/odishatv-khabar/media/media_files/2025/09/25/arun-sahoo-2025-09-25-20-03-06.jpg)
Arun Sahoo Photograph: (OTV)
ଅରୁଣଙ୍କ ତେରେଚ୍ଛା ବାଣରେ ବେହାଲ୍ ବିଜେଡି। ଏଥର ପ୍ରସଙ୍ଗ ଦଳର ବିଧାନସଭା ଅଚଳ ନୀତି। ପଲିଟିକାଲ୍ ସାଇନ୍ସର ଛାତ୍ର କହି ପରୋକ୍ଷରେ ଦଳକୁ ସମାଲୋଚନା କରିଛନ୍ତି ଅରୁଣ ସାହୁ। ଆଉ ଇଂରାଜୀ ବିଭାଗର ଛାତ୍ର କହି ତାଙ୍କୁ ସମର୍ଥନ ବି କରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା। ପୁରା ଅଧିବେଶନରେ ବିଜେଡି ପ୍ରଥମରୁ ହଙ୍ଗାମା କରି ଗୃହକୁ ବନ୍ଦ କରିଦେଇଥିବା ବେଳେ ଦୁଇ ବରିଷ୍ଠ ବିଧାୟକଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋରଦାର।
ବିଧାୟକଙ୍କ ଅନିଚ୍ଛାରେ ବିଧାନସଭାରେ ହଟ୍ଟଗୋଳ କରୁଥିଲା କି ବିଜେଡି ! କାହା ନିର୍ଦ୍ଦେଶକୁ ପାଳନ କରୁଥିଲେ ଦଳର ବିଧାୟକ। ଅରୁଣ ଖୋଲିଲେ ଗୁମର। ମାରିଲେ ତେରେଚ୍ଛା ବାଣ। ଆଉ ତାଙ୍କୁ ସମର୍ଥନ କଲେ ଗଣେଶ୍ବର। ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହ କାର୍ଯ୍ୟକୁ ଚଳାଇ ଦେଉନଥିଲା ବିଜୁ ଜନତା ଦଳ। ତେବେ ଏହା ଯୋଜନାବଦ୍ଧ ଥିଲା ନା ମୁଖିଆଙ୍କ ଅନୁପସ୍ଥିତିକୁ ଘୋଡାଇବାର ଉଦ୍ଦେଶ୍ୟ ?
ଯେହେତୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଧିବେଶନରେ ଉପସ୍ଥିତ ରହି ପାରିବେ ନାହିଁ ସେଥିପାଇଁ ଏ ରଣନୀତି ଥିଲା କି ବିଜେଡିର ? ସେପଟେ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଶୃଙ୍ଖଳା ଗଣ୍ଡି ଭିତରେ ରହି ପରୋକ୍ଷରେ ସମାଲୋଚନା କରିଛନ୍ତି ଦଳର ଆଭିମୁଖ୍ୟକୁ। କହିଛନ୍ତି, ବିଜେଡି ବିଧାୟକ ଭାବେ ମୁଁ ଦଳର ନିଷ୍ପତ୍ତିକୁ ସମର୍ଥନ କରୁଛି କିନ୍ତୁ ରାଜନୀତି ବିଜ୍ଞାନର ଛାତ୍ର ହିସାବରେ ମୁଁ ଚାହିଁବି ବିଧାନସଭାରେ ଅଚଳାବସ୍ଥା ନରହୁ। ଆଲୋଚନା ହେଲେ ସରକାରଙ୍କ ମୁଖା ଖୋଲିବ ଆଉ ଲୋକେ ଉପକୃତ ହେବେ।
ଅରୁଣଙ୍କ କଥାକୁ ସମର୍ଥନ କରି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ମୁଁ ଇଂରାଜୀ ବିଭାଗର ଛାତ୍ର ହିସାବରେ ଏତିକି ଜାଣିଛି ବିଧାନସଭାରେ ଆଲୋଚନା ଜାରି ହେଲେ ଲୋକେ ଉପକୃତ ହେବେ। କିନ୍ତୁ ସରକାରୀ ଦଳର ଇଚ୍ଛାଶକ୍ତି ବି ରହିବା ଆବଶ୍ୟକ ଗୃହ ଚଳାଇବା ପାଇଁ।…
ଅନ୍ୟପଟେ ଅରୁଣଙ୍କ ବୟାନକୁ ନେଇ ତେଜିଛି ରାଜନୀତି। ବିଜେପି ସାଂଘାତିକ ଅଭିଯୋଗ ଆଣି କହିଛି ବିଜେଡିର ସବୁ ବିଧାୟକ ଚାହୁଁଥିଲେ ବିଧାନସଭା ଶୃଙ୍ଖଳିତ ଭାବେ ଚାଲୁ। ମାତ୍ର ହାଇକମାଣ୍ଡ ଅନୁପସ୍ଥିତ ଥିବାରୁ ତାଙ୍କ ନିର୍ଦ୍ଦେଶରେ ଗୃହକୁ ଜାଣିଶୁଣି ଅଚଳ କଲା ବିଜେଡି। ଅପରପକ୍ଷେ କଂଗ୍ରେସର ଅଭିଯୋଗ ହେଲା ବିଧାନସଭାରେ ବିଜେପିକୁ ଅନାସ୍ଥାରୁ ସୁରକ୍ଷା ଦେବାକୁ ବିଜେଡି ଗୃହକୁ ଅଚଳ କଲା। ବିଜେଡିର ଜବାବ, ଚାଷୀ ଓ ମହିଳାଙ୍କ ସ୍ବାର୍ଥ ଦୃଷ୍ଟିରୁ ବିସ୍ତୃତ ଆଲୋଚନା ପାଇଁ ଆମେ ଦାବି କରିଥିଲୁ। କିନ୍ତୁ ସରକାରୀ ଦଳ ପଳାୟନପନ୍ଥୀ ହୋଇ ଗୃହକୁ ବନ୍ଦ କରିଦେଲେ।
କିଛି ଦିନ ତଳେ ଅରୁଣ ଗୁରୁ ଦିବସ ଅବସରରେ ଦଳ ଭିତରେ ଚାଲିଥିବା ଏକଛତ୍ରବାଦ ନୀତି ବିରୁଦ୍ଧରେ ପରୋକ୍ଷରେ ବିରୋଧ କରିଥିଲେ। ଆଉ ଏବେ ବିଧାନସଭାରେ ଦଳର ଆଭିମୁଖ୍ୟକୁ ନେଇ କଡା ସମାଲୋଚନା। ଆଗକୁ ଦେଖିବାର କଥା ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିବା ବିଜେଡି ଏବେ ଅରୁଣଙ୍କୁ କେମିତି ନିୟନ୍ତ୍ରଣକୁ ଆଣୁଛି।...
Controversy Hits Aryan Khan’s Web Series: ସମୀର ୱାଙ୍ଖଡେ ଆର୍ୟନ ଖାନଙ୍କ ୱେବ ସିରିଜ 'ଦି ବାଡ୍ସ ଅଫ୍ ବଲିଉଡ'କୁ ନେଇ କାହିଁକି କୋର୍ଟରେ ?

Allegations Mount Against Baba: ବାବାଙ୍କ ବିରୋଧରେ ଲମ୍ୱୁଛି ଅଭିଯୋଗ ତାଲିକା, ସତ ଧରାଇଦେବ କଲ୍ ରେକର୍ଡ ଓ ଭିଡିଓ ଫୁଟେଜ୍

Rio Grande Gorge Bridge Close: ବନ୍ଦ ହେଲା ସୁଇସାଇଡ୍ ବ୍ରିଜ୍ , ଦିନେ ଥିଲା ମରଣର ଫାଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)