Advertisment

Infant Girl Rescued: ପଥର ପାଲଟିଲା ବାପା, ମା’ର ସ୍ନେହ ବି ଫିକା ପଡିଗଲା; କରଜ ଶୁଝିବାକୁ ଛୁଆ ବିକ୍ରି

ମାସକର ଛୁଆ ଶୁଝିଲା ବାପାମା’ଙ୍କ ଋଣ। ଧାର ଟଙ୍କା ଶୁଝିବାକୁ ନିଜ କୋଳ ଖାଲି କରିଦେଲା ମା’। ଭଲ ଭାବେ ଦୁନିଆ ଚିହ୍ନି ନ ଥିବା ଛୁଆକୁ ପର ହାତକୁ ଟେକିଦେବାକୁ ପଛାଇଲାନି।

author-image
Niharika Rout
Child Rescue

Child Rescue Photograph: (OTV)

ମାସକର ଛୁଆ ଶୁଝିଲା ବାପାମା’ଙ୍କ ଋଣ। ଧାର ଟଙ୍କା ଶୁଝିବାକୁ ନିଜ କୋଳ ଖାଲି କରିଦେଲା ମା’। ଭଲ ଭାବେ ଦୁନିଆ ଚିହ୍ନି ନ ଥିବା ଛୁଆକୁ ପର ହାତକୁ ଟେକିଦେବାକୁ ପଛାଇଲାନି। କୁଆଁ କୁଆଁ ଡାକୁଥିବା କଅଁଳ ଛୁଆଟାର ଠିକଣା ରାତାରାତି  ବଦଳିଗଲା। ମାତ୍ର କେଇଟା ଟଙ୍କା ଆଗରେ ଫିକା ପଡ଼ିଗଲା ମା’ର ମମତା। ବାପା ବି ପାଲଟିଗଲା ପଥର। ସତେଯେପରି ଋଣ ସୁଝିବାକୁ ଏ ଦୁନିଆକୁ ଆସିଥିଲା ପିଲାଟି।

Advertisment

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ଘଟଣା। ସମ୍ପୃକ୍ତ ଦମ୍ପତିଙ୍କର ପୂର୍ବରୁ ପିଲାପିଲି ଥିବା ବେଳେ ମାସେ ତଳେ ପୁଣି ଏକ ଝିଅ ଜନ୍ମ ହୋଇଥିଲା। ହେଲେ ଏ ଛୁଆଟି ଉଭୟଙ୍କ ପାଇଁ ବୋଝ ପାଲଟି ଯାଇଥିଲା। ଗତ ସୋମବାର ପିଲାଟିକୁ ଉଭୟ ଧରି କଟକ ଆସିଥିବା ବେଳେ ଖାଲି ହାତରେ ଘରକୁ ଫେରିଥିଲେ। ଖାଲି ହାତ ଦେଖି ପିଲା କୁଆଡ଼େ ଗଲା ବୋଲି ପଚାରିଥିଲେ ମା’। ଏଥିରେ ରାଗି ଯାଇଥିଲେ ପୁଅବୋହୂ। ଏପରିକି ଗାଲିଗୁଲଜ ସହ ମାଡ଼ ମାରିବାକୁ ପଛାଇନଥିଲେ। ଶେଷରେ ଅସହାୟ ବୃଦ୍ଧା ଥାନାର ଦ୍ବାରସ୍ଥ ହୋଇଥିଲେ। ଏହି ଖବର ସମଗ୍ର ଭଦ୍ରକ ଜିଲ୍ଲାରେ ଚହଳ ପକାଇଥିବା ବେଳେ ପୋଲିସ୍ ଆରମ୍ଭ କରିଥିଲା ଖୋଳତାଡ଼।  

ଦିନକର ମାରାଥନ ଖୋଳତାଡ଼ ଓ ସର୍ଚ୍ଚ ଅପରେସନ ପରେ କଟକରୁ ଉଦ୍ଧାର ହୋଇଛି ମାସକର ଛୁଆ। ଶିଶୁର ବାପାମାଆ ଋଣ ଶୁଝିବା ପାଇଁ କୁନି ଝିଅଟିକୁ ୩୫ ହଜାରରେ ବିକି ଦେଇଥିବା ସ୍ବୀକାର କରିଛନ୍ତି। ଵର୍ତ୍ତମାନା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଲାଟିକୁ ଭର୍ତ୍ତି କରାଯାଇଛି। ଆସନ୍ତାକାଲି CWC ରେ ଉପସ୍ଥାପନ କରାଯାଇ ପରିବାର ଲୋକଙ୍କୁ କିମ୍ବା କାହାକୁ ହସ୍ତାନ୍ତର କରାଯିବ ନିଷ୍ପତ୍ତି ନିଆଯିବ।

Advertisment
Bhadrak
Advertisment
Related Articles
Advertisment