Advertisment

Operation Dharapagad: 'ଅପରେସନ୍ ଧରପଗଡ଼': ମାଫିଆଙ୍କ ଉପରେ କଡା ଆକ୍ସନ

ବାଲି ମାଫିଆ ଓ ଗୋରୁ ଚାଲାଣକାରୀଙ୍କ ଉପରେ କଡ଼ା ଆକ୍ସନ। ରୋକ ଲଗାଇବାକୁ ପୋଲିସ କରିଥିଲା 'ଅପରେସନ୍ ଧରପଗଡ଼'। ବାଲି ଓ ପଥର ମାଫିଆଙ୍କ ବିରୋଧରେ ୧୩୪ ମାମଲା।

author-image
Chinmayee Sahoo
Odisha Police crack down

Odisha Police crack down Photograph: (Odisha Police crack down)

ରାଜ୍ୟରେ ସ୍ୟାଣ୍ଡ ସ୍ମଗଲର ଓ ଗୋଚାଲାଣକାରୀଙ୍କ ଉପରେ କଡ଼ା ଆକ୍ସନ। ଚୋରା ବାଲି, ମୋରମ, ମାଙ୍କଡା ପଥର ମାଫିଆ ତଥା ବେଆଇନ ଗୋ-ଚାଲାଣକାରୀଙ୍କ ବିରୋଧରେ ପୋଲିସ ଆକ୍ସନ ମୋଡକୁ ଆସିଛି। ଘନଘନ ରେଡ୍ ସହ ମାଫିଆଙ୍କ ଉପରେ ନିଆଯାଉଛି କଠୋର କାର୍ଯ୍ୟାନୁଷ୍ଠାନ। ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଓ ଗୋ ଚାଲାଣ ଉପରେ ରୋକ ଲଗାଇବାକୁ କିଛି ଦିନ ଧରି ପୋଲିସ ଚଳାଇଥିଲା 'ଅପରେସନ୍ ଧରପଗଡ଼' ଅଭିଯାନ। 

Advertisment

ଏହି ଅଭିଯାନରେ ଏଯାଏଁ ବାଲି, ମୋରମ ଓ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ୧୩୪ ଟି ମାମଲା ରୁଜୁ ହୋଇଛି। ଜବତ ହୋଇଛି ୧୬୩ଟି ବାଲି ବୋଝେଇ ଗାଡ଼ି ଓ ୧୪ ଜଣଙ୍କୁ ଗିରଫ କରାଯାଇଛି। ୯୨ରୁ ଅଧିକ ଲୋକଙ୍କୁ ନୋଟିସ କରିଛି ପୋଲିସ। ସେହିପରି ବେଆଇନ ଗୋ-ଚାଲାଣ ଅଭିଯୋଗରେ ପୋଲିସ ୨୩ଟି ମାମଲା ରୁଜୁ ସହ ଗିରଫ ହୋଇଛନ୍ତି ୩୧ ଅଭିଯୁକ୍ତ। ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ଆଇନ ଶୃଙ୍ଖଳା ଏଡିଜିଙ୍କ ତତ୍ତ୍ବାବଧାନରେ ସବୁ ଏସପି ଆରମ୍ଭ କରିଥିଲେ 'ଅପରେସନ୍ ଧରପଗଡ' ଅଭିଯାନ।

•    'ଅପରେସନ୍ ଧରପଗଡ଼'
•    ବାଲି ମାଫିଆ ଓ ଗୋରୁ ଚାଲାଣକାରୀଙ୍କ ଉପରେ କଡ଼ା ଆକ୍ସନ
•    ରୋକ ଲଗାଇବାକୁ ପୋଲିସ କରିଥିଲା 'ଅପରେସନ୍ ଧରପଗଡ଼'
•    ବାଲି ଓ ପଥର ମାଫିଆଙ୍କ ବିରୋଧରେ ୧୩୪ ମାମଲା
•    ୧୬୩ ବାଲି ବୋଝେଇ ଗାଡ଼ି ଜବତ, ୧୪ ଜଣ ଗିରଫ 
•    ୯୨ରୁ ଅଧିକ ଲୋକଙ୍କୁ ନୋଟିସ କରିଛି ପୋଲିସ
•    ବେଆଇନ ଗୋ-ଚାଲାଣ ଅଭିଯୋଗରେ କଠୋର ଆକ୍ସନ
•    ୨୩ଟି ମାମଲା ରୁଜୁ, ୩୧ ଅଭିଯୁକ୍ତ ଗିରଫ

Advertisment
Cow Smuggling Drugs Trade
Advertisment
Related Articles
Advertisment