Advertisment

Interfaith Marriage: ପ୍ରେମ ଇତିହାସର ଏମାନେ ନୂଆ ଅଧ୍ୟାୟ, ବିବାହ ଦେଖିଲା ସାରା ଓଡ଼ିଶା

ପ୍ରେମ ସପ୍ତାହରେ ପ୍ରେମର ନୂଆ ଅଧ୍ୟାୟ ଲେଖିଛନ୍ତି ଏମାନେ । ପ୍ରେମିକା ‘ଫରିନ’ରୁ ପାଲଟିଯାଇଛି ‘ପ୍ରିୟାଂଶୀ’ । ଆଉ ସେ ପୁରୁଣା ପ୍ରେମ ସିନ୍ଥିରେ ସିନ୍ଦୂର ସାଜି ପ୍ରିୟାଂଶୀଙ୍କୁ ନବବଧୂ ସଜାଇ ଦେଇଛି ।

author-image
Tanmay Kumar Mahalik
Unique Love Marriage

Unique Love Marriage Photograph: (OTV)

ସବୁ ଫୁଲର ଭାଗ୍ୟରେ ମନ୍ଦିର ନଥାଏ । ସବୁ ପ୍ରେମର ଭାଗ୍ୟରେ ସିନ୍ଦୂର ନଥାଏ । କିନ୍ତୁ ଇଏ ସେହି ପ୍ରେମ ଯାହା ମଥାରେ ସିନ୍ଦୂର ଲାଗିଛି । ଆଉ ଇଏ ସେହି ମନ୍ଦିର ଯେଉଁ ମନ୍ଦିରର ଚଟାଣରେ ନିଆରା ପ୍ରେମ ପକ୍ଷୀଙ୍କ ହାତଗଣ୍ଠି ଫୁଲରେ ଫୁଲରେ ପଡ଼ିଛି ।

Advertisment

ପ୍ରେମ ସପ୍ତାହରେ ପ୍ରେମର ନୂଆ ଅଧ୍ୟାୟ ଲେଖିଛନ୍ତି ଏମାନେ । ପ୍ରେମିକା ‘ଫରିନ’ରୁ ପାଲଟିଯାଇଛି ‘ପ୍ରିୟାଂଶୀ’ । ଆଉ ସେ ପୁରୁଣା ପ୍ରେମ ସିନ୍ଥିରେ ସିନ୍ଦୂର ସାଜି ପ୍ରିୟାଂଶୀଙ୍କୁ ନବବଧୂ ସଜାଇ ଦେଇଛି । 

ଗତକାଲି ଭୀମଟାଙ୍ଗୀ ଅଞ୍ଚଳରେ ଏହି ବିବାହ ସଂପନ୍ନ ହୋଇଥିଲା । ବର ସାଜିଥିବା ବଦ୍ରିନାରାୟଣ ଦାସ ଓ କନ୍ୟା ବେଶରେ ଥିବା ଫରିନ୍ ବାନୋଙ୍କ ମଧ୍ୟରେ ଦୀର୍ଘ ୧୦ ବର୍ଷର ଭଲପାଇବା ଥିଲା । ହେଲେ ଉଭୟ ଅଲଗା ଅଲଗା ହିନ୍ଦୁ-ମୁସଲମାନ ସଂପ୍ରଦାୟର ଥିବାରୁ ବିବାହ ପାଇଁ ବାଧା ଉପୁଜୁଥିଲା ।

Advertisment

ପରିବାର ଲୋକ ଏହାକୁ ଗ୍ରହଣ ବି କାରିପାରୁନଥିଲେ । ହେଲେ ସେବର ସେ ପ୍ରେମର ତାଲମହଲ ଏବେ ସୁନ୍ଦର ସଂସାରଟିଏ ହୋଇଯାଇଛି । ଦୁହେଁ ନିଜର ପ୍ରେମକୁ ସିନ୍ଦୂରର ରୂପ ଦେଇ ସାର୍ଥକ କରିଛନ୍ତି । ଆଉ କଟକ ଜଗତପୁର ଅଞ୍ଚଳର ଏହି ଯୋଡ଼ି ଏବେ ସବୁଠି ଚର୍ଚ୍ଚାରେ ରହିଛନ୍ତି ।

ବଦ୍ରି କୌଣସି ପରିସ୍ଥିତିରେ ଫରିନ୍‌ଙ୍କ ହାତ ଛାଡ଼ିବାକୁ ଚାହୁଁନଥିଲେ । ତେଣୁ ଧର୍ମ ପରିବର୍ତ୍ତନ କରିବାକୁ ନିଜଆଡୁ ପ୍ରସ୍ତାବ ଦେଇଥିଲେ। ଏତିକି ବେଳେ ପ୍ରେମର ଦୂତ ସାଜି ପହଞ୍ଚିଥିଲା ଗୋରକ୍ଷକ ଟିମ୍ । ସେମାନଙ୍କ ସହାୟତାରେ ବିଧି ବ୍ୟବସ୍ଥାରେ ଫରିନ୍‌ଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିଲା ।

ଫରିନ୍‌ରୁ ସେ ପାଲଟିଥିଲେ ପ୍ରିୟାଂଶୀ ଦାସ । ଆଉ ପରେ ମା’ମଙ୍ଗଳାଙ୍କୁ ସାକ୍ଷୀ ରଖି ବଦ୍ରି ଓ ପ୍ରିୟାଂଶୀଙ୍କ ହାତଗଣ୍ଠି ପଡ଼ିଥିଲା । ବଦ୍ରିଙ୍କ ବାପା-ମାଆ ବି ପୁଅ ବୋହୂଙ୍କୁ ସାଦରେ ଗ୍ରହଣ କରିଥିବା ଜଣା ପଡିଛି ।

Cuttack Couple Interfaith Love Story
Advertisment
Related Articles
Advertisment