/odishatv-khabar/media/media_files/2025/12/17/black-magic-2025-12-17-09-17-00.jpg)
Black Magic Photograph: (OTV)
ଅନ୍ଧବିଶ୍ବାସର କରୁଣ ପରିଣତି। ଗୁଣି ଗାରେଡ଼ି ପାଇଁ ମାଟିରେ ପୋତି ହେଲେ ଘର ମାଲିକ। କେନ୍ଦ୍ରାପଡ଼ା ନିକିରାଇ ଥାନା ପାଳକଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁଣି ଗାରେଡ଼ି ବେଳେ ମାଟି ଅତଡା ଧସି ଘର ମାଲିକଙ୍କ ମୃତ୍ୟୁର ଖୋଳତାଡ ଚାଲିଛି। ଏହି ଘଟଣାରେ ଜଣେ ଫେରାର ହୋଇଥିବା ବେଳେ ଦୁଇ ଗୁଣିଆଙ୍କୁ ଅଟକ ରଖି ତଦନ୍ତ କରୁଛି ନିକିରାଇ ଥାନା ପୋଲିସ।
ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ଜଗବନ୍ଧୁ ମହାରଣାଙ୍କ ଘରେ ଚାଲିଥିଲା ଗୁଣି ଗାରେଡ଼ି ପୂଜା। ଘରେ ଶାନ୍ତି ଫେରିବା ପାଇଁ ତାନ୍ତ୍ରିକ ପୂଜାର୍ଚ୍ଚନା କରୁଥିଲେ। ୧୦ ଫୁଟ ଗଭୀର ଗାତ ଭିତରେ ପୂଜା ଚାଲିଥିଲା ବେଳେ ମାଟି ଅତଡ଼ା ଧସିବାରୁ ଗୁରୁତର ହୋଇଥିଲେ ଜଗବନ୍ଧୁ। ପରେ ତାଙ୍କର ମୃତ୍ୟୁ ହୋଇଥିଲା।
• ଗୁଣି ଗାରେଡ଼ି ପାଇଁ ଗଲା ଜୀବନ
• ଗୁଣି ଗାରେଡ଼ି ବେଳେ ମାଟିରେ ପୋତି ହୋଇ ଘର ମାଲିକ ମୃତ
• ଘଟଣାସ୍ଥଳରୁ ଜଣେ ଫେରାର, ଦୁଇ ଗୁଣିଆ ଅଟକ
• କେନ୍ଦ୍ରାପଡ଼ା ନିକିରାଇ ଥାନା ପାଳକଣା ଗାଁରେ ଅଭାବନୀୟ ଘଟଣା
• ଚନ୍ଦ୍ରଭାନୁ ମହାରଣାଙ୍କ ଘରେ ଚାଲିଥିଲା ଗୁଣି ଗାରେଡ଼ି
• ୧୦ ଫୁଟ ଗଭୀର ଗାତ ଭିତରେ ଚାଲିଥିଲା ପୂଜା
• ପୂଜା ଚାଲିଥିବା ବେଳେ ଧସିଥିଲା ମାଟି ଅତଡ଼ା
Cold Wave: ଶୀତରେ ଥରୁଛି ସାରା ଓଡ଼ିଶା: ଆହୁରି ଅସ୍ତବ୍ୟସ୍ତ କରିବ ଥଣ୍ଡା

Operation Dharapagad: 'ଅପରେସନ୍ ଧରପଗଡ଼': ମାଫିଆଙ୍କ ଉପରେ କଡା ଆକ୍ସନ

Tight Security for OTET Examination: ଆଜି OTET: CCTV ସ୍କାନରରେ ସମସ୍ତ ପରୀକ୍ଷା କେନ୍ଦ୍ର

Dhauli Gang Rape Case Under Red Flag: 'ରେଡ୍ ଫ୍ଲାଗ୍' ହେଲା ଧଉଳି ଲଜ୍ଜା, ପୀଡ଼ିତାଙ୍କୁ ମିଳିବ ନ୍ୟାୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)