/odishatv-khabar/media/media_files/2026/01/14/junk-food-2026-01-14-14-14-03.jpg)
Junk Food Photograph: (OTV)
ନା ପିଜା, ନା ବର୍ଗର, ନା ସ୍ୟାଣ୍ଡୱିଚ୍ (Street Food)। ଦିନସାରା ଟିଭିରେ ବାଜିପାରିବନି ଏଭଳି ଜଙ୍କ ଫୁଡ୍ ଜାତୀୟ ଖାଦ୍ୟ ସାମଗ୍ରୀ ବିଜ୍ଞାପନ। ଇଂଲଣ୍ଡରେ ଜଙ୍କ ଫୁଡ୍ ବିଜ୍ଞାପନ ଉପରେ ଲାଗିଲା କଟକଣା।
ରାତି ୯ଟା ପୂର୍ବରୁ ଟେଲିଭିଜନ କିମ୍ବା ଅନଲାଇନରେ ଦେଇହେବନି ଜଙ୍କ ଫୁଡ୍ ବିଜ୍ଞାପନ (Advertisment) । ଏଭଳି କଠୋର ନିୟମ ଜାରି କରିଛି ଇଂଲଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରାଳୟ। ପିଲାଙ୍କ ଖାଇବା ଥାଳିରୁ ବାର୍ଷିକ ୨.୭ ନିୟୁତ କ୍ୟାଲୋରୀ ହଟାଇବାକୁ ଲକ୍ଷ୍ୟ ରଖିଛନ୍ତି ଇଂଲଣ୍ଡ (England) ସରକାର।
ଏହାଦ୍ବାରା ମେଦବହୁଳ ପିଲାଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସରକାର ଆଶା ରଖିଛନ୍ତି। ଇଂଲଣ୍ଡରେ ନୂଆ ନିୟମକୁ ନେଇ ଭାରତରେ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ଆଉ ଆଲୋଚନା। କାରଣ ଭାରତରେ ଦିନକୁ ଦିନ ଜଙ୍କଫୁଡ୍ ବ୍ୟବହାର ଓ ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ବଢିବାରେ ଲାଗିଛି।
ପିଲାଠୁ ବୁଢା ସଭିଏଁ ଜଙ୍କ ଫୁଡ୍ ଖାଇବା ପାଇଁ ପାଗଳ। ବଦଳୁଥିବା ଲାଇଫ ଷ୍ଟାଇଲର କାରଣରୁ ଆମର ଖାଇବା ପିଇବାରେ ମଧ୍ୟ ବହୁତ କିଛି ବଦଳି ଯାଇଛି। ଯାହାଦ୍ବାରା ମେଦବହୁଳତା, ମଧୁମେହ, ରକ୍ତଚାପ, ହାର୍ଟଆଟାକ୍ ଆଦି ବୃଦ୍ଧି ପାଇବାରେ ଲାଗିଛି।
ଜଙ୍କ ଫୁଡ୍ ପିଲାଙ୍କ ମାନସିକ, ଶାରୀରିକ ଓ ଆବେଗିକ ସନ୍ତୁଳନ ମଧ୍ୟ ବିଗାଡ଼ୁଛି। ତେବେ ଭାରତରେ ଏପର୍ଯ୍ୟନ୍ତ ଜଙ୍କଫୁଡ୍ ଉପରେ କୌଣସି ନିୟମାବଳୀ ପ୍ରଣୟନ କରାଯାଇନାହିଁ।
ନିକଟରେ ଜଙ୍କଫୁଡ୍ ନେଇ ବାବଦରେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ବିଭିନ୍ନ ସରକାରୀ ଡାକ୍ତରଖାନା ଆଗରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଯାଉଛି।
Rare Emergency Heart Surgery: କେୟାର ହସ୍ପିଟାଲରେ ହୃଦ ବିଭାଗରେ ବିରଳ ଅପରେସନ

why Virat is ahead of Rohit : ‘ରୋ-କୋ’ଙ୍କୁ ନେଇ ମହମ୍ମଦ କୈଫ୍ଙ୍କ ବଡ଼ ବୟାନ

Ganja-Laden Car Crashes: ଧକ୍କା ଦେଇ ଚମ୍ପଟ ମାରୁଥିଲା ଡ୍ରାଇଭର, ମାଡ଼ି ବସିଲା ପୋଲିସ

Veer Pahariya Tara Sutaria Breakup: ବୀର ପାହାଡିଆ-ତାରା ସୁତାରିଆଙ୍କ ପ୍ରେମରେ ଲଗାମ୍! ହେଇଗଲା କି ବ୍ରେକ୍ଅପ୍!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)