Advertisment

India's 2nd Longest Rail Bridge: ଓଡ଼ିଶା ଆକାଶରେ ଉଡ଼ିବ ଟ୍ରେନ୍! ପ୍ରକୃତିକୁ ଉପଭୋଗ କରିବେ ରେଳ ଯାତ୍ରୀ

ଭୂଇଁରୁ ୮୦ ଫୁଟ୍ ଉଚ୍ଚରେ ଦୌଡ଼ିବ ଟ୍ରେନ। ନୟାଗଡ଼ରେ ହେବ ଦେଶର ଦ୍ବିତୀୟ ଦୀର୍ଘତମ ରେଲୱେ ବ୍ରିଜ୍। ନିର୍ମାଣ ଚାଲିଛି ପିଲାର୍, ପ୍ରାୟ ୫୦ରୁ ୬୦% ସ୍ଥାନର ନିର୍ମାଣ ସରିଲାଣି।

author-image
Chinmayee Sahoo
Rail Bridge

Rail Bridge Photograph: (OTV)

ଭୂଇଁରୁ ୮୦ ଫୁଟ୍ ଉଚ୍ଚରେ ଦୌଡ଼ିବ ଟ୍ରେନ୍। ନୟାଗଡ଼ରେ ହେବ ଦେଶର ଦ୍ବିତୀୟ ଦୀର୍ଘତମ ରେଲୱେ ବ୍ରିଜ୍। ନିର୍ମାଣ ଚାଲିଛି ପିଲାର୍, ପ୍ରାୟ ୫୦ରୁ ୬୦% ସ୍ଥାନର ନିର୍ମାଣ ସରିଲାଣି। ଅନବରତ କାମ ଚାଲିଛି। ଟ୍ରେନ୍ ଚଳାଚଳ ଆରମ୍ଭ ହେଲେ, ପ୍ରକୃତିକୁ ଉପଭୋଗ କରିବେ ରେଳ ଯାତ୍ରୀ।।

Advertisment

ନିର୍ମାଣ ଚାଲିଛି ବିକାଶର ବିରାଟ ପିଲାର୍ । ମାଟିରୁ ୮୦ ଫୁଟ୍ ଉପରେ ଗଡ଼ିବ ଟ୍ରେନ୍ । ଏହା ହେବ ଦେଶର ଦ୍ଵିତୀୟ ଦୀର୍ଘତମ ରେଳ ବ୍ରିଜ ।  ନୟାଗଡ଼ ଏବଂ ଦଶପଲ୍ଲାରରେ ଚାଲିଛି ଅନବରତ କାମ । ଆକାଶ ମାର୍ଗରୁ ଏହାର ଏକ ଭିଡିଓ ଜାରି କରିଛି ରେଳ ବିଭାଗ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାୟାଡକ୍ଟ ସେତୁର ନିର୍ମାଣ ଦୃତଗତିରେ ଚାଲିଛି । ପୂର୍ବତଟ ରେଳ ବିଭାଗ ଏହାକୁ ନିର୍ମାଣ କରୁଛି । ଯାହାକି ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ କରିବ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି ।

ଆସାମର ବୋଳିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ । ଯାହାର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ସହ ତିଆରି ଚାଲିଛି ବିରାଟ ବିରାଟ ପିଲାର୍ । ଖୁମ୍ବଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ରହିଛି । ଜାମୁସାହି ଠାରୁ ଏହାର ନିର୍ମାଣ କାମ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ ୬୦% ସ୍ଥାନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଏହି ଟ୍ରେନ୍ ଯାତ୍ରା ଯାତ୍ରୀଙ୍କ ପାଇଁ ବିଳାଶପୂର୍ଣ୍ଣ ରହିବ । ଯାତ୍ରା ସମୟରେ ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ଯାତ୍ରୀମାନେ ।  

Advertisment

ସେପଟେ ନୟାଗଡ଼ର ବୃତ୍ତଙ୍ଗ ନଦୀରେ ବୃହତ୍ ଜଳଭଣ୍ଡାର ନିର୍ମାଣ ହେବ l ଏଥି ପାଇଁ ୪୯ ଗାଁ ସ୍ଥାନାନ୍ତର ହୋଇଛି l ବୃତ୍ତଙ୍ଗ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୨୩ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ହେବ l ଆଉ ଏହି ପ୍ରକଳ୍ପ ଦେଇ ଯିବ ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ  l ତେଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରେଳ ପ୍ରକଳ୍ପ କାମକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି । 

Railway
Advertisment