Advertisment

Cyclone Ditwa: ଧ୍ବଂସ ରଚୁଛି ବାତ୍ୟା ଡିଟୱା , ୭ କିମି ବେଗରେ ସ୍ଥଳଭାଗକୁ ମାଡ଼ିଆସୁଛି

ଆସନ୍ତାକାଲି ଆନ୍ଧ୍ର ଉପକୂଳରେ ବାତ୍ୟା ‘ଡିଟୱା’ ମାଡ ହୋଇପାରେ ବୋଲି ଅନୁମାନ କରାଯଉଛି । ହେଲେ ଏହା ପୂର୍ବରୁ ‘ଡିଟୱା’ ଶ୍ରୀଲଙ୍କାରେ ପ୍ରଳୟ ଆରମ୍ଭ କରିସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ବନ୍ୟା ଶ୍ରୀଲଙ୍କାକୁ ଆକ୍ତାବାକ୍ତା କରିପକାଉଛି ।

author-image
Manas Ranjan Mohanty
Ditwah-Cyclone

Ditwah-Cyclone Photograph: (OTV)

ପ୍ରଳୟ କରୁଛି ବାତ୍ୟା ‘ଡିଟୱା’ । ୭ କିମି ବେଗରେ ସ୍ଥଳଭାଗକୁ ମାଡ଼ିଆସୁଛି । ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ବନ୍ୟା ପରିସ୍ଥିତି । ଭୂସ୍ଖଳନ ନେଲାଣି ୫୬ ଜଣଙ୍କ ଜୀବନ । ପ୍ରକୃତିର କରାଳ ରୂପରେ ସବୁ କିଛି ଖିନଭିନ୍, ସବୁ କିଛି ଛାରଖାର ।

Advertisment

ଆସନ୍ତାକାଲି ଆନ୍ଧ୍ର ଉପକୂଳରେ ବାତ୍ୟା ‘ଡିଟୱା’ ମାଡ ହୋଇପାରେ ବୋଲି ଅନୁମାନ କରାଯଉଛି । ହେଲେ ଏହା ପୂର୍ବରୁ ‘ଡିଟୱା’ ଶ୍ରୀଲଙ୍କାରେ ପ୍ରଳୟ ଆରମ୍ଭ କରିସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ବନ୍ୟା ଶ୍ରୀଲଙ୍କାକୁ ଆକ୍ତାବାକ୍ତା କରିପକାଉଛି । ଭୂସ୍ଖଳନରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ଷା, ବାତ୍ୟା, ବନ୍ୟାରେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଆଉ ଲୋକମାନଙ୍କୁ ରେସ୍କ୍ୟୁ କରିବାକୁ ଅପରେସନରେ ସାମିଲ ହେବାକୁ ଭାରତରୁ INS ବିକ୍ରାନ୍ତ ଜାହାଜ ଶ୍ରୀଲଙ୍କା ଅଭିମୁଖେ ଯାଇଛି ।



ଅଶାନ୍ତ ସମୁଦ୍ର ବଳ ଗୋଟାଇ ଶ୍ରୀଲଙ୍କା ଓ ଭାରତର ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆସନ୍ତାକାଲି ଆନ୍ଧ୍ର ଉପକୂଳରେ ମାଡ ହୋଇପାରେ ବୋଲି କୁହାଯାଉଛି । ସେହିପରି ୩୦ ତାରିଖ ସକାଳ ସୁଦ୍ଧା ଡିଟୱାର ଗତିପଥ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନିକଟତର ହେବା ନେଇ ଅନୁମାନ କରୁଛି ଭାରତୀୟ ପାଣିପାଗ ବିଭାଗ ।

Advertisment

ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଛି । ଡିଟୱା ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ବତ୍ୟା ଆଲର୍ଟ ଜାରି ହୋଇଛି । ଉଭୟ ରାଜ୍ୟରେ ସମୁଦ୍ର ଅଶାନ୍ତ ହୋଇଥିବା ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ଦୁଇ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । 

ପଣ୍ଡିଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଉପକୂଳରେ ବାତ୍ୟା ଆଲର୍ଟ ଜାରି କରାଯାଇଛି । ତାମିଲନାଡ଼ୁର ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଆଉ ବାତ୍ୟା ମୁକାବିଲା ପାଇଁ ପ୍ରଶାସନଠୁ ସରକାର ସଜାଗ ରହିଛନ୍ତି । 

Advertisment