକର୍ଷଣ ସାଜିବେ ଅମିତାଭ ବଚ୍ଚନ!

Brutally Murdered: ପ୍ରେମ ସପ୍ତାହରେ ବିଶ୍ବାସରେ ବିଷ, ପ୍ରେମିକ ସାଜିଲା ଜହ୍ଲାଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)