Advertisment

From Clubs to Chanting: ଭଜନ କ୍ଲବିଂର ନୂଆ ଟ୍ରେଣ୍ଡ, GEN Zଙ୍କୁ ଆକର୍ଷିତ କରୁଛି ଆଧ୍ୟାତ୍ମିକତାର ଆଧୁନିକ ରୂପ

ଭଜନ କ୍ଲବିଂରେ ଭଜନ, ମନ୍ତ୍ରଜପ ଏବଂ କୀର୍ତ୍ତନକୁ କ୍ଲବ କଲଚର ପରି ଉପସ୍ଥାପନ କରାଯାଏ, ଯେଉଁଥିରେ ଡିଜେ ରିଦମ, ଲାଇଟସ ଆଦି ସାମିଲ ଥାଏ । ସିଧାସଳଖ ଭାବରେ କହିବାକୁ ଗଲେ ଏହା ଏକ ଆଧୁନିକ ଆଧ୍ୟାତ୍ମିକ ବ୍ୟବସ୍ଥା, ଯେଉଁଠାରେ ଯୁବପିଢ଼ି  ଭକ୍ତି ରସରେ ଭିଜିଥାଆନ୍ତି।

author-image
Pragyan Paramita Behera
Bhajan Clubbing

Bhajan Clubbing Photograph: (OTV)

ଡିଜିଟାଲ ଯୁଗର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଯୁବପିଢ଼ି ପାରମ୍ପାରିକ ଓ ଧାର୍ମିକ ଆୟୋଜନରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି । ମନ୍ତ୍ରଜପ, ଭଜନ, କୀର୍ତ୍ତନ ପରିବର୍ତ୍ତେ ଡିସ୍କୋ, କ୍ଲବ, ପାର୍ଟି, ନାଇଟ୍ ଆଉଟ, କ୍ୟାଫେ ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି GEN Z । ଏପରି ସମୟରେ ସେମାନେ ନିଜ ଢଙ୍ଗରେ ଆଧ୍ୟାତ୍ମିକତା ସହ ଯୋଡ଼ି ହେବାକୁ ପସନ୍ଦ କରୁଛନ୍ତି । ଆଉ ଏହାକୁ କୁହାଯାଉଛି ଭଜନ କ୍ଲବିଂ ।

Advertisment

ସୋସିଆଲ ମିଡିଆରେ ଭଜନ କ୍ଲବିଂର ଧାରା ଆଜିକାଲି ଖୁବ ଭାଇରାଲ ହେଉଛି।  ଏହି ନାମ ଶୁଣିବା ମାତ୍ରେ ଡିସ୍କୋ ଲାଇଟ୍, ଡିଜେ ବିଟସ ଆଦି ଆପଣଙ୍କ ମନକୁ ଆସୁଥିବ, କିନ୍ତୁ ଭଜନ କ୍ଲବିଂରେ ସାମାନ୍ୟ ଟ୍ୱିଷ୍ଟ ରହିଛି । ଏହା ଆଧ୍ୟାତ୍ମିକତା ଓ ଆଧୁନିକତାର ଏକ ମିଶ୍ରଣ, ଯାହା ଯୁବପିଢ଼ିଙ୍କ ମଧ୍ୟରେ ଖୁବ ଆଦୃତ । ଭଜନ କ୍ଲବିଂରେ ଭଜନ, ମନ୍ତ୍ରଜପ ଏବଂ କୀର୍ତ୍ତନକୁ କ୍ଲବ କଲଚର ପରି ଉପସ୍ଥାପନ କରାଯାଏ, ଯେଉଁଥିରେ ଡିଜେ ରିଦମ, ଲାଇଟସ ଆଦି ସାମିଲ ଥାଏ । ସିଧାସଳଖ ଭାବରେ କହିବାକୁ ଗଲେ ଏହା ଏକ ଆଧୁନିକ ଆଧ୍ୟାତ୍ମିକ ବ୍ୟବସ୍ଥା, ଯେଉଁଠାରେ ଯୁବପିଢ଼ି  ଭକ୍ତି ରସରେ ଭିଜିଥାଆନ୍ତି। ତେଣୁ ଏହାକୁ ଆଧ୍ୟାତ୍ମିକତାର ଏକ ମଜାଦାର ଏବଂ ଆଧୁନିକ ରୂପ କୁହାଯାଉଛି ।

କେମିତି ଆରମ୍ଭ ହେଲା ଆଧ୍ୟାତ୍ମିକତାର ଏହି ନୂଆ ଟ୍ରେଣ୍ଡ ?

ବ୍ୟସ୍ତବହୁଳ ଜୀବନଶୈଳୀ, ଓଭରଥିଙ୍କିଙ୍ଗ, କାର୍ଯ୍ୟଭାର, କ୍ୟାରିୟର ଚାପ ଏବଂ ବଢ଼ୁଥିବା ଚାପ ମଧ୍ୟରେ ଯୁବପିଢ଼ି ମାନସିକ ଶାନ୍ତି ପାଇଁ ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇଛନ୍ତି । ଏହି କ୍ରମରେ ଭଜନକୁ ମଡର୍ଣ୍ଣ ମ୍ୟୁଜିକ ସହ ସଂଯୋଜିତ କରି କ୍ଲବ୍-ଶୈଳୀର କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହି ଧାରା ଅଳ୍ପ ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଧୀରେ ଧୀରେ ଏହି ଧାରା ଏକ ପ୍ରମୁଖ ଆନ୍ଦୋଳନରେ ପରିଣତ ହୋଇଛି । ହେଲେ ଏହି ଧାରା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ବିଶେଷ ଦିନରେ ଆରମ୍ଭ ହୋଇନଥିଲା।

Advertisment

ଭଜନ କ୍ଲବିଂରେ କ’ଣ ହୁଏ ?

ଭଜନ କ୍ଲବିଂ ଏକ ନିରାପଦ ଏବଂ ନିଶାମୁକ୍ତ ସ୍ଥାନ ପ୍ରଦାନ କରେ, ଯେଉଁଠାରେ ସମସ୍ତେ ବିନା ଚିନ୍ତାରେ ଏକାଠି ହୋଇପାରିବେ, ଗୀତ ଗାଇପାରିବେ, ଜପ କରିପାରିବେ ଏବଂ ପ୍ରକୃତ ଆନନ୍ଦ ଅନୁଭବ କରିପାରିବେ। ଆମର ପୂର୍ବପିଢ଼ି ସତସଙ୍ଗ, ପ୍ରବଚନ ଆଦିରେ ଯୋଗ ଦେଇ ଆଧ୍ୟତ୍ମିକତା ଅନୁଭବ କରୁଥିଲେ । ହେଲେ ବର୍ତ୍ତମାନର ଯୁବପିଢ଼ି ପୂର୍ବଜଙ୍କ ଏହି ଭଜନକୀର୍ତ୍ତନକୁ କୌଣସି ଆଧ୍ୟାତ୍ମିକ ସ୍ଥଳରେ ନୁହେଁ ବରଂ କ୍ୟାଫେ, ରେଷ୍ଟୁରାଣ୍ଟ, କମ୍ୟୁନିଟି ସ୍ପେସରେ କରିବା ଆରମ୍ଭ କରିଦେଇଛନ୍ତି । ଏହିପରି ଭାବରେ ଭଜନ କ୍ଲବିଂ ମାଧ୍ୟମରେ ଯୁବପିଢ଼ି କେବଳ ସେମାନଙ୍କ ଫୋନରେ ଭଜନ କିମ୍ବା ଜଣାଣ ଶୁଣନ୍ତି ନାହିଁ ବରଂ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଭକ୍ତି ରସରେ ମସଗୁଲ ହୁଅନ୍ତି ।

ଭଜନ କ୍ଲବିଂ ଜେନ୍ ଜିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ନୂଆ ଧାରା । ଯେଉଁଥିରେ ଆଧୁନିକ ବିଟସ ଓ ପାର୍ଟି ସଙ୍ଗସ ବଦଳରେ ଭଜନ ପରିବେଷଣ ହୁଏ । ଏପରି କ୍ଲବ ଗୁଡ଼ିକରେ ମଦ ନୁହେଁ ଚା’ ପରିବେଷଣ କରାଯାଏ । ଆଜିର ସମୟରେ ଭଜନ କ୍ଲବିଂ ଏକ ସେତୁ ସାଜିଛି, ଯାହା ପରମ୍ପରା ଏବଂ ଆଧୁନିକତାକୁ ସଂଯୋଗ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଆଧ୍ୟାତ୍ମିକତାକୁ ପ୍ରୋତ୍ସାହିତ କରୁଛି ।

କାହିଁକି ଜେନଜିଙ୍କୁ ଆକର୍ଷିତ କରୁଛି ଭଜନ କ୍ଲବିଂ ?

- ଜେନଜିଙ୍କ ଅନୁସାରେ ପାରମ୍ପାରିକ ଅଭ୍ୟାସଗୁଡ଼ିକ କଠୋର ଓ ବେଳେବେଳେ ବିରକ୍ତିକର ମଧ୍ୟ । କିନ୍ତୁ ଆଲୋକ, ଡିଜେ ଏବଂ ଭାଇବ୍ସ ସହିତ ମିଶ୍ରିତ ହେଲେ ଭଜନ କ୍ଲବିଂ ଏକ ନୂତନ ଅଭିଜ୍ଞତା ପ୍ରଦାନ କରୁଛି ।

- କ୍ଲାସିକ କ୍ଲବ ଠାରୁ ଭିନ୍ନ ଏଠାରେ କୌଣସି ନିଶା କିମ୍ବା ନକାରାତ୍ମକ ପରିବେଶ ନଥାଏ, ବରଂ ସକାରାତ୍ମକ ଶକ୍ତି ଏବଂ ମନ୍ତ୍ର ଜପ ମନକୁ ଆରାମ ଦିଏ, ଯାହା ଦ୍ୱାରା ଚାପ ହ୍ରାସ ପାଏ।
- ଏହି ପରିବେଶରେ ଅପରିଚିତ ଲୋକମାନେ ଏକ ପରିବାର ପରି ଭେଟନ୍ତି ।

- ଯୁବପିଢ଼ି ଆଧୁନିକତାକୁ ଗ୍ରହଣ କରିବା ସହ ନିଜ ମୂଳ ସହିତ ଯୋଡ଼ି ହେବାକୁ ମଧ୍ୟ ଚାହାଁନ୍ତି। ଭଜନ କ୍ଲବିଂ ଧାରା ଉଭୟର ଏକ ଆକର୍ଷଣୀୟ ମିଶ୍ରଣ ।

କୌଣସି ବି ନୂତନ ପରିବର୍ତ୍ତନର ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଛି । ଭଜନ କ୍ଲବିଂ ବିଷୟରେ ମଧ୍ୟ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କେତେକ ଏହାକୁ ସକାରାତ୍ମକ ବୋଲି ବିବେଚନା କରନ୍ତି, ଅନ୍ୟମାନେ ଏହାକୁ ନକାରାତ୍ମକ ବୋଲି ବିବେଚନା କରନ୍ତି।

ସକାରାତ୍ମକ ଦିଗ

- ଭଜନ କ୍ଲବିଂ ଯୁବପିଢ଼ିଙ୍କୁ ଆଧ୍ୟାତ୍ମିକତା ସହିତ ଯୋଡ଼ିବାର ଏକ ନୂତନ ମାଧ୍ୟମ।

- ଏହା ଏକ ଚାପମୁକ୍ତ ଏବଂ ସକାରାତ୍ମକ ପରିବେଶ ପ୍ରଦାନ କରେ।

- ଭଜନ କ୍ଲବିଂ ମାଧ୍ୟମରେ, ଯୁବପିଢ଼ି ଚାପରେ ନୁହେଁ ବରଂ ସ୍ୱେଚ୍ଛାକୃତ ଭାବରେ ଯୋଗଦାନ କରନ୍ତି। ଏହି ଧାରା ସାମାଜିକ ସମ୍ପର୍କ ବୃଦ୍ଧି କରେ।

- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭଜନ କ୍ଲବିଂ ଯୁବପିଢ଼ିଙ୍କ ପାଇଁ ଏକ ନିଶାମୁକ୍ତ ପରିବେଶ ପ୍ରଦାନ କରେ।
 

ନକାରାତ୍ମକ ଦିଗ

- ଅନେକ ଲୋକଙ୍କ ଅଭିଯୋଗ ଭଜନ କ୍ଲବିଂ ଦ୍ୱାରା ଯୁବପିଢ଼ି ଆଧ୍ୟାତ୍ମିକତାକୁ ମନୋରଞ୍ଜନ ପ୍ୟାକେଜରେ ପରିଣତ କରିଦେଇଛନ୍ତି ।
- ଏହି ନୂତନ ଧାରା ଆଧ୍ୟାତ୍ମିକତାର ଗଭୀରତାକୁ ହ୍ରାସ କରେ । କାରଣ ଭଜନ, ମନ୍ତ୍ର ଏବଂ କୀର୍ତ୍ତନର ଉଦ୍ଦେଶ୍ୟ ହେଉଛି ଶାନ୍ତି ଏବଂ ମାନସିକ ଏକାଗ୍ରତା । ଭଜନ କ୍ଲବିଂରେ ଉଚ୍ଚ ସ୍ୱରରେ ସଂଗୀତ, ଆଲୋକ ଏବଂ ନୃତ୍ୟ ଆଧ୍ୟାତ୍ମିକତାର ପ୍ରକୃତ ରସକୁ କମ୍ କରେ ।

- ଯୁବପିଢ଼ି ଭଜନ କ୍ଲବିଂକୁ କେବଳ ଏକ ଧାରା ଭାବରେ ଗ୍ରହଣ କରୁଛନ୍ତି ।
- ଅନ୍ୟ କିଛି ଲୋକଙ୍କ ଅଭିଯୋଗ ଭଜନ ଏବଂ ମନ୍ତ୍ରଗୁଡ଼ିକୁ ପପ୍ ସଂସ୍କୃତିରେ ପରିଣତ କରିବା ଦ୍ୱାରା ଧାର୍ମିକ ଭାବନାକୁ ଆଘାତ ଦେବାର ଆଶଙ୍କା ବୃଦ୍ଧି ପାଏ।

- ଭଜନ କ୍ଲବିଂ ନାମରେ ଟିକେଟ୍ ଆଧାରିତ କାର୍ଯ୍ୟକ୍ରମ, ମହଙ୍ଗା ପାସ୍ ଏବଂ ପ୍ରାୟୋଜକତା ଧର୍ମର ବାଣିଜ୍ୟକରଣକୁ ବୃଦ୍ଧି କରେ, ଯାହା ଆଧ୍ୟାତ୍ମିକ ଉଦ୍ଦେଶ୍ୟକୁ ଦୁର୍ବଳ କରିପାରେ।

Trending GenZ
Advertisment
Related Articles
Advertisment