Advertisment

Controversy Hits Aryan Khan’s Web Series: ସମୀର ୱାଙ୍ଖଡେ ଆର୍ୟନ ଖାନଙ୍କ ୱେବ ସିରିଜ 'ଦି ବାଡ୍ସ ଅଫ୍ ବଲିଉଡ'କୁ ନେଇ କାହିଁକି କୋର୍ଟରେ ?

ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡେ କହିଛନ୍ତି  ଯେ ଏହି ଧାରାବାହିକ ତାଙ୍କୁ ଏକ ନକାରାତ୍ମକ ଦୃଷ୍ଟିରେ ଦର୍ଶାଉଛି। ସମୀର ୱାଙ୍ଖେଡେ ଏବଂ ଆର୍ୟନ ଖାନଙ୍କ ସହିତ ଜଡିତ ମାମଲା ବମ୍ବେ ହାଇକୋର୍ଟ ଏବଂ ମୁମ୍ବାଇର ଏନଡିପିଏସ ସ୍ୱତନ୍ତ୍ର କୋର୍ଟରେ ବିଚାରାଧୀନ ଅଛି।

author-image
Tapan Swain
Aryan Khan

Aryan Khan Photograph: (OTV)

୨୦୨୧ ଅକ୍ଟୋବରରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରି ଖବର ଶିରୋନାମାରେ ସ୍ଥାନ ପାଇଥିବା ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡେ ପୁଣି ଥରେ ଖବରରେ ଅଛନ୍ତି। ଏଥର ୱାଙ୍ଖେଡେଙ୍କ ମାମଲା  ଏବେ କୋର୍ଟରେ ଅଛି। ସେ ଶାହରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ମାଲିକାନାରେ ଥିବା କମ୍ପାନୀ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି । ୨ କୋଟି ଟଙ୍କାର ଏହି ମାନହାନି ମାମଲା (Defamation Case) ରୁଜୁ ହୋଇଛି । 

Advertisment

ରେଡ୍ ଚିଲିଜ୍ ୱେବ୍ ସିରିଜ୍ 'ଦି ବ୍ୟାଡ୍ସ ଅଫ୍ ବଲିଉଡ୍'କୁ ନେଇ ବିବାଦ

ନେଟଫ୍ଲିକ୍ସ ୱେବ୍ ସିରିଜ୍ "ଦି ବ୍ୟାଡ୍ସ ଅଫ୍ ବଲିଉଡ୍" ରିଲିଜ୍ ହେବା ପରେ ସମୀର ୱାଙ୍ଖଡେ ଏହି ମାମଲା ଦାୟର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରେଡ୍ ଚିଲିଜ୍ ଦ୍ୱାରା ନିର୍ମିତ ଏହି ସିରିଜର ଏକ ଦୃଶ୍ୟ ମିଥ୍ୟା ଓ ଆପତ୍ତିଜନକ । ଏହା ମଧ୍ୟ ମାନହାନିଜନକ।
"ଦି ବ୍ୟାଡ୍ସ ଅଫ୍ ବଲିଉଡ" ନାମକ ବ୍ୟଙ୍ଗାତ୍ମକ ଧାରାବାହିକ ୱେବ୍ ସିରିଜ୍, ନେଟଫ୍ଲିକ୍ସ ପାଇଁ ଆର୍ୟନ ଖାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଆର୍ୟ୍ୟନ । ଏଥିରେ ବବି ଦେଓଲ ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି।
ସମୀର ୱାଙ୍ଖେଡେ ତାଙ୍କ ଅଭିଯୋଗରେ ଏହା ମଧ୍ୟ କହିଛନ୍ତି ଯେ ଏହି ଧାରାବାହିକଟି ନିଶା ବିରୋଧୀ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ଏକ ଭ୍ରମାତ୍ମକ ଏବଂ ନକାରାତ୍ମକ ଚିତ୍ରଣ ପ୍ରଦାନ କରୁଛି । ଏହାଦ୍ୱାରା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ହ୍ରାସ ପାଉଛି ।

ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡେ ମଧ୍ୟ କହିଛନ୍ତି ଯେ ଏହି ଧାରାବାହିକ ତାଙ୍କୁ ଏକ ନକାରାତ୍ମକ ଦୃଷ୍ଟିରେ ଦର୍ଶାଉଛି । ବିଶେଷକରି ଯେହେତୁ ସମୀର ୱାଙ୍ଖେଡେ ଏବଂ ଆର୍ୟନ ଖାନ(Aryan Khan)ଙ୍କ ସହିତ ଜଡିତ  ମାମଲା ବମ୍ବେ ହାଇକୋର୍ଟ ଏବଂ ମୁମ୍ବାଇର ଏନଡିପିଏସ ସ୍ୱତନ୍ତ୍ର କୋର୍ଟରେ  ବିଚାରାଧୀନ ଅଛି।

Advertisment

ସମୀର ୱାଙ୍ଖଡେଙ୍କ ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ "ଦି ବ୍ୟାଡ୍ସ ଅଫ୍ ବଲିଉଡ"ର ଏକ ଦୃଶ୍ୟ ଅତ୍ୟନ୍ତ ଆପତ୍ତିଜନକ, ଯେଉଁଥିରେ ଜଣେ ଚରିତ୍ର "ସତ୍ୟମେବ ଜୟତେ" ସ୍ଲୋଗାନ କରିବା ପରେ ଆଙ୍ଗୁଠି ସାହାଯ୍ୟରେ ଏକ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। ଏହି କାର୍ଯ୍ୟ ୧୯୭୧ ମସିହାର ଜାତୀୟ ସମ୍ମାନ ଆଇନର ଏକ ଗମ୍ଭୀର ଉଲ୍ଲଂଘନ । ଏହା ଆଇନତଃ ଦଣ୍ଡନୀୟ ମଧ୍ୟ ।  ସମୀର ୱାଙ୍ଖେଡେ (Sameer Wankhede) ତାଙ୍କ ଅଭିଯୋଗରେ କହିଛନ୍ତି ଯେ 'ଦି ବ୍ୟାଡ୍ସ ଅଫ୍ ବଲିଉଡ'ର ବିଷୟବସ୍ତୁ ଆଇଟି ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଅନେକ ନିୟମ ଉଲ୍ଲଂଘନ କରୁଛି ।

୨୦୨୧ ମସିହାର ଡ୍ରଗ୍ସ ମାମଲାରେ ଆର୍ୟ୍ୟନଙ୍କୁ ସମୀର ୱାଙ୍ଖଡେ ଗିରଫ କରିଥିଲେ 

୨୦୨୧ ମସିହାରେ ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲା ଅନେକ ଦିନ ଧରି ଖବରର ଶିରୋନାମାରେ ଥିଲେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅକ୍ଟୋବର ୩ ତାରିଖରେ ଆର୍ୟ୍ୟନ ଖାନ ଏବଂ ଅନ୍ୟ ଛଅ ଜଣଙ୍କୁ ଗିରଫ କରିଥିଲା। ଆର୍ୟନ ଖାନ ୨୨ ଦିନ ଜେଲରେ ରହିଥିଲେ। ଅକ୍ଟୋବର ୩୧ ତାରିଖରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।

ଏହି ମାମଲାରେ ଶାହାରୁଖ ଖାନଙ୍କ ପୁଅଙ୍କ ଅକ୍ଟୋବର ୩୦ ତାରିଖରେ କୋର୍ଟଙ୍କ ଜାମିନ ଆଦେଶ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ସଠିକ ସମୟରେ ପହଞ୍ଚି ପାରିନଥିଲା । ତାଙ୍କୁ  ଜେଲରେ ଅତିରିକ୍ତ ଗୋଟିଏ ରାତି ବିତାଇବାକୁ ପଡିଥିଲା। ପରେ ସମୀର ୱାଙ୍ଖଡେଙ୍କ ଉପରେ ପ୍ରଶ୍ନ ଉଠିଥିଲା।

ପରେ ମାମଲାଟି ସିବିଆଇ ପାଖରେ ପହଞ୍ଚିଥିଲା। ସିବିଆଇ ସମୀର ୱାଙ୍ଖେଡେଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କ ଗିରଫଦାରୀ ସହିତ ୱାଙ୍ଖେଡେ ନିଜେ ପରେ ତଦନ୍ତ ପରିସରକୁ ଆସିଥିଲେ। ଏହି ମାମଲା ବର୍ତ୍ତମାନ ବମ୍ବେ ହାଇକୋର୍ଟରେ ଚାଲିଛି। ଏହି ସମୟରେ ଆର୍ୟନ ଖାନଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ଏହି ମାମଲାକୁ ପୁଣି ଥରେ ଖବରର ଶିରୋନାମାକୁ ଆଣିଛି।

Defamation Case Aryan Khan Sameer Wankhede
Advertisment
Related Articles
Advertisment