Advertisment

Infant Dies After Doctor’s Alleged Negligence: ଡାକ୍ତର ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ପୋଲିଓ ଟୀକା ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ

ପୋଲିଓ ଟୀକା ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ ଅଢେଇମାସର ଶିଶୁ ପୁତ୍ର। ସେଥିପାଇଁ ଗତକାଲି ରାତ୍ରିରେ ପରିବାର ଲୋକ ମେଡିକାଲକୁ ଆଣିଥିଲେ ହେଲେ ଶିଶୁ ର ଦେହ ଭଲ ଅଛି କହି ଡାକ୍ତରଙ୍କୁ ତାଙ୍କୁ ଫେରାଇଦେଲେ । ପରେ ସକାଳୁ ଅସୁସ୍ଥ ହୋଇଥିଲା ଶିଶୁ । ହସିପିଟାଲକୁ ଆଣିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କଲେ

author-image
Manas Ranjan Mohanty
TENSION OVER CHILD DEATH

TENSION OVER CHILD DEATH Photograph: (OTV)

ପୋଲିଓ ଟୀକା ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ ଅଢେଇମାସର ଶିଶୁ ପୁତ୍ର। ସେଥିପାଇଁ ଗତକାଲି ରାତ୍ରିରେ ପରିବାର ଲୋକ ମେଡିକାଲକୁ ଆଣିଥିଲେ ହେଲେ ଶିଶୁର ଦେହ ଭଲ ଅଛି କହି ଡାକ୍ତର ତାଙ୍କୁ ଫେରାଇଦେଲେ । ପରେ ସକାଳୁ ଅସୁସ୍ଥ ହୋଇଥିଲା ଶିଶୁ । ତାପରେ ହସିପିଟାଲକୁ ଆଣିବାବେଳେ ଡାକ୍ତର ତାକୁ ମୃତ ଘୋଷଣା  କଲେ ।

Advertisment

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଣି ଡାକ୍ତରଙ୍କ ଅବହେଳାରୁ ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗ l ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ପୁତ୍ର  ମୃତ୍ୟୁ ଯାହାକୁ ନେଇ  ପରିବାର ଲେକା  ଅଭିଯୋଗ କରିଛନ୍ତି ଡାକ୍ତରଙ୍କ ଅବହେଳାରୁ ତାଙ୍କ ପୁଅର ଅବସ୍ଥା ଏଭଳି l 

ସମ୍ପର୍କୀୟ -ପୋଲିସ ମୁହାଁମୁହିଁ

ଡାକ୍ତରଙ୍କ ଅବହେଳା ପ୍ରତିବାଦରେ ସମ୍ପର୍କୀୟ -ପୋଲିସ ମୁହାଁମୁହିଁ ହୋଇଛନ୍ତି l ହସପିଟାଲରେ ଗେଟରେ ତାଲ ପକାଇ  ପରିବାର ଲୋକେ ପ୍ରତିବାଦ କଲାବେଳେ ପୋଲିସ ଏବଂ ସମ୍ପକୀର୍ୟ ମୁହାଁମୁହିଁ ହୋଇଛନ୍ତି ।

Advertisment

ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପରିବାରର ଗୋଟେ ଜିଦ୍ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । କିଛି ଦିନ ତଳେ କ୍ୟାପିଟାଲ ହସିପଟାଲରେ ଡାକ୍ତରଙ୍କ ଅବହୋଳରୁ ବି ଏମିତି ଗୋଟେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଏବେ ନୟାଗଡରେ ବି ସେହିଭଳି ସମାନ ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ହୋଇଛି ଯାହାକୁ ନେଇ ଅସନ୍ତୋଷ ଜନତା।

Advertisment