Advertisment

Bhubaneswar Murder: ବାହାନହୋଇ ଫସାଉଥିଲେ, ଲିଜାଙ୍କ ପସନ୍ଦଥିଲା ବାହାହୋଇଥିବା ଯୁବକ !

୪୨୦ ଲିଜାଙ୍କ ଦେଢ଼ ଚାଲଖିଆ ଦିମାଗ୍, ପୋଲିସ ଜାଣିବା ପରେ ଏବେ ସାରା ରାଜ୍ୟବାସୀ ଜାଣି ସାରିଲେଣି । ଭୁବନେଶ୍ବରରରେ ରହି, ପାର୍ଲରରେ କାମ କରି କିଭଳି ବିବାହିତ ପୁରୁଷଙ୍କୁ ପ୍ରେମ ଜାଲରେ ଫସାଇ ଏପରି ଜଘନ୍ୟକାଣ୍ଡ କରିଛନ୍ତି ଲିଜା ଏବେ ସମସ୍ତଙ୍କ ସାମ୍ନାକୁ ଆସିସାରିଛି ।

author-image
Tanmay Kumar Mahalik
Murder Super Vilene Liza

Murder Super Vilene Liza Photograph: (OTV)

ବାହା ନହୋଇ ଫସାଉଥିଲେ ବିବାହିତ ପୁରୁଷ ! ଲିଜାଙ୍କ ପସନ୍ଦଥିଲା ବାହାହୋଇଥିବା ଯୁବକ ! ଜଣଙ୍କ ପାଇଁ ଜଣେ ହେଲା ମର୍ଡର । ଆଉ ଜଣେ ଜେଲ୍ ଗଲା ପରେ ଲଜୁଡ଼ିଲା ଦୁଇ ଦୁଇଟା ସଂସାର । ଜଣେ ଯୁବତୀ କେତେ ତଳକୁ ଖସିପାରନ୍ତି ଏଇ ଭୁବନେଶ୍ବରର ମର୍ଡର ଘଟଣା ତା’ର ସଦ୍ୟ ଉଦାହରଣ ।

Advertisment

୪୨୦ ଲିଜାଙ୍କ ଦେଢ଼ ଚାଲଖିଆ ଦିମାଗ୍, ପୋଲିସ ଜାଣିବା ପରେ ଏବେ ସାରା ରାଜ୍ୟବାସୀ ଜାଣି ସାରିଲେଣି । ଭୁବନେଶ୍ବରରରେ ରହି, ପାର୍ଲରରେ କାମ କରି କିଭଳି ବିବାହିତ ପୁରୁଷଙ୍କୁ ପ୍ରେମ ଜାଲରେ ଫସାଇ ଏପରି ଜଘନ୍ୟକାଣ୍ଡ କରିଛନ୍ତି ଲିଜା ଏବେ ସମସ୍ତଙ୍କ ସାମ୍ନାକୁ ଆସିସାରିଛି । 

ମୃତ ସତ୍ୟବ୍ରତ ଓ ଦୀନେଶ ଉଭୟ ଥିଲେ ଲିଜାଙ୍କ ପୁରୁଷ ବନ୍ଧୁ । ଉଭୟ ବିବାହାତ ବି ଥିଲେ । ଖାଲି ସେତିକି ନୁହେଁ, ଦୀନେଶ ଏବଂ ସତ୍ୟବ୍ରତଙ୍କ କୁନିକୁନି ପିଲା ମଧ୍ୟ ରହିଛନ୍ତି । ତଥାପି ସେମାନଙ୍କୁ ଲିଜା ରୁମକୁ ଡାକୁଥିଲେ । ଯାହାର ଶେଷ ପରିଣାମ ଅପରାଧରେ ଅନ୍ତ ହୋଇଛି ।

Advertisment

ପ୍ରେମ ସପ୍ତାହରେ ପାପିନୀ ପ୍ରେମିକାର ପ୍ରେମ ରକ୍ତରଂଜିତ ହୋଇଛି । ଜେଲ୍ ଯାଇଛି ଦୀନେଶ, ଲିଜାର ଡବଲ୍ ପ୍ରେମିକ ଫଣ୍ଡା ଧୂଳିସାତ ହୋଇଛି । ପୂରା ହତ୍ୟା ମାମଲାର ମହାଖୁଲାସା କରିଛନ୍ତି ଜୋନ୍-୬ ଏସିପି ସୋନାଲି ସିଂ ପରମାର ।

କହିଛନ୍ତି, ଲିଜାଙ୍କ ପ୍ରଥମ ପ୍ରେମିକ ଦିନେଶ ହିଁ ସତ୍ୟବ୍ରତଙ୍କୁ ମାରିଛି । ମୂଳରୁ ଲିଜାଙ୍କୁ ସନ୍ଦେହ କରି ଆସୁଥିବା ଦିନେଶ, ଲିଜାକୁ ସେଦିନ ବାରମ୍ବାର କଲ୍ କରିଥିଲା । କିନ୍ତୁ ରିସିଭ୍ ନକରିବାରୁ ଗାଁରୁ ରାତାରାତି କାର୍ ଧରି ନୀଳାଦ୍ରିବିହାରରେ ପହଞ୍ଚିଯାଇଥିଲା । ଆଉ ତା’ ପରେ କାଣ୍ଡ ଘଟିଛି । 

ପାପ ପ୍ରେମ ଏଇଠି ଅନ୍ତ ଘଟିଛି । ପ୍ରେମିକାର ଚାଲ ଧରା ପଡ଼ିବା ପରେ ସବୁ ଘଟଣା ସାମ୍ନାକୁ ଆସିଛି । ଆଗକୁ ଲିଜାର କାରନାକୁ ନେଇ ପୋଲିସ କି ପଦକ୍ଷେପ ନେଉଛି ତା’ ଦେଖିବାକୁ ବାକି ରହିଲା । 

Satyabrata Das Dinesh Bhubaneswar Murder
Advertisment