Advertisment

Mission Shakti: ପ୍ରତି ଗାଁରେ ଜଣେ ମହାଲକ୍ଷପତି, ପ୍ରତି ଘରେ ଜଣେ ଲକ୍ଷପତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଏବେ ସୁଦ୍ଧା ରାଜ୍ୟରେ ବନିଲେଣି ୧୭ ଲକ୍ଷ ଲକ୍ଷପତି। ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ସୃଷ୍ଟି କରିବାକୁ ଲକ୍ଷ୍ୟ। ପ୍ରତି ଗାଁରେ ଜଣେ ମହାଲକ୍ଷପତି ଓ ପ୍ରତି ଘରେ ଜଣେ ଲକ୍ଷପତି।

author-image
Chinmayee Sahoo
Deputy CM Pravati Parida

Deputy CM Pravati Parida Photograph: (OTV)

ପ୍ରତି ଗାଁରେ ମହାଲକ୍ଷ ପତି ଓ ପ୍ରତି ଘରେ ଲକ୍ଷପତି କରିବା ଆମର ଲକ୍ଷ୍ୟ। ଭୁବନେଶ୍ବରରେ ଆୟୋଜିକ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ହୋଇଥିବା ବେଳେ ରାଜ୍ୟ ସରକାର ୨୦୨୭ ସୁଦ୍ଧା ୨୫ଲକ୍ଷ ଲକ୍ଷପତି ସୃଷ୍ଟି କରିବାକୁ ଲକ୍ଷ ରଖିଛନ୍ତି। ଏଥିପାଇଁ ପ୍ରତି ଗାଁରେ ମହାଲକ୍ଷପତି ଓ ପ୍ରତି ଘରେ ଲକ୍ଷପତି କରିବାକୁ ରାଜ୍ୟ ସରକାର ଲକ୍ଷ ରଖିଛନ୍ତି। 
ରାଜ୍ୟରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଧ ଫେରସ୍ତ କରାଯାଇଛି। ସାରା ରାଜ୍ୟରୁ ୨ଲକ୍ଷ ୨୪ ହଜାରରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀକୁ ସୁଧ ଫେରସ୍ତ କରିଛନ୍ତି ରାଜ୍ୟ ସରକାର। ଗତକାଲି ପ୍ରାୟ ୧୧୭ କୋଟି, ୧୨ ଲକ୍ଷ ଟଙ୍କାର ସହାୟତା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଆକାଉଣ୍ଟ ପଠାଇଛନ୍ତି ରାଜ୍ୟ ସରକାର। ଏବର୍ଷ ୭ ଶହ କୋଟି ଟଙ୍କାର ସୁଧ ଟଙ୍କା ସହାୟତା ଦେବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର। ଏବେ ସୁଦ୍ଧା ୫ ଶହ କୋଟି ଟଙ୍କାର ସୁଧ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment


•    'ପ୍ରତି ଘରେ ଜଣେ ଲକ୍ଷପତି'
•    ଏବେ ସୁଦ୍ଧା ରାଜ୍ୟରେ ବନିଲେଣି 17 ଲକ୍ଷ ଲକ୍ଷପତି
•    2027 ସୁଦ୍ଧା 25 ଲକ୍ଷ ଲକ୍ଷପତି ସୃଷ୍ଟି କରିବାକୁ ଲକ୍ଷ୍ୟ
•    ପ୍ରତି ଗାଁରେ ଜଣେ ମହାଲକ୍ଷପତି ଓ ପ୍ରତି ଘରେ ଜଣେ ଲକ୍ଷପତି
•    2 ଲକ୍ଷରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀକୁ ସୁଧ ଟଙ୍କା ଫେରସ୍ତ
•    117 କୋଟି ଟଙ୍କାର ସହାୟତା ଆକାଉଣ୍ଟକୁ ପଠାଇଲେ ସରକାର
•    ଏବର୍ଷ 7 ଶହ କୋଟି ଟଙ୍କାର ସୁଧ ଟଙ୍କା ଦେବାକୁ ଲକ୍ଷ୍ୟ

Mission Shakti
Advertisment
Related Articles
Advertisment