Advertisment

New Bihar Government's Oath Ceremony: ଆସନ୍ତାକାଲି ବିହାରରେ ଶପଥ ନେବ ନୂଆ ସରକାର: ସାମିଲ ହେବେ ସିଏମ ମୋହନ ମାଝୀ

ଆସନ୍ତାକାଲି ବିହାରରେ ଶପଥ ନେବ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ କୁମାର। ପାଟନା ଗାନ୍ଧି ମୈଦାନରେ ଦିନ ୧୧ରୁ ୧୨ଟା ଭିତରେ ଶପଥ ଗ୍ରହଣ ସମାରୋହ।

author-image
Chinmayee Sahoo
Bihar

Bihar Photograph: (OTV)

ଆସନ୍ତାକାଲି ବିହାରରେ ଶପଥ ନେବ ନୂଆ ସରକାର। ଦଶମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ କୁମାର। ଆସନ୍ତାକାଲି ଦିନ ୧୧ରୁ ୧୨ଟା ଭିତରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପାଟନା ଗାନ୍ଧି ମୈଦାନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ। 
ଏଥିରେ ଉପସ୍ଥିତ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ସାମିଲ ହେବେ। ଏମାନଙ୍କ ସହ ବିଜେପି ଓ ଏନଡିଏ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ବି ସାମିଲ ହୋଇପାରନ୍ତି।

Advertisment

ଗତକାଲି ଗାନ୍ଧି ମୈଦାନ ଯାଇ ପ୍ରସ୍ତୁତିର ସମୀକ୍ଷା କରିଥିଲେ ନୀତୀଶ କୁମାର ଓ ଏନଡିଏର ଅନ୍ୟ ନେତା। ସେପଟେ ଆଜି ପାଟନାରେ ବସିବ ବିଜେପି ବିଧାୟକ ଦଳ ବୈଠକ। ତାପୂର୍ବରୁ ବିହାର ପାଇଁ ବିଜେପି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ସହ-ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ବିଜେପି ନେତା ସାଧୱୀ ନିରଞ୍ଜନ ଜ୍ୟୋତିଙ୍କୁ ନିଯୁକ୍ତି ଦେଇଛି।

•    ଆସନ୍ତାକାଲି ବିହାରରେ ଶପଥ ନେବ ନୂଆ ସରକାର
•    ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ କୁମାର
•    ଦିନ ୧୧ରୁ ୧୨ଟା ଭିତରେ ଶପଥ ଗ୍ରହଣ ସମାରୋହ
•    ପାଟନା ଗାନ୍ଧି ମୈଦାନରେ ଶପଥ ଗ୍ରହଣ ସମାରୋହ
•    ଶପଥ ଗ୍ରହଣରେ ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ
•    ଶପଥ ସମାରୋହରେ ସାମିଲ ହେବେ ସିଏମ ମୋହନ ମାଝୀ
•    ଅନ୍ୟ ବିଜେପି ଓ ଏନଡିଏ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ସାମିଲ ହୋଇପାରନ୍ତି
•    ଆଜି ପାଟନାରେ ବସିବ ବିଜେପି ବିଧାୟକ ଦଳ ବୈଠକ
•    କେଶବ ପ୍ରସାଦ ମୋର୍ଯ୍ୟଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି
•    ବିହାର ପାଇଁ ୨ ଜଣଙ୍କୁ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ବିଜେପି

Advertisment
Bihar
Advertisment
Advertisment