/odishatv-khabar/media/media_files/2025/09/25/low-pressure-2025-09-25-19-59-38.jpg)
LOW PRESSURE Photograph: (OTV)
ଲଘୁଚାପ ବର୍ଷାରେ ଲଗାତର ୩ ଦିନ ଭିଜିବ ତମାମ ଓଡ଼ିଶା। ଉପକୂଳ ଓଡ଼ିଶାରେ ପ୍ରବଳ ଆଉ ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତିପ୍ରବଳ ବର୍ଷା। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଦୁର୍ବଳ ହେବା ଭିତରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ।
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଦିଗକୁ ଗତି କରି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାକୁ ଯାଉଛି। ଆସନ୍ତାକାଲି କାଲି ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ସାରା ରାଜ୍ୟର ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା।
ତେବେ ବର୍ଷାର ପ୍ରଭାବ ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ଅଧିକ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ0 କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ସହ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ସେହିଭଳି ୨୭ରେ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଏବଂ ରାଜ୍ୟ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ଜାରି ହୋଇଛି ୟେଲ୍ଲ ୱାର୍ଣ୍ଣିଂ। ଏ ସମୟ ଭିତରେ ଠାଏ ଠାଏ ୪୦ରୁ ୫୦ କିମି ବେଗରେ ପବନ ସହ ବିଜୁଳି ଓ ଘଡ଼ଘଡ଼ିର ଚେତାବନୀ ବି ଦିଆଯାଇଛି।...
ସାରା ଓଡ଼ିଶାକୁ ଲଘୁଚାପ ବର୍ଷାର ଭୟ ଭିତରେ ଏପଟେ ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ଆଣିଛି ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା। ହୀରାକୁଦକୁ ଜଳପ୍ରବାହ ବଢ଼ିବା ପରେ ଆଜି ଆଉ ୪ ଗେଟ୍ ଖୋଲାଯାଇ, ମୋଟ୍ ୨୦ଟି ଗେଟ୍ ଜରିଆରେ ଚାଲିଛି ବନ୍ୟାଜଳ ନିଷ୍କାସନ। ଯାହା ଆସନ୍ତାକାଲି ମୁଣ୍ଡୁଳି ନିକଟରେ ପହଞ୍ଚିବା ଅନୁମାନ କରାଯାଉଛି। ତେବେ ମହାନଦୀରେ କାଲି ସୁଦ୍ଧା ମାତ୍ର ୬ ଲକ୍ଷ କ୍ୟୁସେକ୍ ପାଣି ପଡ଼ିବ ଆକଳନ କରାଯାଉଥିବାରୁ ଏହା ମହାନଦୀର ଶାଖା ନଦୀଗୁଡ଼ିକରେ ସେଭଳି ବନ୍ୟା ସ୍ଥିତି ସୃଷ୍ଟି କରିବାର ଆଶଙ୍କା କମ୍ ବୋଲି ଆଶ୍ବାସନା ଦେଇଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।...
ଏପଟେ ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ଭିଡିଓ କନଫରେନ୍ସିଂରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଡାକି ଆଲୋଚନା କରିଛନ୍ତି ଏସଆରସି। ବର୍ଷାରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅଧିକ ପ୍ରଭାବିତ ଆଶଙ୍କା ଥିବାରୁ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।
Davis Cup Victory Sparks Hopes of Change: ସ୍ୱିଜରଲାଣ୍ଡ ବିପକ୍ଷ ଡେଭିସ୍ କପ୍ ବିଜୟ ଭାରତୀୟ ଟେନିସରେ ପରିବର୍ତ୍ତନର ସଙ୍କେତ ଦେଉଛି କି ?

Charidham Brings Festive Buzz : ରିଲିଜ ହୋଇଛି ସିନେମା ଚାରିଧାମ, ଓଡ଼ିଶାର ୬୦ରୁ ଉର୍ଦ୍ଧ୍ବ ହଲରେ ଦେଖିପାରିବେ ଦର୍ଶକ

BMC ON GARBAGE MANAGEMENT : ଦୁର୍ଗନ୍ଧରେ ଆଉ ଦହଗଞ୍ଜ ହେବେ ନାହିଁ ରାଜଧାନୀବାସୀ, ଅଳିଆରୁ ବିଜୁଳି ଉତ୍ପାଦନ କରିବ ବିଏମସି

Meet Trisha Thosar: କିଏ ଏହି ତ୍ରିଶା ବିବେକ ଥୋସର ? ସୋସିଆଲ ମିଡିଆରେ ଖୋଜୁଛନ୍ତି ଲୋକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)