/odishatv-khabar/media/media_files/2025/09/25/bcci-action-2025-09-25-19-37-46.jpg)
BCCI ACTION Photograph: (OTV)
ଫାଇନାଲ ପୂର୍ବରୁ ପାକିସ୍ତାନ ବିରୋଧରେ ଭାରତର ବଡ଼ ଆକ୍ସନ । ପାକ୍ କ୍ରିକେଟରଙ୍କ ବିରୋଧରେ ICC ନିକଟରେ ଫେରାଦ ହେଲା BCCI । ଏସିଆ କପ୍ ସୁପରଫୋର୍ ମ୍ୟାଚ୍ରେ ଖେଳାଳିଙ୍କ ଆତଙ୍କୀ ଆଚରଣ ବିରୋଧରେ କଲା ଅଭିଯୋଗ । ମ୍ୟାଚ ବେଳେ ଔଦ୍ଧତ୍ୟର ସବୁ ସୀମା ଟପିଥିଲେ ପାକିସ୍ତାନ କ୍ରିକେଟର ହାରିସ୍ ରୌଫ୍ ଓ ସାହିବଜାଦା ଫରହାନ । ଦୁହେଁ ପଡ଼ିଆରେ ଭାରତୀୟଙ୍କୁ ଉପହାସ କରିବା ସହ ଉସୁକାଇବା ଭଳି ଆଚରଣ କରିଥିଲେ ।
ଅର୍ଦ୍ଧଶତକ ପୂରା କରିବା ପରେ ଗନ୍ ଫାୟାର୍ ସେଲିବ୍ରେସନ୍ କରିଥିଲେ ସାହିବଜାଦା ଫରହାନ୍ । ବ୍ୟାଟକୁ ଏମିତି ଧରିଥିଲେ, ଯେମିତି ବ୍ୟାଟ୍ ତ ନୁହେଁ AK-47 ଧରିଛନ୍ତି ଓ ଗୁଳି ଫୁଟାଉଛନ୍ତି । ସେପଟେ ହାରିସ୍ ରୌଫ୍ ଅଙ୍ଗୁଳିରେ ୬-୦ର ସଙ୍କେତ ଦେଖାଇ ବିମାନ ଖସାଇବା ଭଳି ଇସାରା କରିଥିଲେ ଆଉ ଭାରତୀୟଙ୍କ ମଜାକ ଉଡାଉଥିଲେ ।
ଉଦ୍ଧତ ଆଚରଣ କରିଥିଲେ ଦୁଇ ଖେଳାଳି
ଭାରତର ନୋ-ହ୍ୟାଣ୍ଡସେକ୍ ଝଟ୍କାରେ ରାଗ ଫଁ ଫଁ ହୋଇ ଏମିତି ଉଦ୍ଧତ ଆଚରଣ କରିଥିଲେ ଦୁଇ ଖେଳାଳି । ଯାହାକୁ ନେଇ ଆଇସିସିରେ ଅଭିଯୋଗ କରିଛି ଭାରତ । ଦୁହିଁଙ୍କ ବିରୋଧରେ ଦାବି କରିଛି କଠୋର କାର୍ଯ୍ୟାନୁଷ୍ଠାନ । ଏହି ଅଭିଯୋଗ ପରେ ICC ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି ।
ସେପଟେ BCCIର ଆକ୍ସନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ PCB ଭାରତୀୟ କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ନାଁରେ କରିଛି ଅଭିଯୋଗ । ମ୍ୟାଚ୍ ଜିତିବା ପରେ ସୂର୍ଯ୍ୟକୁମାର ପହଲଗାମ ପୀଡିତଙ୍କ ପ୍ରତି ସମାବେଦନା ଜଣାଇ ଅପେରସନ ସିନ୍ଦୂରରେ ସାମିଲ ଭାରତୀୟ ସେନାକୁ ବିଜୟ ଉତ୍ସର୍ଗ କରିଥିଲେ । ସୂର୍ଯ୍ୟଙ୍କ ଏହି ମନ୍ତବ୍ୟକୁ 'ରାଜନୈତିକ' କହି ଅଭିଯୋଗ କରିଛି PCB । ତେବେ ଏହି ମାମଲାରେ ICC କି ଆକ୍ସନ ନେବ, ତା' ଉପରେ ସାରା କ୍ରିକେଟ ଜଗତର ନଜର ।
Crime Surge Shakes Bhadrak: ଅଶାନ୍ତ ହେଉଛି ଭଦ୍ରକ, ଫୁଟୁଛି ଗୁଳି...ପଡୁଛି ବୋମା

Davis Cup Victory Sparks Hopes of Change: ସ୍ୱିଜରଲାଣ୍ଡ ବିପକ୍ଷ ଡେଭିସ୍ କପ୍ ବିଜୟ ଭାରତୀୟ ଟେନିସରେ ପରିବର୍ତ୍ତନର ସଙ୍କେତ ଦେଉଛି କି ?

Charidham Brings Festive Buzz : ରିଲିଜ ହୋଇଛି ସିନେମା ଚାରିଧାମ, ଓଡ଼ିଶାର ୬୦ରୁ ଉର୍ଦ୍ଧ୍ବ ହଲରେ ଦେଖିପାରିବେ ଦର୍ଶକ

BMC ON GARBAGE MANAGEMENT : ଦୁର୍ଗନ୍ଧରେ ଆଉ ଦହଗଞ୍ଜ ହେବେ ନାହିଁ ରାଜଧାନୀବାସୀ, ଅଳିଆରୁ ବିଜୁଳି ଉତ୍ପାଦନ କରିବ ବିଏମସି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)