Advertisment

Dhauli Gang Rape Case Under Red Flag: 'ରେଡ୍ ଫ୍ଲାଗ୍' ହେଲା ଧଉଳି ଲଜ୍ଜା, ପୀଡ଼ିତାଙ୍କୁ ମିଳିବ ନ୍ୟାୟ

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ ମାମଲା। ଧଉଳି ଥାନା ଦୟାନଦୀ କୂଳରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରିଛି କମିଶନରେଟ୍ ପୋଲିସ।

author-image
Chinmayee Sahoo
Dhauli Gangrape

Dhauli Gangrape Photograph: (OTV)

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ ମାମଲା। ରାଜଧାନୀ ଉପକଣ୍ଠ ଧଉଳି ଥାନା ଦୟାନଦୀ କୂଳରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରିଛି କମିଶନରେଟ୍ ପୋଲିସ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଘଟଣାରେ ତଦନ୍ତ କରାଯିବ। ଗତ ୧୦ ତାରିଖ ଦିନ ଘଟିଥିବା ଏ ଘଟଣାରେ ୨ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏଯାଏଁ ଫେରାର ରହିଛି। 

Advertisment

ଏବେ ଘଟଣାଟି ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବା ପରେ ଏହାକୁ ଅତି ଗୁରୁତର ନେଇଥାଏ ପୋଲିସ। ଜଣେ ଏସପି କିମ୍ବା ଅତିରିକ୍ତ ଏସପି ପାହ୍ୟାର ଅଫିସରଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ମନିଟରିଂ କରାଯାଏ। ଧଉଳି ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାମଲାର ତଦନ୍ତ କରାଯିବ। ମାମଲାରେ ଚାର୍ଜସିଟ୍ ହେବା ଏବଂ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ଯାଏଁ ତଦନ୍ତକାରୀ ଅଧିକାରୀ ମାମଲା ସହ ସଂପୃକ୍ତ ରହିବେ। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ।

'ରେଡ୍ ଫ୍ଲାଗ୍' ହେଲା ଧଉଳି ଲଜ୍ଜା
ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କଲା ପୋଲିସ
କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବ ତଦନ୍ତ
ରେଡ୍ ଫ୍ଲାଗ୍ କ୍ୟାଟେଗୋରୀ ପରେ ଗୁରୁତର ସହ ନେବ ପୋଲିସ
ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବ
ତଦନ୍ତ ଶେଷ ଯାଏଁ ମାମଲା ସହ ରହିବେ ତଦନ୍ତକାରୀ ଅଧିକାରୀ

Advertisment
Gangrape
Advertisment