/odishatv-khabar/media/media_files/2026/01/14/free-registration-for-unorganised-workers-in-odisha-2026-01-14-14-27-16.jpg)
ଶ୍ରମିକ ଭାଇଭଉଣୀଙ୍କା ପାଇଁ ମାଗଣା କାର୍ଡ Photograph: (OTV)
ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ନୂଆ ସୁଯୋଗ। 'ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼' ଅଧୀନରେ କାମ କରୁଥିବା ଶ୍ରମିକମାନେ ନିଜକୁ ପଞ୍ଜୀକୃତ ହୋଇ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ନେଇପାରିବେ। ଏହି ବୋର୍ଡର ଅଫିସିଆଲ ୱେବସାଇଟ୍ ହେଉଛି: https://ouwssb-labour.odisha.gov.in/।
ପଞ୍ଜୀକରଣ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ପଞ୍ଜୀକରଣ ଓ ପୁନଃନବୀକରଣ ସଂପୂର୍ଣ୍ଣ ଫ୍ରି ଥିବା ସହ ପରିଚୟ ପତ୍ର ମଧ୍ୟ ମାଗଣାରେ ମିଳେ। ଏହି ପଞ୍ଜୀକରଣ କାର୍ଯ୍ୟ ୨୦୧୭ ମସିହାରୁ ଆରମ୍ଭ ହୋଇଛି।
ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ଏଥିରେ ବୁଲାବିକାଳି, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ଅନେକ ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି।
ଏମାନଙ୍କ ବ୍ୟତୀତ ଏହି ବୋର୍ଡର କଲ୍ୟାଣ ଯୋଜନାରେ ଦରଜି, ଏମ୍ବ୍ରୋଡୋରି କାରିଗର, ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲରରେ କାମ କରୁଥିବା କର୍ମଚାରୀ, ମହାରଣା, ମତ୍ସ୍ୟଜୀବୀ, କମାର, ରେଳବାଇ କୁଲି, ମାଲ୍ ଲୋଡିଂ ଏବଂ ଅନ୍ଲୋଡିଂରେ ନିୟୋଜିତ ଶ୍ରମିକ ତଥା ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, କୁମ୍ଭାର, ପଥର ଶିଳ୍ପୀ ଏବଂ ସହାୟକ, ଜରି ଗୋଟାଳି, ପରିମଳ କର୍ମଚାରୀ, ରଜକ/ ଲଣ୍ଡ୍ରି ଓ ଡ୍ରାଏ କ୍ଲିନର କର୍ମଚାରୀ, ବୁଣାକାର, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର ଭଳି ୬୦ ବର୍ଗର ଲୋକ ଅଛନ୍ତି।
ତେବେ ଏହି ଯୋଜନାରେ ସାମିଲ୍ ହେବା ନେଇ ୧୮ ରୁ ୬୦ ବର୍ଷ ହେବା ଜରୁରୀ। ତେବେ ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ୍ https://ouwssb-labour.odisha.gov.in/ କୁ ଭିଜିଟ୍ କରନ୍ତୁ କିମ୍ବା ନିକଟସ୍ଥ ଶ୍ରମ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)