Advertisment

Dangerous Chips Still Sold: ବଜାରରେ ମିଳୁଛି ମୃତ୍ୟୁର ଚିପ୍ସ! ଆଖି ହରାଇଲା କୁନି ପୁଅ

ବଜାରରେ ଏବେ ବି ମିଳୁଛି ମୃତ୍ୟୁର ଚିପ୍ସ । କୁରକୁରେ ଭିତରେ ଥିବା ଖେଳନା ବିସ୍ଫୋରଣରେ କୁନି ପିଲାର ଆଖି ନଷ୍ଟ ପରେ ବି ହେଜୁନି ପୋଲିସ । ମାମଲାର ତଦନ୍ତ କରିବା ବଦଳରେ ହାତବାନ୍ଧି ବସିଛି ।

author-image
Madhupriya Mistry
ଅଦ୍ୟତନ ହୋଇଛି
CHILD LOSS EYE

CHILD LOSS EYE Photograph: (OTV)

ବଲାଙ୍ଗିର ବଜାରରେ ଏବେ ବି ମିଳୁଛି ମୃତ୍ୟୁର ଚିପ୍ସ । କୁରକୁରେ ଭିତରେ ଥିବା ଖେଳନା ବିସ୍ଫୋରଣରେ କୁନି ପିଲାର ଆଖି ନଷ୍ଟ ପରେ ବି ହେଜୁନି ପୋଲିସ । ମାମଲାର ତଦନ୍ତ କରିବା ବଦଳରେ ହାତବାନ୍ଧି ବସିଛି ।

Advertisment

ଟିଟିଲାଗଡ଼ ଥାନାରେ ପରିବାର ଲୋକଙ୍କ ଅଭିଯୋଗ ପରେ ମଧ୍ୟ କେବଳ ଷ୍ଟେସନ୍ ଡାଏରୀ କରି ବସିଛି ପୋଲିସ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ଗତ ସୋମବାର ଟିଟିଲାଗଡ ଥାନା ଶଗଡ଼ଘାଟ ଗାଁରେ ଘଟିଥିଲା ଅଭାବନୀୟ ଘଟଣା ।

ଲବ ହର ପାଲଙ୍କ ଆଠ ବର୍ଷର ପୁଅ କୁରକୁରେ ଖାଉଥିବା ବେଳେ ନିଆଁରେ ପଡି ଖେଳନା ବିସ୍ଫୋରଣ ହୋଇଥିଲା। ଯାହାଦ୍ବାର ପିଲାର ଆଖି ନଷ୍ଟ ହୋଇଛି।

Advertisment

ବାପା ମାଆ କୁରକୁରେ କମ୍ପାନୀ ବିରୋଧରେ ଥାନାର ଦ୍ବାରସ୍ଥ ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ସମ୍ପୃକ୍ତ କୁରକୁରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି । 

Bolangir Odisha Crime
Advertisment
Related Articles
Advertisment